ସମୟ ପୂର୍ବରୁ ବିଜୟ ଘୋଷଣା କରିବେ ନାହିଁ ଟ୍ରମ୍ପ !

ୱାଶିଂଟନ,୨ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ କହିଥିଲେ କି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ । ହେଲେ ମଙ୍ଗଳବାର ସେ ଏହାକୁ ଭୁଲ ବୋଲି କହିଛନ୍ତି । ସେ କହିଛନ୍ତି ସମୟ ପୂର୍ବରୁ ସେ ବିଜୟ ଘୋଷଣା କରିବେ ନାହିଁ ବରଂ ଆଇନର ଲଢେଇ ଲଢିବାକୁ ସେ ଏବେ ପ୍ରସ୍ତୁତ ହେଉଛନ୍ତି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଟ୍ରମ୍ପ ନିର୍ବାଚନ ରାତିରେ ସମୟ ପୂର୍ବରୁ ବିଜୟ ଘୋଷଣା କରିପାରନ୍ତି । ଏ ସମ୍ପର୍କରେ ପଚାରାଯିବାରୁ ସେ ଖବରଦାତାଙ୍କୁ କହିଛନ୍ତି ଏହି ଖବର ଭୁଲ । ସେତେବେଳେ ବି ଟ୍ରମ୍ପଙ୍କ ଟିମ୍ ସୂଚନା ଦେଇଥିଲା କି ସେମାନେ ଆଇନର ଲଢେଇ ଲଢିବେ । ହେଲେ ଏବେ ଏଥିରୁ ସେମାନେ ଓହରି ଯାଇଥିବା କୁହାଯାଉଛି ।

Share