ବାରଣ୍ଡାରେ ଶୋଇଥିବାବେଳେ ଗାଲରୁ ମାଂସ ଝୁଣିନେଲା କୁକୁର: ତିନି ଗୁରୁତର

ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ଅନ୍ତର୍ଗତ ଧୋକାମୁଣ୍ଡା ଗ୍ରାମରେ ଗୋଟିଏ ପାଗଳ କୁକୁର ଆତଙ୍କ ଖେଳାଇଛି। କୁକୁରଟି ଅଦ୍ୟାବଧି ଦଶ ଜଣରୁ ଉର୍ଦ୍ଧ୍ୱଙ୍କୁ କାମୁଡିଥିବା ସୂଚନା ରହିଛି। ଆଜି ଗୋଟିଏ ଦିନରେ ଏହି କୁକୁର ଆକ୍ରମଣର ଶିକାର ବ୍ୟକ୍ତିଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଧୋକାମୁଣ୍ଡା ଗ୍ରାମରେ ଏହି ପାଗଳ କୁକୁର ପ୍ରଥମେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣଙ୍କୁ ଆସି ଗାଲରେ କାମୁଡି ମାଂସ ବାହାର କରିଦେଲା, ତାକୁ ପରିବାର ଲୋକେ ବହୁତ କଷ୍ଟରେ ସେଠାରୁ ଘୋଡାଇ ଦେଲେ କିନ୍ତୁ ପରେ ପୁଣି ଘରେ ବାପା ମା’ ବିଲକୁ ଯାଇଥିବା ବେଳେ ୯ ବର୍ଷ ନାବାଳକ ଓ ୬ବର୍ଷ ନାବାଳକ ଦୁଇ ଭାଇ ବାରଣ୍ଡାରେ ଶୋଇଥିବାବେଳେ ସେଇ ପାଗଳ କୁକୁର ଆସି ବିନୋଦ ନାୟକ ୯ ବର୍ଷ ନାବାଳକକୁ ଗାଲରେ କାମୁଡି ଝୁଣି ନେଇଗଲା ମାଂସ । ସାନ ଭାଇ ଓ ପୋଡ଼ଶୀ ବହୁତ କଷ୍ଟରେ ଘଉଡାଇ ଥିଲେ l ପରେ ବାପା ସାଧୁ ନାୟକ ଖବର ପାଇ ଆସିଲା ବେଳେ ସେଇ କୁକୁର ହାବୁଡ଼ରେ ପଡିଲେ ଓ ଆକ୍ରମଣର ଶିକାର ହୋଇଥିଲା। ଫଳସ୍ବରୂପ ତାଙ୍କ ଗୋଡରୁ ମାଂସ ଟାଣି ନେଇଗଲା କୁକୁର। ତାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା ପରେ ତିନି ଜଣ ଗୁରୁତର ହବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ପ୍ରାୟ ୭ ଜଣଙ୍କୁ ସମ୍ୟକ ଭାବେ ସେହି କୁକୁର ନଖ ଓ ଦାନ୍ତ ଲଗାଇଥିବା ଦୃଷ୍ଟିରୁ ସେମାନେ ମଧ୍ୟ ବଣାଇଁରେ ଚିକିତ୍ସାଧୀନ ଅଛନ୍ତି I ଗ୍ରାମରେ ଆତଙ୍କ ଖେଳାଇଛି ପାଗଳ କୁକୁର। ଆତଙ୍କିତ ଅବସ୍ଥାରେ ଥିବା ଗ୍ରାମବାସୀ ଓ କିଛି ଯୁବକ କୁକୁରକୁ ମାରିବା ପାଇଁ ସାହସ ଜୁଟାଇଥିବା ସୂଚନା ମିଳିଛି l


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri