ଚୂନରା ସେବାୟତଙ୍କ ଜୀବନ ବୀମା ନାହିଁ

ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍‌ ଉପରେ ଚାନ୍ଦୁଆ ବାନ୍ଧିବା କାର୍ଯ୍ୟଠାରୁ ଆରମ୍ଭ କରି ଗରୁଡ଼ସ୍ତମ୍ଭ ଓ ଅରୁଣସ୍ତମ୍ଭର ସ୍ନାନ ନୀତି ମଧ୍ୟ ସମ୍ପାଦନ କରିଥାନ୍ତି। ଏହାସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ଜୀବନ ବୀମା ଯୋଗାଇ ଦିଆଯାଇନାହିଁ। ଅନ୍ୟ ସେବାୟତଙ୍କ ଭଳି ଚୂନରା ସେବାୟତଙ୍କର କେବଳ ସ୍ବାସ୍ଥ୍ୟ ବୀମା ରହିଛି। ପ୍ରଭୁ ସେବାରେ ନିଜକୁ ସମର୍ପି ଦେଇଥିବା ଏହି ସେବାୟତମାନେ କେବେହେଲେ ଏଥିପାଇଁ ଦାବି ରଖି ନ ଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ଜୀବନ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

ଏ ସମ୍ପର୍କରେ ଚୂନରା ସେବାୟତ ନିଯୋଗ ସମ୍ପାଦକ କୃଷ୍ଣମୋହନ ମହାପାତ୍ର କହିଛନ୍ତି, ଚୂନରା ସେବକ ଭାବେ ଶ୍ରୀମନ୍ଦିରରେ ଚୂନ ଲଗାଇବା ହେଉଛି ଆମର ପ୍ରମୁଖ କାମ। ଏବେ ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗ ଏହି କାର୍ଯ୍ୟ ସମ୍ପାଦନ କରୁଛି। ତେଣୁ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିବା, ବାନା ଲାଗିବା, ଅରୁଣସ୍ତମ୍ଭ ଓ ଗରୁଡ଼ସ୍ତମ୍ଭ ଉପରେ ଚଢ଼ିବା କାର୍ଯ୍ୟ କରିଥାଉ। ଉଚ୍ଚ ନୀଳଚକ୍ର ପାଖରେ ପହଞ୍ଚତ୍ ବାନା ଲଗାଇବାବେଳେ ଶ୍ରୀମନ୍ଦିରରେ ପଥର ଉପରେ ପାଦ ରଖି ରଖି ଚୂନରାମାନେ ମୁଣ୍ଡି ପର୍ଯ୍ୟନ୍ତ ଚଢ଼ନ୍ତି। ଏଭଳି କାର୍ଯ୍ୟ କରିବା ଖଣ୍ଡା ଧାରରେ ଚାଲିବା ସହ ସମାନ। ତଥାପି ଜୀବନ ବୀମା ନେଇ କୌଣସି ଆଶା ରଖିନାହୁଁ। ମହାପ୍ରଭୁଙ୍କ କାର୍ଯ୍ୟ ସମ୍ପାଦନ କରିବାବେଳେ ମହାପ୍ରଭୁ ହିଁ ଆମକୁ ସାହା। ଆଜି ପର୍ଯ୍ୟନ୍ତ କୌଣସି ବିଶେଷ ଦୁର୍ଘଟଣା ହୋଇନାହିଁ। ୨୦୧୪ରେ ରନତ୍ବେଦି ଉପରେ ଚାନ୍ଦୁଆ ବାନ୍ଧିବାବେଳେ ବିଶ୍ୱଜିତ ମହାପାତ୍ର ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଥିଲେ। ସମସ୍ତ ଚିକିତ୍ସା ଖର୍ଚ୍ଚ ବ୍ୟକ୍ତିଗତ ଭାବେ ବିଶ୍ୱଜିତଙ୍କ ପରିବାର ବହନ କରିଥିଲେ। ସେହିଭଳି ୨୦୧୨ରେ ମଧ୍ୟ ଶ୍ରୀମନ୍ଦିର ଉପରକୁ ଚଢ଼ିବାବେଳେ ଏଭଳି କିଛି ବିଶେଷ ଦୁର୍ଘଟଣା ଘଟିଥିଲେ ମଧ୍ୟ ମୋର ମନେ ପଡ଼ୁନାହିଁ। ଦୁର୍ଘଟଣା ହେବା ପୂର୍ବରୁ ଜୀବନ ବୀମା କରାଯିବା ଉଚିତ। ତେବେ ଏଥିପାଇଁ ଦାବି ନୁହେଁ, ବରଂ ନିବେଦନ କରିପାରିବୁ। ଏହା ହେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି। ସେହିଭଳି ଚୂନରା ସେବାୟତ ନୃସିଂହ ମହାପାତ୍ର କହିଛନ୍ତି, ସବୁ ସେବାୟତଙ୍କୁ ସମାନ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ କରାଯାଇଛି। ଜୀବନ ବୀମା ରହିବା ଉଚିତ। ଏକଥା ସତ ଯେ ପ୍ରଶାସନ ପାଖରେ ଆମେ ଦୃଢ଼ ଭାବେ ଏକଥା ରଖିବାକୁ ପସନ୍ଦ କରିବୁ ନାହିଁ। ଏହାର ସବୁଠାରୁ ବଡ଼ କାରଣ ହେଉଛି, ଆମେ ଅତି ଭକ୍ତିପୂର୍ଣ୍ଣ ମନୋଭାବ ନେଇ ସେବା କରୁଛୁ। ଏସବୁ ଭିତରେ ଜୀବନକୁ ପାଣି ଛଡ଼େଇ ସାରିଛୁ। ମହାପ୍ରଭୁଙ୍କ ସେବା ଆଗରେ ଜୀବନର ସୁରକ୍ଷା ପାଇଁ ଯୁକ୍ତି କରିବା ଠିକ୍‌ ହେବ ନାହିଁ। ମହାପ୍ରଭୁଙ୍କ ସେବା ଆମ ପ୍ରାଥମିକତା। ଅନ୍ୟପକ୍ଷରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏହି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, ସ୍ବାସ୍ଥ୍ୟବୀମା ସମେତ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ସହାୟତା ରାଶି ମଧ୍ୟ ରହିଛି। ଚୂନରା ସେବାୟତଙ୍କ ଜୀବନ ବୀମାର ଆବଶ୍ୟକତାକୁ ନେଇ ଆଗାମୀ ଦିନରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri