ବୁଧବାର ବିଶ୍ୱକର୍ମା ପୂଜା: ରାଶି ଅନୁଯାୟୀ ଏପରି କରନ୍ତୁ ଉପାୟ, ବ୍ୟବସାୟରେ ହେବ ଉନ୍ନତି

ବିଶ୍ୱକର୍ମା ପୂଜା ଦିନ ବିଶ୍ୱକର୍ମା ଋଷିଙ୍କୁ ପୂଜା କରାଯାଇଥାଏ। ଏହାଦ୍ୱାରା ବ୍ୟାପାରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ବୋଲି ମାନ୍ୟତା ରହିଛି। ତେବେ ଚଳିତ ବର୍ଷ ସେପ୍ଟେମ୍ବର ୧୬ ତାରିଖ ଅର୍ଥାତ ବୁଧବାରରେ ପଡ଼ୁଛି ଏହି ପୂଜା। ଆସନ୍ତୁ ରାଷି ଅନୁଯାୟୀ ବିଶ୍ୱକର୍ମାଙ୍କୁ କିଭଳି ପୂଜା କରିବା ସେ ବିଷୟରେ ଜାଣିବା।

ମେଷ ରାଶି: ଏହି ରାଶିର ବ୍ୟକ୍ତିମାନେ ବିଶ୍ୱକର୍ମା ପୂଜା ଦିନ ଆଠ ବର୍ଷରୁ କମ୍‌ ଶିଶୁଙ୍କୁ ଗୁଡ଼ ଚଣା ବାଣ୍ଟନ୍ତୁ। ଏହାଦ୍ୱାରା ବ୍ୟାପାରରେ ଲାଭ ହେବା ଆରମ୍ଭ ହେବ।

ବୃଷ ରାଶି: ଏହି ରାଶିର ବ୍ୟକ୍ତି ଶ୍ୟାମା ତୁଳସୀ(କଳା ତୁଳସୀ) ଗଛର ଜଟକୁ ଛିଣ୍ଡାଇ ହଳଦିଆ ରଙ୍ଗର ସୁତାରେ ବାନ୍ଧି ବେକରେ ଧାରଣ କରନ୍ତୁ। ଏହାଦ୍ୱାରା ଈଶ୍ୱରଙ୍କ କୃପା ଲାଭ ହେବା ସହ କାରୋବାରରେ ଲାଭ ହେବ।

ମିଥୁନ ରାଶି: ଏହି ରାଶିର ବ୍ୟକ୍ତିବିଶେଷ ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀମାନଙ୍କୁ କଳା ରଙ୍ଗର ପିଇବା ଜିନିଷ ଦାନ କରନ୍ତୁ। ଏହାଦ୍ୱାରା କାରୋବାରରେ ଆସୁଥିବା ସବୁ ଅସୁବିଧା ଶେଷ ହୋଇଯିବ।

କର୍କଟ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନ ୧୨ଟା ସମୟରେ ନିଜ ମୁଣ୍ଡ ଉପରେ ଲୁଣ ଭର୍ତ୍ତି ଥାଳିକୁ ୭ଥର ବୁଲାଇ ଗରିବ ଲୋକଙ୍କୁ ଦାନ କରନ୍ତୁ।

ସିଂହ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ସକାଳେ ମେଶିନ ପୂଜା କରିବା ପରେ ନଡ଼ିଆ ବାଣ୍ଟନ୍ତୁ। ଏପରିକି ସମସ୍ତ କର୍ମଚାରୀଙ୍କୁ ମଧ୍ୟ ନଡ଼ିଆ ପ୍ରସାଦ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ ଏହି ପୂଜା ଦିନ ଲଡ୍ଡୁ ଦାନ କରନ୍ତୁ। ଏହା କୌଣସି ଅବିବାହିତା ଝିଅକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ତୁଳା ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଘରର କୌଣସି ବୟସାଧିକ ବ୍ୟକ୍ତିଙ୍କୁ ତମ୍ବାର ମୁଦି ଦାନ କରନ୍ତୁ। ଏହା ନ କରିପାରିଲେ ସାତ ପ୍ରକାର ଶସ୍ୟକୁ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ବିଛା ରାଶି: ଏହି ରାଶିର ବ୍ୟକ୍ତି ଗାଈଙ୍କୁ ଅଢ଼େଇ କିଗ୍ରା ଓଜନର ସବୁଜ ଘାସ ଖାଇବାକୁ ଦିଅନ୍ତୁ। ମନ୍ଦିରରେ ନ ରଖି ନିଜ ହାତରେ ଖାଇବାକୁ ଦିଅନ୍ତୁ। ବ୍ୟାପାରରେ ଉନ୍ନତି ହେବ।

ଧନୁ ରାଶି: ଏହି ରାଶିର ବ୍ୟକ୍ତି ପୂଜା ଦିନ ଗରିବଙ୍କୁ ଖାଦ୍ୟଶସ୍ୟ ଦାନ କରନ୍ତୁ। ହେଲେ କାହାକୁ ଜଣାନ୍ତୁ ନାହିଁ। ବ୍ୟାପାରରେ ଉନ୍ନତି ହେବ।

ମକର ରାଶି: ଏହି ରାଶିର ବ୍ୟକ୍ତି ନିଜର ସାନ ଭାଇଭଉଣୀ ଖଟାମିଠା ଚକୋଲେଟ୍‌ ଖାଇବାକୁ ଦିଅନ୍ତୁ। ଗରିବ ଲୋକଙ୍କୁ ସବୁଜ ରଙ୍ଗର ଶସ୍ୟ ଦାନ କରନ୍ତୁ। ବ୍ୟାପାରରେ ଉନ୍ନତି ହେବ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତି ପୂଜାଦିନ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ। ଯଦି ସମ୍ଭବ ଫଳ, ମିଠା ଆଦି ଦାନ କରିପାରିବେ। ଈଶ୍ୱରଙ୍କ କୃପା ଲାଭ ହେବ।

ମୀନ ରାଶି: ମୀନ ରାଶିର ବ୍ୟକ୍ତି ପୂଜା ଦିନ ଅପରାହ୍ନରେ କୁଷ୍ଠ ରୋଗୀଙ୍କୁ ଦାନ କରନ୍ତୁ। ମନେ ରଖନ୍ତୁ ଯେପରି କେହି ଆପଣଙ୍କୁ ଏପରି କରିବାରୁ ବାରଣ ନ କରନ୍ତୁ। ନଚେତ ଆଶାତୀତ ଫଳ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri