ଗହୀରମଥାରେ ଡଲ୍‌ଫିନଙ୍କ ଜଳକ୍ରୀଡ଼ା: ପର୍ଯ୍ୟଟକ ଆକର୍ଷିତ

ମହାକାଳପଡ଼ା,୧୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ):ପ୍ରାକୃତିକ ପରିବେଶ ଶୋଭା ମନୋମୁଗ୍ଧକରେ, ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦର ଡଲଫିନ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ନୀଳ ଜଳରାଶିରେ କିଛିବର୍ଷ ଧରି ଦେଖିବାକୁ ମିଳୁଛନ୍ତି। ବିଶେଷକରି ବିରଳ ପ୍ରଜାତିର ଇରାୱାଡ଼ି, ଗାଙ୍ଗେଟକ, ବଟଲନୋଜ, ହମ୍ପବେକ୍‌ , ଷ୍ଟିପେଡ଼ ଭଳି ଡଲଫିନ ଗଭୀର ସମୁଦ୍ରରୁ ଗହୀରମଥା ସାମୁଦ୍ରିକ ଅଞ୍ଚଳ ଅଭିମୁଖେ ଆସୁଥିବା ପରିବେଶବିତ୍‌ମାନେ କହିଛନ୍ତି। ଏଠାରେ ଡଲଫିନ୍‌ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି।
ବିଶେଷକରି ଧାମରା ମୁହାଣଠାରୁ ମହାନଦୀ ତ୍ରିକୋଣ ଭୂମି ମୁହାଣ ପର୍ଯ୍ୟନ୍ତ ୧୪୨୦ ବର୍ଗ କିମି ଅଞ୍ଚଳରେ ଅଲିଭ ରିଡ୍‌ଲେ କଇଁଛ, ଡଲଫିନ, ନୀଳରକ୍ତ କଙ୍କଡ଼ା, ଜେଲିଫିସ୍‌, ହର୍ଶୁ କ୍ରାବ୍‌, ନାଲି ରଙ୍ଗର କଙ୍କଡ଼ା ଭଳି ବିରଳ ପ୍ରଜାତିର ମାଛ, ସାମୁଦ୍ରିକ ଜଳଜୀବ ଦେଖିବାକୁ ମିଳେ। ଏହି ସାମୁଦ୍ରିକ ବିରଳ ପ୍ରଜାତିର ଜଳଜୀବ ବିଶେଷ କରି ପ୍ରଶାନ୍ତ ମହାସାଗରୀୟ ଜଳବାୟୁରେ ବହୁଳ ଭାବେ ଦେଖିବାକୁ ମିଳନ୍ତି। ଅପରପକ୍ଷରେ ଏମାନଙ୍କ ବିପଦ ସୃଷ୍ଟି କରୁଛି ବଡ଼ ବଡ଼ ଜାହାଜ ଚଳାଚଳ ଓ ଟ୍ରଲରମାନଙ୍କ ଗାଞ୍ଜି ଜାଲରେ ପଡ଼ିବା ଆଶଙ୍କା ରହିଛି ବୋଲି କୁହାଯାଇଛି। ପୂର୍ବବର୍ଷଗୁଡ଼ିକରେ ଡଲଫିନ ନୀଳ ଜଳ ରାଶିରେ ବିଶେଷଜ୍ଞ ଦଳ ୫ ଶହରୁ ଅଧିକ ଗଣନା କରଯାଇଥିଲା ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ସେହିପରି ବିସ୍ତୀର୍ଣ୍ଣ ସାମୁଦ୍ରିକ ଜଳରାଶିରେ ହାବେଳି ଖଟି, ଏକକୁଳା ନାଶି, ବାବୁବାଲି, ସାତଭାୟା, ଅଗର ନାଶି, ହୁକିଟୋଲା, ଲାଞ୍ଚଘୋଲା, ଷୋଳ ମୁହାଣ, ମାଦଳି ଓ ମହାନଦୀ ତ୍ରିକୋଣ ଭୂମି ଅବବାହିକାରେ ଡଲଫିନ ଜଳକ୍ରୀଡ଼ାରେ ଦେଖିବାକୁ ମିଳେ। ଏମାନଙ୍କ ନିରାପଦ ସୁରକ୍ଷା ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ବନ ବିଭାଗ ଅଧୀନରେ ଅବସ୍ଥିତ ରହିଛି। ଅପରପକ୍ଷରେ ଗହୀରମଥା ସ୍ଥଳ ଭାଗରେ ଲୁଣା ହେନ୍ତାଳ ଜଙ୍ଗଲ, ତଣ୍ଡା ବେଳାଭୂମି ଝାଉଁବଣ ପରିବେଶରେ ହରିଣ, ବାର୍‌ହା, ହେଏନା, ବଣ ବିରାଡ଼ି, ଅରଣା ମଇଁଷି, ଶିଆଳ, ବିଭିନ୍ନ ସରୀସୃପ ଆଦି ଅଞ୍ଚଳରେ ଦେଖିବାକୁ ମିଳେ ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ ଓ ସୁବାସ ସ୍ବାଇଁ ପ୍ରମୁଖ କହିଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳ ପ୍ରଧାନଙ୍କୁ ପଚାରିବାରେ ପାଣିପାଗ ଜଳବାୟୁକୁ ନେଇ ବିଶେଷଜ୍ଞ ଦଳ ଡଲଫିନ ଗଣନା ଆରମ୍ଭ ହୋଇଥାଏ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri