ଚିଲିକାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା

ଖୋର୍ଦ୍ଧା,୨୦ା୧(ଖୋର୍ଦ୍ଧା ପାଣିଗ୍ରାହୀ): ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ) ପକ୍ଷରୁ ସମଗ୍ର ଚିଲିକାରେ ଡଲ୍‌ଫିନ୍‌ ଗଣନା ଆରମ୍ଭ ହୋଇଛି। ଚିଲିକାରେ ଦେଖା ଯାଉଥିବା ଇରାଓ୍ବ।ଡି ( Irrawaddy ) ଡଲ୍‌ଫିନ୍‌ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ-ନୋଚ ଡଲଫିନ୍‌ର ଗଣନା କରାଯାଉଛି । ଏଥିପାଇଁ ସାତପଡ଼ା ରେଞ୍ଜରେ ୮ ଟି ଟିମ୍‌ ଏବଂ ବାଲୁଗାଁ ରେଞ୍ଜ ଇଲାକାରେ ୧୦ଟି ଟିମ୍‌ ମୋଟ୍‌ ୧୮ଟି ଟିମ୍‌ ଗଠନ ହୋଇଛି। ଗଣନା ପାଇଁ ପ୍ରତି ଟିମ୍‌ରେ ୫ରୁ ୬ ଜଣ ଗଣନାକାରୀଙ୍କ ସହିତ ଗବେଷକ ଓ ରସର୍ଚ୍ଚ ପର୍ସନ ଅଛନ୍ତି। ଏଥିରେ ୧୮ଟି ଡଙ୍ଗା ନିୟୋଜିତ ହୋଇଛି। ଏହି ଗଣନା ପାଇଁ ଶହେରୁ ଉଦ୍ଧର୍‌ବ ଗଣନାକାରୀ ନିୟୋଜିତ ହୋଇଛନ୍ତି। ଏହି ଗଣନା କାର୍ଯ୍ୟରେ ସିଡିଏର ରିସର୍ଚ୍ଚ ପର୍ସନ ଏବଂ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କ ସହିତ ବିଭିନ୍ନ ବନ୍ୟପ୍ରାଣୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, ପରିବେଶବିତ୍‌ ଓ ଗବେଷକ ସାମିଲ ହୋଇଛନ୍ତି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ ସୂଚନା ଦେଇଛନ୍ତି।

୩ ଦିନ ଧରି ଏହି ଗଣନା କାର୍ଯ୍ୟ କରାଯିବ। ଅର୍ଥାତ ୨୦ , ୨୧ , ୨୨ ତାରିଖ ପର୍ଯ୍ୟନ୍ତ ଏହି ଡଲ୍‌ଫିନ୍‌ ଗଣନା କାର୍ଯ୍ୟ କରାଯିବ। ଆଜି ମିଳିତ ଭାବେ ସମସ୍ତ ଗଣନାକାରୀ ଗଣନା କରି ସାରିବା ପରେ ଅବଶିଷ୍ଟ ଦୁଇ ଦିନ କେବଳ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ପୁନଃ ଗଣନା କରିଲେ। ସକାଳ ୬ଟା ଦିବା ୧୨ଟା ପର୍ଯ୍ୟନ୍ତ ଏହି ଡଲ୍‌ଫିନ୍‌ ଗଣନା କରାଯିବ। ଗଣନା ସମୟରେ ଏପରିକି ଡଲ୍‌ଫିନ୍‌ ଚଳପ୍ରଚଳ କରୁଥିବା ସ୍ଥାନରେ ଅନ୍ୟାନ୍ୟ ଡଙ୍ଗା ଚଳାଚଳ ଉପରେ ରୋକୋ ଲଗାଇବା ସହିତ ପର୍ଯ୍ୟଟକଙ୍କୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ଡଲ୍‌ଫିନ୍‌ ଗଣନା କରୁଛି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ। ଜିପିଆର୍‌ ଟ୍ରାକ୍‌ରେ ବାଇନକୁଲାର୍‌ ଦ୍ୱାରା ଏହି ଗଣନା କରାଯାଉଛି। ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସିଡିଏର ସହଯୋଗରେ ଏହି ଇରାଓ୍ବାଡି ଓ ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଗଣନା କରାଯାଉଛି ବୋଲି ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ (ବାଲୁଗାଁ)ର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ କହିଛନ୍ତି। ଚଳିତ ବର୍ଷ ଚିଲିକାରେ ଡଲ୍‌ଫିନଙ୍କ ସଂଖ୍ୟା କେତେ ଅଛି ତାହାର ହିସାବ କରାଯାଉଛି।

୨୦୨୧ରେ ଚିଲିକାରେ ୧୬୨ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୨୬ଟି ବଟଲ-ନୋଜ ଡଲ୍‌ଫିନ ଥିବା ଚିହ୍ନଟ ହୋଇଥିଲା।

୨୦୨୨ରେ ଚିଲିକାରେ ୧୫୧ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୬ଟି ବଟଲ-ନୋଜ ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।

୨୦୨୩ରେ ଚିଲିକାରେ ୧୫୪ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।

୨୦୨୪ରେ ଚିଲିକାରେ ୧୫୫ଟି ଇରାଓ୍ବାଡି ଡଲ୍‌ଫିନ୍‌ ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲ୍‌ଫିନ୍‌ ଥିବା ଚିହ୍ନଟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri