୩ ବର୍ଷ ପୁଅର ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଙ୍କ ସହାୟକ ମାଗିଲେ ୨ ହଜାର ଟଙ୍କା

ରାୟଗଡ଼ା,୨୯ା୧୧(ଆଶିଷ ରଞ୍ଜନ ପଣ୍ଡା): ମାଆ ପଛେପଛେ ଯାଇ ନଦୀରେ ବୁଡ଼ି ଶୁକ୍ରବାର ଚାଲିଗଲା ୩ ବର୍ଷ ଶିଶୁପୁତ୍ରର ଜୀବନ। ଏହିଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ। ଘଟଣାରୁ ପ୍ରକାଶ ଯେ, କାହ୍ନୁଗୁଡ଼ା ଗ୍ରାମର କମ୍ବୁ ମାଝୀଙ୍କ ସ୍ତ୍ରୀ ଶୈଳେନ୍ଦ୍ରୀ ଶୁକ୍ରବାର ସକାଳେ ନଦୀକୁ ଯାଇଥିଲେ। ତାଙ୍କ ୩ ବର୍ଷର ପୁଅ ତରୁ ମାଆଙ୍କ ଅଗୋଚରରେ ତାଙ୍କ ପଛେ ପଛେ ନଦୀକୁ ଚାଲି ଯାଇଥିଲା। ମାଆ ନଦୀରୁ ଫେରି ପୁଅକୁ ଖୋଜି ପାଇଲେ ନାହିଁ। ଏହାପରେ ତରୁଙ୍କ ଜେଜେମାଆ ନାତିକୁ ନଦୀ ନିକଟରେ ଖୋଜିବାକୁ ଯିବା ସମୟରେ ନଦୀକୂଳରେ ତରୁର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାରବର୍ଗ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ତେବେ ରାତି ହୋଇଯାଇଥିବାରୁ ଶନିବାର ବ୍ୟବଚ୍ଛେଦ ହୋଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଶନିବାର ମୃତଦେହ ବ୍ୟବଚ୍ଛେଦ କରିଥିଲେ। ହେଲେ ଶିଶୁଟିର ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରଙ୍କ ସହଯୋଗୀ  ପରିବାରବର୍ଗଙ୍କୁ ୨ହଜାର ଟଙ୍କା ମାଗିଥିଲେ। ତେବେ ପରିବାରବର୍ଗ ଛୋଟ ଶିଶୁଟିର ମୃତ୍ୟୁର ଅବସାଦରେ ଭାଙ୍ଗି ପଡ଼ିଛନ୍ତି। ଉପସ୍ଥିତ ଗାଁ ଲୋକେ ଚାନ୍ଦା କରି ପ୍ରଥମେ ୫୦୦ ଟଙ୍କା ଦେବାରୁ ମନା କରିଥିଲେ। ତେବେ ପୁଣି ଥରେ ଗାଁ ଲୋକେ ୧ହଜାର ଟଙ୍କା ଦେଇଥିଲେ। ହେଲେ ସହଯୋଗୀ ତାହା ଗ୍ରହଣ ନ କରି ଛେଳି କାଟିଲେ ଲୋକେ ୫ ହଜାର ଟଙ୍କା ନେଉଛନ୍ତି। ଆଉ ମୋତେ ୧ହଜାର ଟଙ୍କା ଭିକ ଦେଉଛ କି ବୋଲି ଗାଁ ଲୋକଙ୍କୁ ପ୍ରଶ୍ନ କରିଥିଲେ।

ତେବେ ଗୋଟିଏ ପଟେ ତିନି ବର୍ଷର ଛୁଆ ମାଆ କୋଳ ଛାଡ଼ି ଚାଲିଯାଇଥିବାରୁ ପରିବାରବର୍ଗ ଓ ଗାଁ ଲୋକେ ଦୁଃଖରେ ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଏହିଭଳି ଟଙ୍କା ମାଗିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଏନେଇ ଗାଁ ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟାଧିକାରୀ ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଚିଠି କରିଛନ୍ତି। ହେଲେ ଏନେଇ ସାମାଜିକ କର୍ମୀ ବଳରାମ ପଣ୍ଡା କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଉନ୍ନତିମୂଳକ ଯୋଜନା କରୁଥିବା ବେଳେ ସରକାରୀ ବ୍ୟବସ୍ଥା କଳରେ ଏହିଭଳି ଅମାନବୀୟ କାର୍ଯ୍ୟ ଲୋକଙ୍କୁ ସୁବିଧା ପାଇବାରୁ ବଞ୍ଚିତ କରୁଛି। ଲୋକେ ଭୟଭୀତ ହୋଇ ଆଉ ସରକାରୀ କାର୍ଯ୍ୟାଳୟକୁ ଯାଉନାହାନ୍ତି ବୋଲି କହିଛନ୍ତି ବଳରାମ। ତେଣୁ ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଜିଲାରେ ଘଟୁଥିବା ଏହିଭଳି ଦୁର୍ନୀତି ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲଗାଇବା ଆବଶ୍ୟକ ବୋଲି କହିଛନ୍ତି ବଳରାମ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri