ଅସ୍ତିତ୍ୱ ହରାଇବାକୁ ବସିଛି ଦୋବଲ ହାଟ

ଧାମନଗର,୧୩।୧୧(ଡି.ଏନ.ଏ.): ଦିନକୁ ଦିନ ହାଟ ପରମ୍ପରା ଓ ସଂସ୍କୃତି ହଜିବାକୁ ବସିଲାଣି। ଯେଉଁଠି ଗୋଟେ ଗୋଟେ ହାଟ ରହିଛି, ତା’ର ରକ୍ଷଣାବେକ୍ଷଣ ପ୍ରତି ସରକାର ନଜର ଦେଉନାହାନ୍ତି। ଯାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ। ଦୀର୍ଘଦଶନ୍ଧି ଧରି ନିଜର ସ୍ଥିତିକୁ ଜାହିର କରିଆସିଥିବା ଦୋବଲ ହାଟ ଅସ୍ତିତ୍ୱ ହରାଇବାକୁ ବସିଛି। ଦୋବଲ ବଜାରଠାରେ କେଉଁ କାଳରୁ ପଣ୍ୟ ବିନିମୟର ମାଧ୍ୟମ ପାଲଟିଥିବା ଏହି ହାଟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି। ଆବଶ୍ୟକ ଭିତ୍ତିଭୂମି ନାହିଁ। ଏଠାରେ ଥିବା କେତେକ ଅସ୍ଥାୟୀ କୁଡ଼ିଆ ବର୍ଷା, ଝଡ଼ ବାତ୍ୟାରେ ଭାଙ୍ଗି ନଷ୍ଟ ହୋଇଗଲାଣି। ଫଳରେ ବ୍ୟବସାୟୀମାନେ ଖୋଲା ଆକାଶ ତଳେ ପାଲ ପକାଇ ବେପାର କରୁଛନ୍ତି।
ମୁସ୍ତାଫାପୁର ପଞ୍ଚାୟତରେ ରହିଛି ଏହି ସାପ୍ତାହିକ ହାଟ। ସପ୍ତାହର ସୋମବାର ଓ ଗୁରୁବାର ହାଟ ବସିଥାଏ। ଏହି ହାଟ ଉପରେ ପ୍ରାୟ ୧୦ ପଞ୍ଚାୟତର ବିଭିନ୍ନ ସ୍ଥାନରୁ ବେପାରୀମାନେ ଆସି ନିଜର ଦ୍ରବ୍ୟ ସମାଗ୍ରୀ ବିକି ଗୁଜୁରାଣ ମେଣ୍ଟାଇଥାନ୍ତି। ଲୋକଙ୍କ ଅବଶ୍ୟକତା ଓ ସମ୍ପର୍କକୁ ଦୃଢ଼ୀଭୂତ ପାଇଁ ଦୋବଲ ବଜାରଠାରେ ଜମିଦାର ସମୟରେ ହବିବୁର ରହେମାନ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି ହାଟ ସ୍ଥାପନ ହୋଇଥିଲା। ହାଟ ପାଇଁ ସେତେବେଳେ ୩୨୦ ଟଙ୍କା ମହାସୁଲ ଦିଆଯାଉଥିଲା। ସମୟକ୍ରମେ ଭଲ ବେପାର ହେଲା ଏବଂ ଜମିଦାରୀ ଉଚ୍ଛେଦ ପରେ ହାଟ ପଞ୍ଚାୟତ ଅଧୀନକୁ ଯାଇଥିଲା। ପଞ୍ଚାୟତ ମାଧ୍ୟମରେ ସ୍ଥାନୀୟ ବ୍ଲକ ପ୍ରଶାସନ ହାଟକୁ ନିଲାମ କରି ରାଜସ୍ବ ଆଦାୟ କରିଥିଲା। ଭଦ୍ରକ ଷେଣ୍ଢପୁର ମୁଖ୍ୟରାସ୍ତାର ବାମପାର୍ଶ୍ୱରେ ୪୨ ଡିସିମିଲ ଜମିରେ ଏହି ହାଟ ରହିଛି। ସେଥିମଧ୍ୟରୁ କେତକ ମୁଷ୍ଟିମେୟ ବ୍ୟକ୍ତି ଚତୁପାର୍ଶ୍ୱ ଜବରଦଖଲ କରି ରଖିଛନ୍ତି। ୨୦୧୭ରେ ୨ ଲକ୍ଷ ୧୭ ହଜାର ଟଙ୍କାରେ ହାଟ ନିଲାମ କରଯାଇଥିଲା। ନିଲାମ ଅର୍ଥରାଶି ଅଧିକ ହୋଇଥିବାରୁ କେହି ଏଥିରେ ଭାଗ ନେଇ ନ ଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱରେ ରଖି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହାଟ ଦାୟିତ୍ୱ ଦିଆଯାଇଥିଲା। ହେଲେ ବିନା ରେକର୍ଡରେ ସଲାସୁତୁରା ହୋଇ ହାଟ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହେଉଥିଲା। ହାଟଦାଣ୍ଡିଆ ସପ୍ତାହକୁ ପଞ୍ଚାୟତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଟଙ୍କା ଦେଉଥିବା ବେଳେ ସରକାରୀ ଖାତାକୁ କେତେ ଯାଉଥିଲା ତାହା ତଦନ୍ତ ସାପେକ୍ଷ। ଦ୍ୱିତୀୟ ଥର ୨୦୨୧ ଅକ୍ଟୋବରରେ ୬ମାସ ପାଇଁ ୧ ଲକ୍ଷ ୧୯ ହଜାରରେ ନିଲାମ ଡକାଯାଇଥିବା ବେଳେ କେହି ନିଲାମ ନେଇ ନ ଥିଲେ। ପୂର୍ବପରି ହାଟ ଦାଣ୍ଡିଆ ପଞ୍ଚାୟତକୁ ଟଙ୍କା ଦେଇ ଚାଲିଲେ। ଏହି ପଞ୍ଚାୟତ ପୁନର୍ଗଠନ ପରେ ନୂତନ ସରପଞ୍ଚ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ହାଟ ନିଲାମ କରିପାରୁ ନ ଥିଲେ। ପଞ୍ଚାୟତ ପିଅନ ହାତରେ ହାଟ ଦାୟିତ୍ୱ ରହିଥିଲା। ପଞ୍ଚାୟତ ପକ୍ଷରୁ ମେଣ୍ଟେନାନ୍ସ ପାଇଁ ହାଟ ପାଳିକେ ୧୪ ଶହ ଟଙ୍କା ଆଦାୟ କରାଯାଉଛି। ବରଡ଼ାପତ୍ର କୁଡ଼ିଆରେ ଆରମ୍ଭ ହୋଇଥିବା ହାଟର ପରିବର୍ତ୍ତନ ଦୀର୍ଘବର୍ଷ ପରେ ବି ହୋଇପାରିନି। ସେହି ଚିରାଚରିତ ଢଙ୍ଗରେ ବେପାରୀମାନେ ଆସି ଖୋଲା ଆକାଶ ତଳେ ବସି ବେପାର କରୁଛନ୍ତି। କୋଭିଡ୍‌ ପରେ କେତେଜଣ ଯୁବକ ବାହାରୁ ପଳାଇ ଆସି ନିଜର ଜୀବନ ଜୀବିକା ପାଇଁ ବେପାର ବଣିଜକୁ ମାଧ୍ୟମ ଭାବେ ଗ୍ରହଣ କରିଥିବା ଦେଖାଯାଉଛି।
ପରିବା ଚାଷୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା କହନ୍ତି, ମୁଁ ୪୦ ବର୍ଷ ହେଲା ଏ ହାଟରେ ପରିବା ବିକ୍ରି କରି ଆସୁଛି। ହାଟ ଯେମିତି ଥିଲା ସେମିତି ରହିଛି। ହାଟ ବାରିରେ ପଞ୍ଚାୟତକୁ ୨୦ ଟଙ୍କା ଓ ପରିବା ତୋଳା ଦେଉଛୁ ହେଲେ ହାଟ ଯଥା ପୁର୍ବଂ ତଥା ପରଂ। ପ୍ରାୟ ୮୦ ବର୍ଷ ହେଲା ଆମ ବାପା ଓ ପରେ ଆମେ ଏଠାରେ ବେପାର କରୁଛୁ। ହାଟୁଆଙ୍କ ପାଇଁ ବ୍ୟବସ୍ଥା କିଛି ନାହିଁ। ହାଟ ପରିସର କଂକ୍ରିଟ ସହ ସିମେଣ୍ଟ ପିଣ୍ଡି ବ୍ୟବସ୍ଥା କରାଯାଉ ବୋଲି ମତପ୍ରକାଶ କରିଛନ୍ତି ଫଳ ଦୋକାନୀ ଦାମୋଦର ସାହୁ। ଏ ସମ୍ପର୍କରେ ମୁସ୍ତାଫାପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ଜେନା କହିଛନ୍ତି, ଦୋବଲ ହାଟ ଦୁଇଥର ନିଲାମ ଡକାଗଲାଣି। ହେଲେ କେହି ନିଲାମ ଧରୁ ନାହାନ୍ତି। ଫଳରେ ପଞ୍ଚାୟତ ହାଟ ବୁଝୁଛି। ଏହାର ଚତୁପାର୍ଶ୍ୱ ଜବରଦଖଲରେ ରହିଛି। ପୂର୍ବତନ ଓ ବର୍ତ୍ତମାନ ସରପଞ୍ଚ ଉଚ୍ଛେଦ ପାଇଁ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନାହିଁ। ହାଟ କାଦୁଅ ନ ହେବା ପାଇଁ ପ୍ରତିବର୍ଷ ଡଷ୍ଟ ପଡୁଛି। ହାଟର ବିକାଶରେ ଜବରଦଖଲ ଦାଉ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri