ନିୟମ ମାନୁନାହାନ୍ତି ଅମାନିଆ: ଏନ୍‌ଏସି ପ୍ରଶାସନର ଏମିତି ପଦକ୍ଷେପ

ବୁଗୁଡା,୨୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକର କିଛି ଅଞ୍ଚଳ ଏବଂ ସ୍ଥାନୀୟ ଏନ୍‌ଏସିରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ହେଲେ କେତେକ ଅମାନିଆ ଏ ନିୟମକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସହରର ବସଷ୍ଟାଣ୍ଡ ଓ ମୁଖ୍ୟ ରାସ୍ତାରେ ଅଧିକ ଲୋକଙ୍କ ସମାଗମ ଯୋଗୁ ଏନ୍‌ଏସି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାନିଟାଇଜ କରାଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ବସଷ୍ଟାଣ୍ଡ ସହ ବସଷ୍ଟାଣ୍ଡ ଠାରୁ ବୁଦ୍ଧଖୋଲ ଛକ ପର୍ଯ୍ୟନ୍ତ ଥିବା ମୁଖ୍ୟ ରାସ୍ତାକୁ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗର କର୍ମଚାରୀମାନେ ପ୍ରତିଷେଧକ ଦ୍ରବ୍ୟ ସିଞ୍ଚନ କରି ସାନିଟାଇଜ୍‌ କରିଛନ୍ତି।