Posted inଜାତୀୟ

କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ମିଳିଲା ଏମିତି, ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା, ୨୨।୮: କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ବଡ଼ କବର ସାମ୍ନାକୁ ଆସିଛି। ୮ ଏବଂ ୯ ଅଗଷ୍ଟ ମଧ୍ୟରାତ୍ରୀରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା କରିଥିଲେ। ହେଲେ ହତ୍ୟା କରିବା ପୂର୍ବରୁ ଏବଂ ହତ୍ୟା କରିବା ପରେ ମଧ୍ୟ ସେ ମହିଳାଙ୍କୁ ଅସଦାଚରଣ କରିବା ବନ୍ଦ କରିନଥିଲେ। ସଞ୍ଜୟ ରୟଙ୍କୁ ଗିରଫ କରିବା ପରେ ଯେତେବେଳେ ସିବିଆଇ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ସ୍କ୍ରିନିଙ୍ଗ୍‌ ଆରମ୍ଭ କରିଥିଲା, ସେତେବେଳେ ତାଙ୍କ ବିଷୟରେ ଏଭଳି ସୂଚନା ପାଇବା ପରେ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୮ ଏବଂ ୯ ଅଗଷ୍ଟ ସମୟରେ ସଞ୍ଜୟ ରୟ ଅଲଗା ଅଲଗା ବାହାନା କରି ୪ ଥର ହସ୍ପିଟାଲକୁ ଆସିଥିଲେ। ଏଥିରେ ୩ଥର ହସ୍ପିଟାଲ ଭିତରକୁ ଆସି ବୁଲାବୁଲି କରିଥିଲେ। ହେଲେ ୪ଥର ତଥା ଶେଷ ଥର ପାଇଁ ଯେତେବେଳେ ସେ ହସ୍ପିଟାଲରୁ ବାହାରକୁ ଆସିଥିଲେ, ସେତେବେଳେ ଟ୍ରେନି ଡାକ୍ତରଙ୍କ ସହ ବଳାତ୍କାର ଏବଂ ହତ୍ୟା ହୋଇସାରିଥିଲା। ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରେଡଲାଇଟ୍‌ ଅଞ୍ଚଳକୁ ଯାଇଥିଲେ। ସେଠାରେ ରାସ୍ତାରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲେ। ଏତିକିରେ ବି ସଞ୍ଜୟଙ୍କ କାରନାମା ଶେଷ ହୋଇନାହିଁ। ଟ୍ରେନି ଡାକ୍ତରଙ୍କ ସହ ବଳାତ୍କାର ଆଉ ହତ୍ୟା କରିବା ପରେ ମଧ୍ୟ ସେ ଆଉ ଜଣେ ମହିଳାଙ୍କୁ ଫୋନ କରିଥିଲେ।

ଅନ୍ୟପଟେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସାଇକୋଆନାଲିସିସ କରିଥିଲା। ଏହି ପରୀକ୍ଷଣରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଜଣେ ଯୌନ ବିକୃତ ମାନସିକତା ଥିବା ବ୍ୟକ୍ତି ବୋଲି ମନସ୍ତାତ୍ତ୍ୱିକ ପରୀକ୍ଷଣରୁ ଜଣାପଡିଛି।

କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri