ଗାଁ ଗାଁରେ ବିକ୍ରି ହେଉଛି ଦେଶୀ-ବିଦେଶୀ ମଦ: ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ

ଅମରପାଲି,୨୨/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳରେ ବ୍ୟାପକ ଦେଶୀ ବିଦେଶୀ ମଦ ବିକ୍ରି ହେଉଛି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଛି। ଫଳରେ ମଦ୍ୟପଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ବ୍ଲକର ଉପାନ୍ତ ଲୁତୁରପଙ୍କ ଓ ବହଳପଦର ପଞ୍ଚାୟତର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଛି। ଲୁତୁରପଙ୍କର ଗୁହିରା ଛକ, କୋହ୍ଲପଡା ଛକ,ଘିଚାପାଲି ସ୍ଥିତ ମେଟାକାନି ଛକ, ଲୁତୁରପଙ୍କ ପଞ୍ଚାୟତ ନିକଟ,ବହଳପଦର ଗ୍ରାମର ଗଣ୍ଡ ସାହି, କେନଝିରିଆପାଲି ପଞ୍ଚାୟତର ବଳିପାଲି ଗ୍ରାମରେ ବେଧଡକ ଭାବେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।

ଉକ୍ତ ସ୍ଥାନଗୁଡ଼ିକରେ ବିକ୍ରି ହେଉଥିବା ବିଦେଶୀ ମଦ ସବୁ ସ୍ଥାନୀୟ ଅଞ୍ଚଳରେ ଅସଲି ବୋତଲ ରେ ନକଲି ମଦ ପ୍ରସ୍ତୁତ କରାଯାଉଛି। ଏହା ସହିତ ଉପାନ୍ତ ଜଙ୍ଗଲରେ ଭାଟି ପ୍ରସ୍ତୁତି କରି ଦେଶୀ ମଦ ପ୍ରସ୍ତୁତି କରାଯାଉଛି। ଦେଶୀ ମଦ ରେ ଅତ୍ୟଧିକ ନିଶା ପାଇଁ ୟୁରିଆ ସାରା, ସୁଲେସନ ଓ ଅନ୍ୟ ବାଟିକା ଓ ବିଦେଶୀ ମଦରେ ସ୍ପିରିଟ ଭଳି ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଛି। ଫଳରେ ଏହି ମଦ ପିଇ ଲୋକେ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ମଦ ପିଇ ମଦ୍ୟପ ମାନେ ଅନେକ ସମୟୀ ଗାଁ ଗାଁରେ ଗଣ୍ଡଗୋଳ କରୁଥିବା ଦେଖିବାକୁ ମିଳୁଛି।

ଲୁତୁରପଙ୍କ ଗୁହୀରା ଛକ, କୋହ୍ଲପଡା ଛକ, ମେଟାକାନି ଛକରେ ମଦ୍ୟପମାନେ ରାସ୍ତା ଉପରେ ଆଡ୍ଡା ଜମାଇ ଆତଙ୍କ ଖେଳାଉଛନ୍ତି। ସ୍କୁଲ କଲେଜ ଯାଉଥିବା ଛାତ୍ରୀମାନେ ଓ ଉକ୍ତ ରାସ୍ତା ଦେଇ ଯାଉଥିବା ମହିଳାମାନେ ଅନେକ ସମୟରେ ଏହି ରାସ୍ତାରେ ଯିବା ଆସିବାବେଳେ ଅସୁରକ୍ଷିତ ଅନୁଭବ କରୁଛନ୍ତି।
ସୂଚନାଯୋଗ୍ୟ, ଉପାନ୍ତ ବହଳପଦର ପଞ୍ଚାୟତର ଅମରପାଲି, ଗୌଡଗାଡ, ଗୁଦଗୁଦା, କେନ୍ଦୁପାଲ, ଦୁର୍ଜନତୈଲା ପଞ୍ଚାୟତ ର ମାଳିଦାଦର, ଦାଦରପାଲି, ଦୁର୍ଜନତୈଲା, ମସିଣାପାଲି, କେନଝିରିଆପାଲି ପଞ୍ଚାୟତର ତେଲିପାଲି ଆଦି ଗ୍ରାମରେ ଗ୍ରାମର ମହିଳା ମାନେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଏବେ ପ୍ରାୟ ସବୁ ମଦ୍ୟପ ମଦ ପାଇଁ ଲୁତୁରପଙ୍କ ଗୋହିରା ଛକ, କୋହ୍ଲପଡା ଛକ, ମେଟାକାନି ଛକ ରେ ଆଡ୍ଡା ଜମାଉଛନ୍ତି। ଏନେଇ ଅବକାରୀ ବିଭାଗକୁ ଲୋକେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ମଦ ବିକ୍ରି ହେଉଥିବାରୁ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଲେଣି। କେତେବେଳେ କେମିତି ନାମକୁ ମାତ୍ର ବୀରମହାରାଜପୁର ଓ ସୁବଳୟା ଥାନା ଏବଂ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରିଛି। ପ୍ରାୟ ଅଧିକାଂଶ ସମୟରେ ଚଡାଉ କରି ଯେଉଁ ମଦ ବ୍ୟବସାୟୀଙ୍କୁ ଧରୁଛି ନାଁକୁ ମାତ୍ର ଏକ ଫାଇନ କରି ଛାଡି ଦେଉଥିବା ଅଭିଯୋଗ ହେଉଛି। ଆହୁରି ମଧ୍ୟ ଏହି ଉପାନ୍ତ ଅଞ୍ଚଳରେ ଦେଶୀ ବିଦେଶୀ ମଦ ପ୍ରସ୍ତୁତି କରି ବିଭିନ୍ନ ଅଞ୍ଚଳକୁ ପଠାଯାଇଛି।
ଏନେଇ ବୀରମହାରାଜପୁର ଅବକାରୀ ଏସଆଇ ଭରତ ମିଶ୍ରଙ୍କୁ ପଚାରିବାରୁ ସେ ଫୋନରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ। ଏନେଇ ସୁବର୍ଣ୍ଣପୁର ଜିଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କୁ ପଚାରିବାରୁ ଆବଶ୍ୟକୀୟଠୁ କମ କର୍ମଚାରୀ ଥିବାରୁ ଅନେକ ସମୟର ସମସ୍ୟା ହେଉଥିବା କହିବା ସହିତ ଯେଉଁ ଅଞ୍ଚଳରେ ମଦ ବିକ୍ରି ହେଉଛି ଆମେ ରେଡ କରିବୁ ବୋଲି କହିଥିଲେ। ତେବେ ଉକ୍ତ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବା ର ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବୀ ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri