ଆନ୍ଦୋଳନକୁ ଏଡ଼ାଇ ଗୁରୁତର ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲେ ଡାକ୍ତର, ନଚେତ୍‌…

କେସିଙ୍ଗା,୭ା୧(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ଡାକ୍ତର ସଂଘ(ଓମ୍‌ସା) ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ପୂର୍ବାହ୍ନ ୧୦ଟାରୁ ୧୧ଟା ଯାଏ ଆଉଟ୍‌ଡୋରରେ କେବଳ ଏକ ଘଣ୍ଟା ରୋଗୀ ସେବା କରୁଛନ୍ତି। ଆଉଟ୍‌ଡୋର ବନ୍ଦ ହୋଇ ଗଲେ ଦୂର ଦୁରାନ୍ତରୁ ଆସିଥିବା ରୋଗୀମାନେ ନିରାଶରେ ଘରକୁ ଫେରିଯାଉଛନ୍ତି। ଏହିପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଆଉଟ୍‌ଡୋର ବନ୍ଦ ହେଲା ପରେ କେସିଙ୍ଗାରୁ ପ୍ରାୟ ୩୦ କିମି ଦୂର ରୁପ୍ରା ଗ୍ରାମର ମୋହନ ସାହୁ ଜ୍ୱରରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଆଉଟ୍‌ଡୋର ବନ୍ଦ ହୋଇଯାଇଥିଲା। ହସ୍ପିଟାଲର ଆଡଟ୍‌ଡୋର ସମ୍ମୁଖରେ ଅଚେତ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ କାନ୍ଦୁଥିଲେ। ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡ.ରବୀନ୍ଦ୍ର ନାଥ ଖଣ୍ଟୁଆ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରୋଗୀ ମୋହନ ସାହୁଙ୍କୁ ହସ୍ପିଟାଲକୁ ନେଇ ଚିକିତ୍ସା କରିବାରୁ ଜୀବନ ବଞ୍ଚିଯାଇଛି। ନଚେତ ଡାକ୍ତର ନ ଥିଲେ ଜୀବନ ବଞ୍ଚି ନ ଥାଆନ୍ତା।

ଏହି ହସ୍ପିଟାଲ ଉପରେ ଜିଲାର ନର୍ଲା,ଏମ.ରାମପୁର,କରଳାମୁଣ୍ଡା, ବଲାଙ୍ଗିର ଜିଲାର ଲୁଥୁର ବନ୍ଧ,ବାବେଝର, ମହଦା, ବାଲସି, ପରଲସିଙ୍ଗା, ହାତିଖୋଜ ସମେତ ୨୬ଟି ପଞ୍ଚାୟତର ଲୋକେ ପ୍ରାୟ ହଜାର ହଜାର ଲୋକେ ଏହି ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି। ଏହି ଅଞ୍ଚଳରୁ ଗର୍ଭବତୀ, ପ୍ରସୂତି ମହିଳାଠାରୁ ବିଭିନ୍ନ ପ୍ରକାର ରୋଗୀ ଏହି ହସ୍ପିଟାଲରେ ଉପରେ ନିର୍ଭର କରିଥାନ୍ତି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଛୁଟିରେ ଥିବାରୁ ଗର୍ଭବତୀ ମହିଳାମାନେ ପ୍ରସବ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମଗ୍ର ରାଜ୍ୟରେ ଡାକ୍ତରଙ୍କ ୧୮ ଦଫା ଦାବିକୁ ନେଇ ଓସ୍‌ମା ପକ୍ଷରୁ ଆନ୍ଦୋଳନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର କଠୋର କାର୍ଯ୍ୟାନୁଷ୍ଠାନସ୍ବରୂପ ଜରୁରୀ ସେବା ପରିଚାଳନା ଆଇନ( ଏସ୍‌ମା) ଲାଗୁ କରାଯାଇଛି। ଏ ବିଷୟରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଏକ ନିର୍ଦ୍ଦେଶନାମା ଜାରି କହିଛନ୍ତି ଯେ, ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖ ରାଜ୍ୟ ସରକାର ଡାକ୍ତର, ନର୍ସିଂଅଫିସର, ଫାର୍ମାସୀ ଅଫିସର ସମେତ ହସ୍ପିଟାଲରେ ନିୟୋଜିତ ସମସ୍ତ କର୍ମଚାରୀ, ଡିସ୍‌ପେନ୍‌ସାରୀରେ ଚିକିତ୍ସା ନିଯୁକ୍ତିରେ କାମ ବନ୍ଦ କରି ଆନ୍ଦୋଳନ କରିବାକୁ ନିଷେଧ କରିଛନ୍ତି। ଯାହାଦ୍ବାରା ରାଜ୍ୟର ସ୍ବାସ୍ଥ୍ୟସେବା ଅବ୍ୟାହତ ରହିବ ଏବଂ ଲୋକେ ବିଶେଷ ଭାବେ ଉପକୃତ ହୋଇପାରିବେ। କିନ୍ତୁ ଡାକ୍ତରୀ ସଂଘ ପକ୍ଷରୁ କେତେକ ଦାବି ନେଇ ଏବେ ଆନ୍ଦୋଳନ ଚାଲୁ ରହିଛି। ଏହାଦ୍ବାରା ଜନସାଧାରଣ ସ୍ବାସ୍ଥ୍ୟସେବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡା. ରବୀନ୍ଦ୍ର ନାଥ ଖଣ୍ଟୁଆଙ୍କୁ ପଚାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ସେବା ନ କରିବା କିମ୍ବା ଡାକ୍ତରଙ୍କ ଧର୍ମ ଆଉ କଣ ରହିବ, ଆନ୍ଦୋଳନକୁ ଡରିବା ତେବେ ରୋଗୀ ମରିଯିବେ ବୋଲି ପ୍ରକାଶ କରିଥିଲେ। ତେଣୁ ରାଜ୍ୟ ସରକାର ଏ ଭଳି ଦୁଃଖଦ ଘଟଣା ଘଟୁଥିବାରୁ ଡାକ୍ତରଙ୍କ ଯଥାଶୀଘ୍ର ସମାଧାନ କରିବା ପାଇଁ ଜନସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଖସିପଡିଲା ଟ୍ରାକ୍ଟର: ଡାଇଭର୍‌ ସହ ଘଟିଲା…

ବାହାନଗା, ୪। ୩(ଅରୂପ କୁମାର ଦାସ): ହୋଲିରେ ଅଘଟଣ। ବୁଧବାର ବାଲେଶ୍ୱର ଜିଲା ଗୋପାଳପୁର ପଞ୍ଚାୟତ ଆପିତିର ଗ୍ରାମର ଏକ ଟ୍ରାକ୍ଟର ପୋଖରୀକୁ ଖସି ପଡିବାରୁ ପଙ୍କରେ…

କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ, ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ସମେତ…

ଭୁବନେଶ୍ୱର,୪ା୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଆସନ୍ତା ୧୬ରେ ଅନୁଷ୍ଠିତ ହେବ ରାଜ୍ୟ ସଭା ନିର୍ବାଚନ। କହିବାକୁ ଗଲେ ୩ଟି ଆସନ…

ହୋଲିରେ ରାଜ୍ୟ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା DA, ପେନଶନଭୋଗୀଙ୍କୁ…

ନୂଆଦିଲ୍‌ଲୀ,୪।୩: ହୋଲି ଅବସରରେ, ମଧ୍ୟପ୍ରଦେଶ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ମିଳିଛି। ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହଙ୍ଗା ଭତ୍ତା…

କଳା ଚଷମା ପିନ୍ଧି ହୋଲି ଖେଳିଲେ ଯୋଗୀ ଆଦିତ୍ୟନାଥ, କହିଲେ ଭାରତ ହେଉଛି…

ଲକ୍ଷ୍ନୌ,୪ା୩: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହୋଲି ଖେଳିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ଗର୍ବିତ ହେବାକୁ ଆହ୍ବାନ ଦେଇ କହିଛନ୍ତି, ମାନବ ଜୀବନରେ ମର୍ଯ୍ୟାଦା, ଜୀବନଶକ୍ତି,…

ସୂର୍ଯ୍ୟକୁମାରଙ୍କୁ ବଡ଼ ଝଟ୍‌କା: ସେମିଫାଇନାଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୪।୩: ଟି୨୦ ବିଶ୍ୱକପ ମଧ୍ୟରେ ଆଇସିସି ଅନ୍ତର୍ଜାତୀୟ ଟି୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ବ୍ୟାଟସମ୍ୟାନ ଏବଂ ବୋଲରଙ୍କ ଉନ୍ନତି ପରିଲକ୍ଷିତ ହୋଇଛି। ବିଶେଷକରି ସଞ୍ଜୁ…

T୨୦ ବିଶ୍ୱକପ୍‌ ମଝିରେ ଆସିଲା ICC ର଼୍ୟାଙ୍କିଂ; ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ ସାମସନ, ହେଲେ ଅଭିଷେକ ଶର୍ମା…?

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ ୨୦୨୬ ଚାଲିଥିବା ସମୟରେ ICC ପକ୍ଷରୁ ଖେଳାଳିମାନଙ୍କର ସଦ୍ୟତମ T୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳର…

ପର୍ବ ଦେଖିବାକୁ ଯାଇଥିବା ବେଳେ ଯୋଡାରେ ମହିଳାଙ୍କୁ ଗଣବଳାତ୍କାର, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ

ଯୋଡ଼ା,୪।୩(ମାନସ ମହାନ୍ତି) : କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ଅଞ୍ଚଳରେ ମାଘେ ପର୍ଵ ସମୟ ଜଣେ ମହିଳାଙ୍କୁ ଗଣବଳାତ୍କାର । ଏହି ଘଟଣାରେ ମଙ୍ଗଳବାର…

ଖାମେନେଇଙ୍କ ସମର୍ଥନରେ ଟ୍ରମ୍ପ-ନେତାନ୍ୟାହୁଙ୍କ ପୋଷ୍ଟର ଜାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ,୪।୩: ଭାରତରେ ଅନେକ ମୁସଲିମ ସଂଗଠନ ଏବଂ ରାଜନୈତିକ ଦଳ ଇରାନ ଉପରେ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣର ପ୍ରତିବାଦ କରୁଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ପ୍ରତିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri