ଚିଲିକାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା

ଖୋର୍ଦ୍ଧା,୨୦ା୧(ଖୋର୍ଦ୍ଧା ପାଣିଗ୍ରାହୀ): ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇଛି। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍‌ଫିନ୍‌ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍‌ର ଗଣନା କରାଯାଉଛି । ଏଥିପାଇଁ ସାତପଡ଼ା ରେଞ୍ଜରେ ୮ ଟି ଟିମ୍‌ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ୧୦ଟି ଟିମ୍‌ ମୋଟ୍‌ ୧୮ଟି ଟିମ୍‌ ଗଠନ ହୋଇଛି। ଗଣନା ପାଇଁ ପ୍ରତି ଟିମ୍‌ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହିତ ଗବେଷକ ଓ ରସର୍ଚ୍ଚ ପର୍ସନ ଅଛନ୍ତି। ଏଥିରେ ୧୮ଟି ଡଙ୍ଗା ନିୟୋଜିତ ହୋଇଛି। ଏହି ଗଣନା ପାଇଁ ଶହେରୁ ଉଦ୍ଧର୍‌ବ ଗଣନାକାରୀ ନିୟୋଜିତ ହୋଇଛନ୍ତି। ଏହି ଗଣନା କାର୍ଯ୍ୟରେ ସିଡିଏର ରିସର୍ଚ୍ଚ ପର୍ସନ ଏବଂ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ସହିତ ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, ପରିବେଶବିତ୍‌ ଓ ଗବେଷକ ସାମିଲ ହୋଇଛନ୍ତି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି।

୩ ଦିନ ଧରି ଏହି ଗଣନା କାର୍ଯ୍ୟ କରାଯିବ। ଅର୍ଥାତ ୨୦ , ୨୧ , ୨୨ ତାରିଖ ପର୍ଯ୍ୟନ୍ତ ଏହି ଡଲ୍‌ଫିନ୍‌ ଗଣନା କାର୍ଯ୍ୟ କରାଯିବ। ଆଜି ମିଳିତ ଭାବେ ସମସ୍ତ ଗଣନାକାରୀ ଗଣନା କରି ସାରିବା ପରେ ଅବଶିଷ୍ଟ ଦୁଇ ଦିନ କେବଳ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପୁନଃ ଗଣନା କରିଲେ। ସକାଳ ୬ଟା ଦିବା ୧୨ଟା ପର୍ଯ୍ୟନ୍ତ ଏହି ଡଲ୍‌ଫିନ୍‌ ଗଣନା କରାଯିବ। ଗଣନା ସମୟରେ ଏପରିକି ଡଲ୍‌ଫିନ୍‌ ଚଳପ୍ରଚଳ କରୁଥିବା ସ୍ଥାନରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକୋ ଲଗାଇବା ସହିତ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡଲ୍‌ଫିନ୍‌ ଗଣନା କରୁଛି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ। ଜିପିଆର୍‌ ଟ୍ରାକ୍‌ରେ ବାଇନକୁଲାର୍‌ ଦ୍ୱାରା ଏହି ଗଣନା କରାଯାଉଛି। ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସିଡିଏର ସହଯୋଗରେ ଏହି ଇରାଓ୍ବାଡି ଓ ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଗଣନା କରାଯାଉଛି ବୋଲି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ)ର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ କହିଛନ୍ତି। ଚଳିତ ବର୍ଷ ଚିଲିକାରେ ଡଲ୍‌ଫିନଙ୍କ ସଂଖ୍ୟା କେତେ ଅଛି ତାହାର ହିସାବ କରାଯାଉଛି।

୨୦୨୧ରେ ଚିଲିକାରେ ୧୬୨ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୨୬ଟି ବଟଲ-ନୋଜ ଡଲ୍‌ଫିନ ଥିବା ଚିହ୍ନଟ ହୋଇଥିଲା।

୨୦୨୨ରେ ଚିଲିକାରେ ୧୫୧ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୬ଟି ବଟଲ-ନୋଜ ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।

୨୦୨୩ରେ ଚିଲିକାରେ ୧୫୪ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।

୨୦୨୪ରେ ଚିଲିକାରେ ୧୫୫ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri