Categories: ଫୁରସତ

ସ୍କିପିଂ ଖେଳି କୁକୁରର ରେକର୍ଡ

ଝିଅମାନେ ସ୍କିପିଂ ନିଶ୍ଚୟ ଖେଳିଥିବେ। କେବେ ଏକା ଖେଳିଥିବେ ତ ଆଉ କେବେ ଦୁଇଜଣ ସାଙ୍ଗ ମୁହାଁମୁହିଁ ହୋଇ ରହି ଏକାସାଙ୍ଗରେ ଡେଇଁ ଡେଇଁ ସ୍କିପିଂ ଖେଳିଥିବେ। ଦୁଇଜଣ ମିଶି ସ୍କିପିଂ ଖେଳିବାରେ ଥାଏ ଏକ ଅଲଗା ମଜା। ଏଥିରେ ଦୁହିଁଙ୍କ ଭିତରେ ତାଳମେଳ ନିହାତି ଜରୁରୀ। ନଚେତ ଏହାକୁ ଖେଳିବା କଷ୍ଟକର। ତେବେ ଜଣେ ମହିଳା ଏକ କୁକୁର ସହ ମିଶି ସ୍କିପିଂ ଖେଳି ନା କେବଳ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବରଂ ଦୁହେଁ ମିଶି ଗିନିଜ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ବି ପାଇଛନ୍ତି। ସେମାନେ ହେଉଛନ୍ତି ଲଣ୍ଡନର ରାସେଲ୍‌ ଗ୍ରିଲ୍‌ ଓ ତାଙ୍କ କୁକୁର ଜେସିକା। ଦୁହେଁ ଏକ ମିନିଟ୍‌ରେ ୫୯ ଥର ସ୍କିପିଂ କରିଥିଲେ। ଏହା ହେଉଛି ଏକ ମିନିଟ୍‌ରେ ଏକ କୁକୁର ଓ ମଣିଷ ଖେଳିଥିବା ସବୁଠାରୁ ଅଧିକ ସ୍କିପିଂ।

 

Share