ଆସିଲା ବଡ଼ ଖବର: ଡୋନାଲ୍ଡ ଟ୍ରମ୍ପଙ୍କୁ ହୋଇପାରେ ଜେଲ! ଏହି ମାମଲାରେ…

ଓ୍ବାଶିଂଟନ୍‌,୧୧।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ଜିତିଛି। ଜୋ ବାଇଡେନନଙ୍କ ପରେ ବର୍ତ୍ତମାନ ୭୮ବର୍ଷ ବୟସ୍କ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାରେ କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସେ ୨୦୧୭ରୁ ୨୦୨୧ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ। ଆମେରିକୀୟ ଇତିହାସରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଦୋଷୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ବିଚାରାଧୀନ ଅଛି। ଏଥିମଧ୍ୟରୁ ଗୋଟିଏ ବିଷୟରେ ନିଷ୍ପତ୍ତି ନଭେମ୍ବର ୨୬ରେ ନିଆଯିବ। ବର୍ତ୍ତମାନ ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଛି କି ରାଷ୍ଟ୍ରପତି ହେବା ପରେ ଏହି ସମସ୍ତ ଅପରାଧିକ ମାମଲାରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ଏକ କ୍ଲିନ ଚିଟ ଦେବେ କି? ଆମେରିକାର ଆଇନ ଏ ବିଷୟରେ କ’ଣ କହୁଛି ଆସନ୍ତୁ ଜାଣିବା…

ଆମେରିକାରେ ମଧ୍ୟ ରାଷ୍ଟ୍ରପତିଙ୍କ କ୍ଷମାଦାନର ଅଧିକାର ଥାଏ। ଯୁକ୍ତରାଷ୍ଟ୍ରର ସମ୍ବିଧାନର ଧାରା ୨, ସେକ୍ସନ ୨, କ୍ଲୋଜ୧ ଆମେରିକାର ରାଷ୍ଟ୍ରପତିଙ୍କୁ ମହାଭିଯୋଗ ମାମଲା ଛାଡି ଆମେରିକା ବିରୁଦ୍ଧରେ ହୋଇଥିବା ସମସ୍ତ ଅପରାଧର ଆଶ୍ୱସ୍ତି ତଥା ସମାଧାନ କରିବାର କ୍ଷମତା ଦେଇଥାଏ। ଏଥିପାଇଁ ଅଭିଯୋଗ ପ୍ରମାଣିତ ହୋଇଛି କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ତେବେ ରାଷ୍ଟ୍ରପତି ନିଜ ପାଇଁ ଏହା କରିପାରିବେ। ସମ୍ବିଧାନରେ ଏ ବିଷୟରେ କିଛି ଲେଖା ନାହିଁ ।

ଏବଂ ଆମେରିକାର ଇତିହାସରେ ସେପରି କୌଣସି ଘଟଣା ସାମ୍ନାକୁ ଆସିନାହିଁ। ଏହି ବିଷୟରେ ଜଣେ ଆମେରିକୀୟ ଆଇନ ପ୍ରଫେସର ୱାଶିଂଟନ ପୋଷ୍ଟରେ ଲେଖିଛନ୍ତି ଯେ ଏହା ହୋଇପାରିବ ନାହିଁ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିକ୍ସନ ମଧ୍ୟ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରୁ ନିଜକୁ ମୁକ୍ତ କରିପାରି ନ ଥିଲେ। ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା। ଏହି ବିଷୟରେ ଆମେରିକାର ନ୍ୟାୟ ବିଭାଗର ନ୍ୟାୟିକ ନୀତି କହୁଛି ଯେ କୌଣସି ବ୍ୟକ୍ତି ନିଜ ମାମଲାରେ ଉଭୟ ବିଚାରପତି ଏବଂ ଅଭିଯୁକ୍ତ ହୋଇପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri