ଜୀବନ ସଜାଡିଛି କଣ୍ଢେଇ

ବାରିପଦା ଅଫିସ,୩୦ା୧୨-ବିଶ୍ୱ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ ପରିସ୍ଥିତି। ଘରୁ କେହି ପଦାକୁ ବାହାରୁ ନ ଥିବା ବେଳେ ଜୀବନ ଜୀବିକା ହୋଇ ପଡ଼ିଥିଲା ବିପନ୍ନ। ଠିକ୍‌ ଏହି ସମୟରେ ୟୁ ଟ୍ୟୁବ୍‌ ଦେଖି ଖେଳନା କଣ୍ଢେଇ ତିଆରି ଆରମ୍ଭ କଲେ। ସୁନ୍ଦର ଆକୃତି ସହିତ ରଙ୍ଗବେରଙ୍ଗର ଏହି କଣ୍ଢେଇ ଏବେ ଲୋକଙ୍କୁ ବେଶ ଆକୃଷ୍ଟ କରି ପାରୁଛି। ପଡ଼ୋଶୀ ପଶ୍ଚିମବଙ୍ଗର ନଦିଆ ଜିଲା ଅନ୍ତର୍ଗତ ରାନାଘାଟ ଅଞ୍ଚଳର ଯୁବକ ମଣି ପାଲ ମୟୂରଭଞ୍ଜ ଜିଲା ବାରିପଦା ସହରର ରାସ୍ତା କଡ଼ରେ ଏହି କଣ୍ଢେଇ ବିକି ବେଶ ଦି’ ପଇସା ରୋଜଗାର କରି ପାରୁଛନ୍ତି। ଦିନକୁ ୩ରୁ ୪ଶହ ଟଙ୍କା ରୋଜଗାର ହେଉଥିବା ବେଳେ ଏଥିରେ ତାଙ୍କ ପରିବାର ଲୋକେ ସହଯୋଗ କରୁଛନ୍ତି।
ମଣି ପାଲଙ୍କ ପରିବାର କହିଲେ ସ୍ତ୍ରୀଙ୍କ ସହ ଦୁଇ ସନ୍ତାନ ା ଦିନକୁ ୧୨ଘଣ୍ଟା ପରିଶ୍ରମ କରି ତିଆରି କରୁଛନ୍ତି କଣ୍ଢେଇ ା କୋଲକାତା ବଜାରରୁ ସାମଗ୍ରୀ କିଣି ଘରେ ବସି ଏହାକୁ ତିଆରି କରି ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି ା ଅଧିକ ଦୁଇ ପଇସା ଲାଭ ଆଶାରେ ପଶ୍ଚିମବଙ୍ଗରୁ ଆସି ବାରିପଦା ସହରର ମୁଖ୍ୟ ସଡ଼କ ପାର୍ଶ୍ୱରେ ସୁନ୍ଦର ଭାବେ ସଜାଇ କଣ୍ଢେଇ ବିକ୍ରି କରୁଛନ୍ତି ା ଗୋଟିଏ କଣ୍ଢେଇ ତିଆରି ପାଇଁ ଦେଢ ଘଣ୍ଟା ସମୟ ଲାଗିଥାଏ ା ରାତିରେ ବସି ଏହାକୁ ପ୍ରସ୍ତୁତ କରୁଥିବା ମଣି ପାଲ କହିଛନ୍ତି। ବାଟୋଇ ଓ ଶିଶୁମାନଙ୍କୁ ଏହା ବେଶ ଆକୃଷ୍ଟ କରୁଥିବାରୁ କଣ୍ଢେଇ ଆଦର ବଢ଼ିବାକୁ ଲାଗିଛି ା
ବେଡ୍‌ରୁମ କିମ୍ବା ବୈଠକ ଘର କାନ୍ଥ ଥାକରେ ସଜାଇ ରଖିବା ପାଇଁ ଘରକୁ ନେଉଛୁ। ମନକୁ ଛୁଇଁଲା ପରି ହୋଇଥିବାରୁ କିଣୁଛି ବୋଲି ଗ୍ରାହକ ସତ୍ୟରୂପା ସିହ୍ନା ପ୍ରକାଶ କରିଛନ୍ତି ା ସେହିପରି ୪ଚକିଆ ଯାନର ସମ୍ମୁଖ ଓ ପଛ ପାର୍ଶ୍ୱରେ ଏହାକୁ ରଖିବା ପାଇଁ ଲୋକେ କିଣୁଛନ୍ତି। ସୁନ୍ଦର କାରୁକାର୍ଯ୍ୟ ଓ ଡିଜାଇନରେ ଏହାକୁ ପ୍ରସ୍ତୁତ କରାଯାଉଥିବାରୁ ବେଶ ମନଲୋଭା ହୋଇପାରିଛି ବୋଲି ମୁର୍ଗାବାଡ଼ି ଅଞ୍ଚଳର ରାଜାରାମ ଖଣ୍ଡେଲୱାଲ କହିଛନ୍ତି ା ତେବେ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା କୋଭିଡ୍‌-୧୯କୁ ମୁକାବିଲା କରି ସେ ରୋଜଗାରକ୍ଷମ ହୋଇପାରିଥିବା ମଣି ପାଲ କହିଛନ୍ତି। ଏହି ଭଳି ପ୍ରୟାସ ରଖି ଯୁବ ସମାଜ ଟେକ୍ନୋଲୋଜିର ସହାୟତା ନେଇ ରୋଜଗାରକ୍ଷମ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri