Posted inଜାତୀୟ

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା। ଏବେ ପୁଣିଥରେ ଏହି ରାଜ୍ୟ ଚର୍ଚ୍ଚାକୁ ଆସିଛି। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବା ପାଇଁ ଯାଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କରିଛନ୍ତି। କେବଳ ସେତିକିରେ ଡାକ୍ତରଙ୍କ ବର୍ବରତା ଶେଷ ହୋଇନାହିଁ, ସେ ମହିଳାଙ୍କ ଅସଂଯତ ଅବସ୍ଥାର ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ଏକାଧିକ ଥର ବଳାତ୍କାର କରିଛନ୍ତି।
ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ହସ୍‌ନାବାଦରେ ଏହି ଘଟଣା ଘଟିଛି। ଡାକ୍ତର ଜଣକ ମହିଳା ରୋଗୀଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ଶନ ଦେଇ ଅଚେତ କରାଇବା ପରେ ବଳାତ୍କାର କରିଥିଲେ। ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ମଙ୍ଗଳବାର ଗିରଫ କରିଛି।
ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ବାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ମହିଳା ଜଣକ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ମହିଳାଙ୍କୁ ପ୍ରଥମେ ଅଚେତ କରାଇବା ପରେ ବଳାତ୍କାର କରିଥିଲେ। ଅଚେତ ଥିବା ମହିଳାଙ୍କ ଅସଂଯତ ଅବସ୍ଥାର କେତେକ ଫଟୋ ମଧ୍ୟ ଡାକ୍ତର ଉଠାଇଥିଲେ। ଉକ୍ତ ଫଟୋକୁ ଦେଖାଇ ସେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍‌ କରିବା ସହ ସେଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏହିଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଯାଇଥିଲେ। ସମାଜରେ ସମ୍ମାନହାନି ହେବା ଡରରେ ମହିଳା ଜଣକ ଏହି କଥା କାହାକୁ କହିପାରୁ ନ ଥିଲେ।

ସ୍ବାମୀ ବାହାରେ ରହିଥିବାରୁ ସେ ସମ୍ପୂର୍ଣ୍ଣ ନିଃସହାୟ ହୋଇପଡ଼ିଥିଲେ। ସ୍ବାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁ କଥା ତାଙ୍କୁ ଜଣାଇଥିଲେ। ସ୍ବାମୀ ତାଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସରେ ଏତଲା ଦେବା ପାଇଁ ପ୍ରବର୍ତ୍ତାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଡାକ୍ତରଙ୍କୁ ଗିରଫ କରିଥିଲା। ତାଙ୍କୁ ଜିଲା ଅଦାଲତରେ ହାଜର କରାଇବା ପରେ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri