ଜୀବନ ସଜାଡିଛି କଣ୍ଢେଇ

ବାରିପଦା ଅଫିସ,୩୦ା୧୨-ବିଶ୍ୱ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପରିସ୍ଥିତି। ଘରୁ କେହି ପଦାକୁ ବାହାରୁ ନ ଥିବା ବେଳେ ଜୀବନ ଜୀବିକା ହୋଇ ପଡ଼ିଥିଲା ବିପନ୍ନ। ଠିକ୍‌ ଏହି ସମୟରେ ୟୁ ଟ୍ୟୁବ୍‌ ଦେଖି ଖେଳନା କଣ୍ଢେଇ ତିଆରି ଆରମ୍ଭ କଲେ। ସୁନ୍ଦର ଆକୃତି ସହିତ ରଙ୍ଗବେରଙ୍ଗର ଏହି କଣ୍ଢେଇ ଏବେ ଲୋକଙ୍କୁ ବେଶ ଆକୃଷ୍ଟ କରି ପାରୁଛି। ପଡ଼ୋଶୀ ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ ରାନାଘାଟ ଅଞ୍ଚଳର ଯୁବକ ମଣି ପାଲ ମୟୂରଭଞ୍ଜ ଜିଲା ବାରିପଦା ସହରର ରାସ୍ତା କଡ଼ରେ ଏହି କଣ୍ଢେଇ ବିକି ବେଶ ଦି’ ପଇସା ରୋଜଗାର କରି ପାରୁଛନ୍ତି। ଦିନକୁ ୩ରୁ ୪ଶହ ଟଙ୍କା ରୋଜଗାର ହେଉଥିବା ବେଳେ ଏଥିରେ ତାଙ୍କ ପରିବାର ଲୋକେ ସହଯୋଗ କରୁଛନ୍ତି।
ମଣି ପାଲଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ଦୁଇ ସନ୍ତାନ ା ଦିନକୁ ୧୨ଘଣ୍ଟା ପରିଶ୍ରମ କରି ତିଆରି କରୁଛନ୍ତି କଣ୍ଢେଇ ା କୋଲକାତା ବଜାରରୁ ସାମଗ୍ରୀ କିଣି ଘରେ ବସି ଏହାକୁ ତିଆରି କରି ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି ା ଅଧିକ ଦୁଇ ପଇସା ଲାଭ ଆଶାରେ ପଶ୍ଚିମବଙ୍ଗରୁ ଆସି ବାରିପଦା ସହରର ମୁଖ୍ୟ ସଡ଼କ ପାର୍ଶ୍ୱରେ ସୁନ୍ଦର ଭାବେ ସଜାଇ କଣ୍ଢେଇ ବିକ୍ରି କରୁଛନ୍ତି ା ଗୋଟିଏ କଣ୍ଢେଇ ତିଆରି ପାଇଁ ଦେଢ ଘଣ୍ଟା ସମୟ ଲାଗିଥାଏ ା ରାତିରେ ବସି ଏହାକୁ ପ୍ରସ୍ତୁତ କରୁଥିବା ମଣି ପାଲ କହିଛନ୍ତି। ବାଟୋଇ ଓ ଶିଶୁମାନଙ୍କୁ ଏହା ବେଶ ଆକୃଷ୍ଟ କରୁଥିବାରୁ କଣ୍ଢେଇ ଆଦର ବଢ଼ିବାକୁ ଲାଗିଛି ା
ବେଡ୍‌ରୁମ କିମ୍ବା ବୈଠକ ଘର କାନ୍ଥ ଥାକରେ ସଜାଇ ରଖିବା ପାଇଁ ଘରକୁ ନେଉଛୁ। ମନକୁ ଛୁଇଁଲା ପରି ହୋଇଥିବାରୁ କିଣୁଛି ବୋଲି ଗ୍ରାହକ ସତ୍ୟରୂପା ସିହ୍ନା ପ୍ରକାଶ କରିଛନ୍ତି ା ସେହିପରି ୪ଚକିଆ ଯାନର ସମ୍ମୁଖ ଓ ପଛ ପାର୍ଶ୍ୱରେ ଏହାକୁ ରଖିବା ପାଇଁ ଲୋକେ କିଣୁଛନ୍ତି। ସୁନ୍ଦର କାରୁକାର୍ଯ୍ୟ ଓ ଡିଜାଇନରେ ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ବେଶ ମନଲୋଭା ହୋଇପାରିଛି ବୋଲି ମୁର୍ଗାବାଡ଼ି ଅଞ୍ଚଳର ରାଜାରାମ ଖଣ୍ଡେଲୱାଲ କହିଛନ୍ତି ା ତେବେ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା କୋଭିଡ୍‌-୧୯କୁ ମୁକାବିଲା କରି ସେ ରୋଜଗାରକ୍ଷମ ହୋଇପାରିଥିବା ମଣି ପାଲ କହିଛନ୍ତି। ଏହି ଭଳି ପ୍ରୟାସ ରଖି ଯୁବ ସମାଜ ଟେକ୍ନୋଲୋଜିର ସହାୟତା ନେଇ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri