Categories: ଫୁରସତ

ଛାତରୁ ଏମିତି ଓହ୍ଲାଉଛି କୁକୁର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁରକୁ ଦେଖିବାକୁ ମିଳୁଛି। ଯିଏ ଛାତରୁ ସିଡ଼ି ସାହାଯ୍ୟରେ ତଳକୁ ଆସୁଛି । ସିଡିର ଗୋଟିଏ ପରେ ଗୋଟିଏ ପଟାରେ ପାଦ ଦେଇ ତଳକୁ ଆସୁଛି। ଭିଡିଓକୁ ଦେଖିଲେ ଖୁବ୍‌ ଖୁସି ଲାଗିବ। ଭିଡିଓକୁ ରାକ୍ଟିମ ସାଇକିଆ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share