Posted inଖେଳ

ଘରୋଇ କ୍ରିକେଟ ଜାନୁୟାରୀ ୧ରୁ

ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ଶନିବାର ସନ୍ଧ୍ୟାରେ ବସିଥିଲା। ଏଥରେ ଘରୋଇ କ୍ରିକେଟ କ୍ୟାଲେଣ୍ଡର ଉପରେ ଅଧିକ ସମୟ ଧରି ଆଲୋଚନା ହୋଇଥିଲା। ଭାରତରେ କୋଭିଡ୍‌ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ଘରୋଇ କ୍ୟାଲେଣ୍ଡର ପ୍ରସ୍ତୁତି କରିବା ଏକ ସମସ୍ୟା ହୋଇ ଦେଖା ଦେଇଥିଲା। ଆଇପିଏଲ୍‌ ପାଇଁ ବିସିସିଆଇ ସଭାପତି ବର୍ତ୍ତମାନ ଦୁବାଇରେ ଅଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଟୁର୍ନାମେଣ୍ଟ ଆୟୋଜନ ସମ୍ଭବପର ନୁହେଁ। ରଣ୍‌ଜୀ ଟ୍ରଫି ରେଡ୍‌ବଲ୍‌ ଟୁର୍ନାମେଣ୍ଟ କିନ୍ତୁ ପୂରାମାତ୍ରାରେ ଖେଳାଯିବ। ରଣଜୀ ଟ୍ରଫି ପାଇଁ ଜାନୁୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରଖାଯାଇଥିବା ଗାଙ୍ଗୁଲି କହିଛନ୍ତି। ଜୁନିୟର କ୍ରିକେଟ ଓ ମହିଳା ଟୁର୍ନାମେଣ୍ଟ ମାର୍ଚ୍ଚ ଓ ଏପ୍ରିଲ ମଧ୍ୟରେ ଖେଳାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଅଷ୍ଟ୍ରେଲିଆରେ କ୍ୱାରାଣ୍ଟାଇନ୍‌ ପିରିୟଡରେ ଭାରତୀୟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳିବ। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) କାର୍ଯ୍ୟସୂଚୀ ପଠାଇଛି। ଭାରତ ସେହି ଦେଶରେ ୪ ଟେଷ୍ଟ ମ୍ୟାଚ ଖେଳିବ। ଏହି ସିରିଜ ଜାନୁୟାରୀ ତୃତୀୟ ସପ୍ତାହରେ ଶେଷ ହେବ ବୋଲି ବିସିସିଆଇ ସଭାପତି ସୂଚନା ଦେଇଛନ୍ତି। ଭାରତୀୟ ଟିମ୍‌ ଡାଉନ୍‌ ଅଣ୍ଡରରେ ୪ଟେଷ୍ଟ, ୩ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩ ଟି୨୦ ଖେଳିବ ବୋଲି ଆଶା କରାଯାଉଛି। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ ସମ୍ପର୍କରେ ସୂଚନା ଦେବାକୁ ଯାଇ ଗାଙ୍ଗୁଲି କହିଛନ୍ତି କୋଭିଡ୍‌ ପରିସ୍ଥିତିକୁ ଦେଖି ଠିକଣା ସମୟରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ପ୍ରକାଶ କରାଯିବ। ଇଂଲଣ୍ଡ ବିପକ୍ଷ ସିରିଜ ସାଢେ ୩ରୁ ୪ ମାସ ସମୟ ଅଛି। ତେଣୁ ଏବେଠାରୁ ସ୍ପଷ୍ଟ ଭାବେ କିଛି କହି ହେବ ନାହିଁ। ଭାରତରେ ଏହି ସିରିଜ ଆୟୋଜନ କରିବା ଲାଗି ଅଗ୍ରାଧିକାର ଦିଆଯିବ। ଏହାର ଦ୍ୱିତୀୟ ବିକଳ୍ପ ୟୁଏଇ ରଖାଯାଇଛି। ଭାରତରେ ଏହି ସିରିଜ ପାଇଁ ଅହମ୍ମଦାବାଦ, କୋଲକାତା ଓ ଧର୍ମଶାଳା ଭେନ୍ୟୁ ପାଇଁ ମନୋନୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri