ଯିଏ ଦିନେ ହିଟ୍‌ଲର-ମୁର୍ଖ କହିଥିଲେ, ଟ୍ରମ୍ପ ତାଙ୍କୁ ହିଁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କରିଦେଲେ; ଜାଣନ୍ତୁ…

ଓ୍ବାଶିଂଟନ,୧୬।୭: ଆମେରିକା ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଏଭଳି ଜଣେ ନେତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି ଯିଏ ସର୍ବଦା ତାଙ୍କର ଆଲୋଚନା କରିଥିଲେ। କେବଳ ଆଲୋଚନା ନୁହେଁ ବରଂ ମୁର୍ଖ ଏବଂ ଆମେରିକାର ହିଟ୍‌ଲର ବୋଲି କହିଥିଲେ। ବିଶେଷକରି ୨୦୨୧ ଯାଏ ଓହିଓ ସିନେଟର ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ ପ୍ରମୁଖ ସମାଲୋଚକ ଭାବେ ପରିଚିତ ହେଉଥିଲେ। ହେଲେ କେବଳ ଗୋଟିଏ ସାକ୍ଷାତ ପରେ ତାଙ୍କ ସ୍ବର ଏଭଳି ବଦଳିଗଲା ସେ ଏବେ ସେ ଟ୍ରମ୍ପଙ୍କ ସବୁଠାରୁ ବଡ଼ ସମର୍ଥକଙ୍କ ମଧ୍ୟରୁ ଜଣେ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଟ୍ରମ୍ପ ଭାନ୍ସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି। ଭାନ୍ସ ଆମେରିକାରେ ଜଣେ ଲେଖକ ଭାବେ ଖ୍ୟାତ ଥିବା ବେଳେ ତାଙ୍କର ରାଜନୈତିକ ଯାତ୍ରା ସହଜ ନ ଥିଲା। ଟ୍ରମ୍ପଙ୍କ ସହ ଦୁଇ ଘଣ୍ଟା ଧରି ବୈଠକ ପରେ ଏହି କଷ୍ଟ ଆରମ୍ଭ ହୋଇଥିଲା। କାରଣ ଏହା ଠିକ୍‌ ନ ଥିଲେ ହେଁ ଦୁଇ ବିରୋଧୀଙ୍କୁ ଏକ ହେବା ଲାଗି ରାସ୍ତା ଖୋଲି ଦେଇଥିଲା।

ଆମେରିକା ରାଷ୍ଟ୍ରପତି ଭାବେ ନିଜର କାର୍ଯ୍ୟକାଳ ସମାପ୍ତ କରିବାର କିଛି ମାସ ପରେ ଟ୍ରମ୍ପ ଭାନ୍ସଙ୍କୁ ନିଜ ଅଫିସରେ ଭେଟିଥିଲେ। ସେତେବେଳେ ଭାନ୍ସ ଟ୍ରମ୍ପଙ୍କ ସାମ୍ନାରେ କାଗଜ ଗଦା ହୋଇଥିବା ଦେଖିଥିଲେ। ସେଗୁଡ଼ିକ ଭାନ୍ସ କରିଥିବା ସମାଲୋଚନା ଏବଂ କଥାର ପ୍ରିଣ୍ଟଆଉଟ୍‌ ଥିଲା, ଯାହା ସେ ଟ୍ରମ୍ପଙ୍କ ପାଇଁ କହିଥିଲେ। ସେଥିରୁ ଗୋଟିଏରେ ଟ୍ରମ୍ପ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା ବ୍ୟକ୍ତି ବୋଲି ଉଲ୍ଲେଖ ଥିଲା। ଏହାକୁ ଉଦାହରଣ ଦେଇ ଭାନ୍ସ ତାଙ୍କ ବିଷୟରେ ଖରାପ କଥା ଲେଖିଥିବା ଟ୍ରମ୍ପ କହିଥିଲେ। ସେତେବେଳେ ଓହିଓର ଆସନରୁ ଭାନ୍ସ ଲଢ଼ୁଥିବାରୁ ଟ୍ରମ୍ପଙ୍କ ସମର୍ଥନ ଚାହୁଁଥିଲେ। ଏଣୁ ସେ ଟ୍ରମ୍ପଙ୍କୁ କ୍ଷମା ମାଗିଥିଲେ। ଏହି ବୈଠକ ୨ ଘଣ୍ଟା ଯାଏ ଚାଲିଥିଲା।

ପରେ ଟ୍ରମ୍ପଙ୍କ ମନ ବଦଳିଥିଲା। ଭାନ୍ସ ଡେମୋକ୍ରାଟିକ୍‌ ପ୍ରତିନିଧି ଟିମ୍‌ ରୟାନଙ୍କୁ ହରାଇ ନିର୍ବାଚନ ଜିତିଥିଲେ। ସେ ଧିରେ ଧିରେ ଟ୍ରମ୍ପଙ୍କ ବଡ଼ ସମର୍ଥକ ପାଲଟିଥିଲେ। ଯେତେବେଳେ ଟ୍ରମ୍ପ ନିଜର ନିର୍ବାଚନ ଅଭିଯାନ ନେଇ ଘୋଷଣା କରିଥିଲେ ସେତେବେଳେ ଭାନ୍ସ ତାଙ୍କ ସମର୍ଥନ କରିଥିଲେ। ଏକ ଆପରାଧିକ ମୋକଦ୍ଦମାରେ ମଧ୍ୟ ସେ ଖୋଲାଖୋଲି ଭାବେ ଟ୍ରମ୍ପଙ୍କ ସମର୍ଥନ କରିଥିଲେ। ଏବେ ସେ ଉପରାଷ୍ଟ୍ରପତି ପ୍ରାର୍ଥୀ।

ଦେଖିବାକୁ ଗଲେ ଭାନ୍ସ ଟ୍ରମ୍ପଙ୍କ ଲାଗି ବଡ଼ ଶକ୍ତି ପାଲଟିପାରନ୍ତି। ଏହା ପଛରେ କାରଣଟି ହେଲା ତାଙ୍କ ଲୋକପ୍ରିୟତା। ଜଣେ ଲେଖକ ଥିବାରୁ ତାଙ୍କୁ ଦେଶରେ ବେଶ ପସନ୍ଦ କରାଯାଏ। ସେ ଓହିଓରର ସିନେଟର ମଧ୍ୟ ଅଛନ୍ତି। ଏବେ ଜଣେ ପ୍ରତିନିଧି ହିସାବରେ ସେ ଟ୍ରମ୍ପଙ୍କ ସମର୍ଥନ କରୁଛନ୍ତି। ଏଣୁ ୩୯ ବର୍ଷୀୟ ଭାନ୍ସଙ୍କ ଯୋଗୁ ନିର୍ବାଚନରେ ବଡ଼ ଲାଭ ମିଳିବ ବୋଲି ଅନୁମାନ କରାଯାଉଛି। ଏହି କାରଣରୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଲାଗି ଦୌଡ଼ରେ ଥିବା ୧୯ଜଣଙ୍କୁ ମଧ୍ୟରୁ ଭାନ୍ସଙ୍କ ନାମ ଟ୍ରମ୍ପଙ୍କ ମୁହଁରେ ସର୍ବପ୍ରଥମେ ଆସିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁମରାଙ୍କ ବ୍ରହ୍ମାସ୍ତ୍ର ଆଗରେ ସବୁ ଫେଲ୍‌! କେଉଁ ସ୍ପେଶାଲ୍ ପ୍ଲାନରେ ବ୍ୟାଟରଙ୍କୁ ନାକେଦମ୍ କରୁଛନ୍ତି ଏହି ୟର୍କର କିଙ୍ଗ?

ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ…

ନୀତିଶ ଯିବେ ଦିଲ୍ଲୀ, ବିହାର ସମ୍ଭାଳିବେ ପୁଅ; କାଲିଠାରୁ ସକ୍ରିୟ ରାଜନୀତିରେ ଏଣ୍ଟ୍ରି, ହୋଇପାରନ୍ତି Dy CM

ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’…

ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା! ଆଗାମୀ ୩ଦିନ ଏସବୁ ଜିଲାରେ ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୬।୩: ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ବର୍ଷା ସମ୍ଭାବନା । ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ରହିବ ପ୍ରଭାବ । ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ।…

ଆସିଲା ବଡ ଖବର; ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ!

ଇସଲାମାବାଦ୍,୬ା୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ।…

କୋର୍ଟ ସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ କରିଥିଲେ ହତ୍ୟା, ଆଜି କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ

ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ବୁଦୁଲି ଗ୍ରାମର ଅଶୋକ ସ୍ବାଇଁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ…

କୁକୁର କାମୁଡ଼ାରେ ୧୫ରୁ ଊର୍ଦ୍ଧ୍ୱ ଆହତ, ଏମାନଙ୍କ ମଧ୍ୟରେ ଅଛନ୍ତି…

ରାଇକିଆ,୬ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ବିଭିନ୍ନ ସ୍ଥାନରେ କୁକୁର କାମୁଡ଼ାରେ ଶୁକ୍ରବାର ୧୫ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି।…

ଜିଲାପରିଷଦ ବୈଠକରେ ହୋ-ହଲ୍ଲା, ‘ହୁ ଆର୍‌ ୟୁ’ କହିବା ନେଇ ତୁମୁଳକାଣ୍ଡ,

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ୮ମ ଜିଲାପରିଷଦ ବୈଠକରେ ଶୁକ୍ରବାର ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଥିଲା। ହୋ-ହଲ୍ଲା ସହିତ ପୂର୍ବସରକାର ଏବଂ ବର୍ତ୍ତମାନର ସରକାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri