ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମୋଦି ମୋର ବନ୍ଧୁ ଓ ସେ ଜଣେ ମହାନ ନେତା। ଆଉ ଏବେ ସେ ବହୁତ ଭଲ କାମ କରୁଛନ୍ତି। ଭାରତକୁ ଜଣେ ମହାନ୍‌ ନେତା ତଥା ଜଣେ ଭଲ ନେତା ମିଳିଛି। ଏହି ଅବସରରେ ସେ ଗତ ଫେବୃୟାରୀରେ ସହଧର୍ମିଣୀ ମେଲାନିଆ ଟ୍ରମ୍ପଙ୍କ ସହ ଭାରତ ଭ୍ରମଣ କଥାକୁ ମନେ ପକାଇଥିଲେ। ତେବେ ଏସବୁର ମୂଳ ଉଦ୍ଦେଶ୍ୟ ହେଉଛି ଆମେରିକାରେ ଥିବା ଭାରତୀୟ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା। ଏହାସହ ଟ୍ରମ୍ପ କହିଛନ୍ତି ମୋଦି ମୋର ଜଣେ ଭଲ ବନ୍ଧୁ ହାଇଥିବାରୁ ଆମେରିକାରେ ରହୁଥିବା ଭାରତୀୟ ମୋନେ ନିଶ୍ଚିତ ଭାବେ ଭୋଟ ଦେବେ। ଅନ୍ୟପଟେ ଟ୍ରମ୍ପଙ୍କ ବିପକ୍ଷରେ ଥିବା ନେତା ଓ୍ବାଇଡେନ ମଧ୍ୟ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଭୋଟ ହାତେଇବାକୁ ଚେଷ୍ଟା ଜାରି ରଖିଛନ୍ତି।

Share