ପୋଲିସ ବେଶରେ କରୁଥିଲେ ଡକାୟତି

ଭବାନୀପାଟଣା,୩୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ଏକ ୧୩ଜଣିଆ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗଙ୍କୁ ଧରିଛି। ୧୩ ଡକାୟତଙ୍କ ମଧ୍ୟରୁ ୧୦ଜଣ କଳାହାଣ୍ଡି ଓ ୩ଜଣ ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି। ସେମାନେ ହେଲେ ବଲାଙ୍ଗୀର ଜିଲା ସଇଁତଲା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ରାଜକିଶୋର ନାଗ, କନ୍ଧଉଲବା ଗ୍ରାମର ବିନୟ କୁମାର ସେଠ, ଚାରଭଟା ଗ୍ରାମର ବବଲୁ ରଣା, କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ଗୋଶାଲପଡାର ଜନ୍ନେଲା ହେମନ୍ତ କୁମାର, ଇରିଗେସନ କଲୋନୀର ମାନସ ବିଶି, କରନପିଟାର ମହେନ୍ଦ୍ର ମହତ, ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ନୁଆଗଁାର ସୁଶାନ୍ତ ନାଏକ, ରବିନ୍ଦ୍ର ନାଏକ, ସୁଦାମ ନାଏକ, ଶାନ୍ତ ନାଏକ, ସୁଜିତ ବାଗ, ଉମାଶଙ୍କର ତାଣ୍ଡି, କ୍ଷିତିଶ ନାଏକ। ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ପୋଲିସ ପୋଷାକ ବ୍ୟବହାର କରି ଅନେକ ସୁନା ବ୍ୟବସାୟୀଙ୍କ ସମେତ ଲୋକଙ୍କୁ କମ୍‌ ଦରରେ ସୁନା ବିକ୍ରି କରିବା ପାଇଁ ତାଙ୍କୁ ଡାକି ଘଟଣା ସ୍ଥଳରେ ଲୁଣ୍ଠନ କରୁଥିଲେ। ଡକାୟତ ଗ୍ୟାଙ୍ଗଠାରୁ ନଗଦ ୫ଲକ୍ଷ ୭୪ ହଜା ୫ଶହ ଟଙ୍କା ଜବତ କରାଯାଇଥିବାବେଳେ ଡକାୟତି ବେଳେ ବ୍ୟବହାର କରାଯାଉଥିବା ଏକ ବୁଲେଟ, ଅସଲି ସୁନା ଚାରି ଖଣ୍ଡ, ପ୍ରାୟ ୨ଶହ ଗ୍ରାମ ନକଳି ସୁନା, ହନୁମାନ ପଇସା,୯ଟି ରୂପା ମୁଦ୍ରା, ପୋଲିସ ୟୁନିଫର୍ମ, ୧୪ ମୋବାଇଲ ସହ ଏକ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗୁରୁବାର ଅପରାହ୍ନରେ କଳାହାଣ୍ଡି ପୋଲିସ ପକ୍ଷରୁ ଭବାନୀପାଟଣାସ୍ଥିତ ଏସ୍‌ପି କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ଅଭିଳାସ ଜି। ପ୍ରକାଶ ଯେ, ଗତ ୧୬ ତାରିଖରେ ଉପରୋକ୍ତ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ରାଜ କିଶୋର ନାଗ ବଲାଙ୍ଗୀର ଜିଲା ସଇଁତଳା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କମ୍‌ ଦରରେ ସୁନା ଯୋଗାଇ ଦେବା କହିବା ସହ ଅଧା କିଲୋ ସୁନାକୁ ତାଙ୍କୁ ୧୩ ଲକ୍ଷ ଟଙ୍କାରେ ଦେବା କହି ଭବାନୀପାଟଣା ରେଳ ଷ୍ଟେଷନ ନିକଟକୁ ଡାକିଥିଲେ। ବ୍ୟକ୍ତି ଜଣକ ଟଙ୍କା ନେଇ ଘଟଣାସ୍ଥଳକୁ ଆସିବା ପରେ ପୂର୍ବରୁ ଯୋଜନା ଅନୁଯାୟୀ ଡକାୟତି ଗ୍ୟାଙ୍ଗ ୧୩ ଲକ୍ଷ ଟଙ୍କା ଝାମ୍ପି ନେଇ ଫେରାର ହୋଇଥିଲେ। ଏହି ଘଟଣା ନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ସ୍ଥାନୀୟ ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୋଲିସ ଏକ ମାମଲା (ନଂ .୨୧୦/୨୩) ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅନେକଗୁଡିଏ ତଥ୍ୟ ଓ ପ୍ରମାଣ ପୋଲିସ ହାତରେ ଲାଗିଥିଲା। ପରେ ଏହି ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ କରିଥିଲା କଳାହାଣ୍ଡି ପୋଲିସ। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ବଲାଙ୍ଗୀର ଜିଲାରୁ ଧରିଥିଲା ପୋଲିସ। ଏହି ଡକାୟତ ଗ୍ୟାଙ୍ଗ କେବଳ ଉପରୋକ୍ତ ଲୋକଙ୍କୁ ନୁହେଁ ବଂର ଏମାନେ ନକଲି ସୁନା କାରବାର କରୁଥିବାବେଳେ ଅନେକ ସମୟରେ ପୋଲିସ ଓ ସିଆରପିଏଫ୍‌ ପୋଷାକ ପିନ୍ଧି କମ୍‌ ଦରରେ ସୁନା ଯୋଗାଇ ଦେବା କହି ଗ୍ରାମାଞ୍ଚଳର ସୁନା ବ୍ୟବସାୟୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଫୋନ୍‌ ରେ ବିଭିନ୍ନ ସ୍ଥାନକୁ ଡାକି ଲୁଟପାଟ କରି ଚମ୍ପଟ ମାରୁଥିଲେ। ପୋଲିସ ପୋଷାକ ବ୍ୟବହାର କରୁଥିବାରୁ ଲୋକମାନେ ପୋଲିସ ନିକଟରେ ଅଭିଯୋଗ କରିବାକୁ ମଧ୍ୟ ଭୟ କରୁଥିଲେ। ଅନ୍ୟପକ୍ଷରେ ଏଭଳି ଘଟଣା ଯଦି କୌଣସି ବ୍ୟକ୍ତିଙ୍କ ସହ ହୋଇଥିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଏସ୍‌ପି କହିଛନ୍ତି। ସେହିପରି କୌଣସି ସୁନା ବ୍ୟବସାୟୀ ସୁନା କିଣୁଛନ୍ତି ତେବେ ଠିକ ଲୋକଙ୍କଠାରୁ ଜିଏସଟି ବିଲ ସହିତ କିଣିବାକୁ ମଧ୍ୟ ଏସ୍‌ପି ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ଲହଡ଼ିରେ ଭାସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପୁରୀ,୩୦।୩(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ସୋମବାର ପୁଣି ଏକ ଅଘଟଣ ଘଟିଛି। ଡିପ୍‌ କରେଣ୍ଟ ଯୋଗୁ ସମୁଦ୍ରରେ ଗାଧୋଇବା ବେଳେ ୨ଜଣ ପର୍ଯ୍ୟଟକ ଭାସିଯାଇ ମୃତ୍ୟୁବରଣ…

ଆସ ଷ୍ଟେଶନରେ ଛାଡିଦେବୁ କହି ମହିଳାଙ୍କୁ ଗଣବଳାତ୍କାର

ଭୁବନେଶ୍ୱର,୩୦।୩: ରାଜଧାନୀରେ ଚାଞ୍ଚଲ୍ୟ। ମହିଳାଙ୍କୁ ଷ୍ଟେଶନରେ ଛାଡିଦେବାକୁ କହି ଗଣବଳାତ୍କାର କଲେ ୨ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ତମାଣ୍ଡୋ ଥାନା ଅଞ୍ଚଳରେ। ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର…

ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ ଦେଖି ଏମିତି ବୟାନ ଦେଲେ ଯୁବରାଜ ସିଂହ, ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୩୦।୩: IPL 2026 ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏକ ଧମାକାଦାର ଇନିଂସ ଖେଳି ରୋହିତ ଶର୍ମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରୋହିତଙ୍କ…

ଯୁଦ୍ଧ ନୁହେଁ ମହାଯୁଦ୍ଧର ପ୍ରସ୍ତୁତି, ଆମେରିକା କରୁଛି ଏହି ବଡ଼ ଯୋଜନା

ଓ୍ବାଶିଂଟନ,୩୦।୩:ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବାର ୩୧ଦିନ ବିତିଗଲାଣି, ତଥାପି ଏହାର ଗତିପଥ ଅନିର୍ଦ୍ଦିଷ୍ଟ ରହିଛି । ଏହି ସମୟରେ, ଇରାନ ଉପରେ ଆମେରିକାର ସମ୍ଭାବ୍ୟ ସ୍ଥଳ…

ଏ କେଉଁ ପ୍ରକାର ସଙ୍କେତ? ଶ୍ରୀମନ୍ଦିର ନୀଳଚକ୍ର ଉପରେ ପୁଣି ବସିଲା ଚିଲ

ପୁରୀ,୩୦।୩( ଅଜିତ୍ କୁମାର ମହାନ୍ତି)ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲଗାତାର ଚିଲ ବସୁଥିବା ଦେଖିବାକୁ ମିଳୁଛି ।  ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଏକ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri