ଘରୋଇ କଳହ ଜୀବନ ନେଉଛି

ଭୁବନେଶ୍ୱର,୨୫ା୭(ସତ୍ୟଜିତ୍‌ ରାଉତ):ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହଶ୍ରଦ୍ଧା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ। ହେଲେ ଅନେକ ସମୟରେ ଭୁଲ୍‌ ବୁଝାମଣା ଓ ମତଭେଦ ଏବଂ ବିଭିନ୍ନ ସମସ୍ୟା ପାଇଁ ଏହି ସମ୍ପର୍କରେ ତିକ୍ତତା ସୃଷ୍ଟି ହେଉଛି। ପରବର୍ତ୍ତୀ ସମୟରେ ଏହା ବିପଦ ସୃଷ୍ଟି କରୁଛି। ପାରିବାରିକ ହିଂସାରୁ ନିମିଷକେ ବହୁ ମୂଲ୍ୟବାନ ଜୀବନ ଚାଲିଯାଉଛି। କେଉଁଠି ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରୁଛନ୍ତି ତ’ ଆଉ କେଉଁଠି ବାପାଙ୍କୁ ପୁଅ ହତ୍ୟା କରୁଛନ୍ତି। ଏପରି କି ଭାଇ ଭାଇକୁ ମଧ୍ୟ ହତ୍ୟା କରିବାକୁ ପଛାଉ ନାହାନ୍ତି। ଏପରିକି କେତେକ ଘଟଣାରେ ପରିସ୍ଥିତିକୁ ସମ୍ଭାଳି ନ ପାରି କେହି କେହି ଆତ୍ମହତ୍ୟା କରି ଜୀବନ ହାରୁଛନ୍ତି। ଏଭଳି ଘଟଣା ସମାଜରେ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଥିବାରୁ ଏକ ବଡ଼ ଚିନ୍ତାର କାରଣ ସାଜିଛି। ପାରିବାରିକ କଳହକୁ କେନ୍ଦ୍ର କରି ରାଜ୍ୟରେ ସୋମବାର ୨ଟି ଘଟଣାରେ ୪ଜଣଙ୍କ ଜୀବନ ଯାଇଛି। ଭୁବନେଶ୍ୱରର ଶାନ୍ତି ବସ୍ତିରେ ରହୁଥିବା ଦମ୍ପତି ପାରିବାରିକ କଳହକୁ କେନ୍ଦ୍ର କରି ସ୍ଥାନୀୟ ବମିଖାଲ ନିକଟ ଟ୍ରେନ୍‌ ଲାଇନରେ ଶୋଇ ଆତ୍ମହତ୍ୟା କରିଥିବାବେଳେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୁଶଗଡ଼ିଆରେ ଜଣେ ବ୍ୟକ୍ତି ସ୍ତ୍ରୀ ଏବଂ ୭ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଗତ ୩ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏଭଳି ଏକାଧିକ ଘଟଣା ଘଟିଥିବା ବେଳେ ଏହା ବଡ଼ ଚିନ୍ତାର ବିଷୟ ହୋଇଛି। ଗତ ଜୁନ ୧ରେ ପୁରୀ ଜିଲା ପିପିଲି ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ପିପିଲି ଥାନା ଅନ୍ତର୍ଗତ ସାନକଣ୍ଟି ଗ୍ରାମରେ ବାହା ନ କରିବାରୁ ପୁଅ ଉତ୍‌କ୍ଷିପ୍ତ ହୋଇ ହତ୍ୟାକାଣ୍ଡ ଘଟାଇଥିଲେ। ସେ ନିଜ ବାପାଙ୍କୁ ଟାଙ୍ଗିଆରେ ହତ୍ୟାକରି ଚାଞ୍ଚଲ୍ୟ ଖେଳାଇ ଦେଇଥିଲେ। ଗତ ସପ୍ତାହରେ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଦୁଆପଡ଼ା ପଞ୍ଚାୟତ ଅନ୍ତର୍ଗତ ରାୟଦଣ୍ଡାରେ ବାପାଙ୍କ ତେଣ୍ଟା ଆକ୍ରମଣରେ
ପୁଅଙ୍କ ଜୀବନ ଯାଇଥିଲା। ମା’ଙ୍କୁ ଆକ୍ରମଣ କାହିଁକି କଲ ବୋଲି ପଚାରିବାରେ ବାପା ଉତ୍‌କ୍ଷିପ୍ତ ହୋଇ ତେଣ୍ଟାରେ ପୁଅକୁ ଆକ୍ରମଣ କରିଥିଲେ। ଏପରି କି ଉକ୍ତ ଘଟଣା ପରେ ବାପାଙ୍କୁ ଫାଶୀ ଦିଆଯାଉ ନ ଚେତ୍‌ ସେ ଅନ୍ୟମାନଙ୍କୁ ହତ୍ୟା କରିବାକୁ ପଛାଇବେ ନାହିଁ ବୋଲି ବଡ଼ ପୁଅ ଥାନାରେ ଅଭିଯୋଗ କରିଥିଲେ। କେବଳ ଆମ ରାଜ୍ୟରେ ନୁହେଁ ପାରିବାରିକ ସମସ୍ୟା ଦେଶରେ ମଧ୍ୟ ଏକ ବଡ଼ ସମସ୍ୟା ବୋଲି ତଥ୍ୟ କହୁଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧ରେ ପାରିବାରିକ କଳହ ପାଇଁ ଭାରତରେ ଯେତେ ଆତ୍ମହତ୍ୟା ଘଟଣା ଘଟିଥିଲା ତାହାର ୩୩ ପ୍ରତିଶତ ଓଡ଼ିଶାରୁ ଥିଲା। ଓଡ଼ିଶାରେ ହୋଇଥିବା ଆତ୍ମହତ୍ୟା ମାମଲାରୁ ୭୧.୪ ପ୍ରତିଶତ ପାରିବାରିକ କଳହ ବୋଲି ଏନ୍‌ସିଆର୍‌ବି ତଥ୍ୟ ରଖାଯାଇଥିଲା। ସର୍ବମୋଟ୍‌ ଓଡ଼ିଶାରେ ୪,୦୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀଙ୍କ ନିର୍ଯାତନାର ଶିକାର ହୋଇ ୩,୨୫୭ ଜଣ ପୁରୁଷ ଚରମ ନିଷ୍ପତ୍ତି ନେଇଥିଲେ। ସେହିଭଳି ସ୍ବାମୀଙ୍କ ପାଇଁ ୭୭୬ ଜଣ ମହିଳା ଆତ୍ମହତ୍ୟା କରିଥିବା ତଥ୍ୟରୁ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri