ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ ସାବଧାନ, ଆପଣଙ୍କୁ ଏ କ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କାରଣ ନିକଟରେ SBI ନିଜ ATM ଟ୍ରାଞ୍ଜାକ୍ସନ ସହ ଜଡିତ କିଛି ନିୟମରେ ବଡ ଧରଣର ପରିବର୍ତ୍ତନ କରିଛି ।
ଯେଉଁଥିପାଇଁ ଆପଣଙ୍କୁ ଆଗକୁ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ ପାର କରିବା ପରେ ଅଧିକ ସେବା ପାଇଁ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡିବ । ୨୦୨୫ ମସିହା ଫେବୃୟାରି ଓ ମଇ ମାସରୁ ଲାଗୁ ହୋଇଥିବା ଏହି ନିୟମ ଯୋଗୁଁ ଆପଣଙ୍କୁ ATMର ବ୍ୟବହାର ମହଙ୍ଗା ପଡିବାକୁ ଯାଉଛି ।
ଚଳିତ ବର୍ଷ ପେବୃୟାରି ମାସରୁ SBI ନିଜ ଗ୍ରାହକଙ୍କ ପାଇଁ ATM ସହ ଜଡିତ ଟ୍ରାଞ୍ଜାକ୍ସନର ଫ୍ରି ଲିମିଟ ଓ ଫିସ୍ ସହ ଜଡିତ ନୂଆ ନିୟମ ଲାଗୁ କରିଛି । ଯେୁଁଥିପାଇଁ ବର୍ତ୍ତମାନଠୁ SBIର ସମସ୍ତ ଗ୍ରାହକଙ୍କ ଉପରେ ଗୋଟିଏ ଭଳି ଫ୍ରି ଲିମିଟ୍ ଲାଗୁ ହେବାକୁ ଯାଉଛି । ଏହି ନୂଆ ନିୟମ ଅଧିନରେ SBI ନିଜର ସମସ୍ତ ଗ୍ରାହକମାନଙ୍କୁ ପ୍ରତିମାସ ନିଜ ATM ବ୍ୟବହାର ପାଇଁ ୫ ଥର ଓ ଅନ୍ୟାନ୍ୟ ବ୍ୟଙ୍କ ବ୍ୟବହାର ପାଇଁ ୧୦ ଥର ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ ସେଟ୍ କରିଛି । ଯାହାର ସିଧାସଳଖ ଉତ୍ତର ହେଉଛି ଆପମ ଗୋଟିଏ ମାସରେ ମୋଟ ୧୫ଟି ଟ୍ରାଞ୍ଜାକ୍ସନ କରିପାରିବେ ।

