Posted inଖେଳ

ଦିଲ୍ଲୀ ପାଇଁ କର ବା ମର ପରିସ୍ଥିତି

ଦୁବାଇ,୩୧।୧୦: ଶନିବାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଗତଥରର ଚାମ୍ପିୟନ ମୁମ୍ବାଇ ପ୍ଲେ- ଅଫ୍‌ରେ ସ୍ଥାନ ପାଇସାରିଥିତ୍ବାରୁ ଏହି ମ୍ୟାଚ୍‌ ଦିଲ୍ଲୀ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ଏଥିରେ ବିଜୟୀ ହୋଇ ମୁମ୍ବାଇ ଦିଲ୍ଲୀର ପ୍ଲେ- ଅଫ୍‌ ଆଶାକୁ ପ୍ରଭାବିତ କରିବା ଲକ୍ଷ୍ୟରେ ରହିଛି। କ୍ରମାଗତ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇ ଦିଲ୍ଲୀ କିନ୍ତୁ ଏହି ମ୍ୟାଚ୍‌ ଜିତି ମ୍ୟାଜିକ ୧୬ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି। ମୁମ୍ବାଇ ୧୨ ମ୍ୟାଚ୍‌ ଖେଳି ୮ ବିଜୟ, ୪ ପରାଜୟ ସହ ୧୬ ପଏଣ୍ଟ ହାସଲ କରି ପ୍ଲେ- ଅଫ୍‌କୁ ଉଠିସାରିଛି। ଅନ୍ୟପଟେ ଦିଲ୍ଲୀ ୧୨ ମ୍ୟାଚ୍‌ ଖେଳି ୭ ବିଜୟ, ୫ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତୃତୀୟସ୍ଥାନରେ ରହିଛି। ଦିଲ୍ଲୀ ଆଉ ୨ଟି ମ୍ୟାଚ ମୁମ୍ବାଇ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ। ତେଣୁ ଏହି ମ୍ୟାଚ୍‌ ଜିତି ଦିଲ୍ଲୀ ଆଗୁଆ ପ୍ଲେ ଅଫ୍‌କୁ ଉଠିବା ଲକ୍ଷ୍ୟରେ ରହିଛି। ଯଦି ଦିଲ୍ଲୀ ତା’ର ବାକି ଦୁଇଟି ମ୍ୟାଚ୍‌ରେ ପରାସ୍ତ ହୁଏ ତେବେ ପଞ୍ଜାବ ୧୪ ପଏଣ୍ଟ ହାସଲ କରି ଭଲ ଏନ୍‌ଆରଆରରେ ଦିଲ୍ଲୀକୁ ଏଲିମିନେଟ୍‌ କରିବ। ମୁମ୍ବାଇ କ୍ୱାଲିଫାଏ କରିସାରିଥିବାରୁ ବିନା ଚାପରେ ଖେଳିବ। ସବୁଦୃଷ୍ଟିକୋଣୁ ଦିଲ୍ଲୀ ବିପକ୍ଷରେ ମୁମ୍ବାଇ ଫେଭରାଇଟ୍‌ ମନେ ହେଉଛି।
ଅପରପକ୍ଷରେ ଦିଲ୍ଲୀ ହ୍ୟାଟ୍ରିକ ପରାଜୟକୁ ଭୁଲି ନୂଆ ଉତ୍ସାହରେ ପଡିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ଅଭିଜ୍ଞ ଶିଖର ଧାଓ୍ବନ, ଅଜିଙ୍କ୍ୟ ରାହାନେ, ପୃଥ୍ବୀ ଶ, ଶ୍ରେୟାସ ଆୟର, ରିଷଭ ପନ୍ତ, ଶିମରନ ହେଟମେୟର ଓ ମାର୍କୁସ ଷ୍ଟୋଇନିସଙ୍କୁ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବାକୁ ହେବ। ସେହିପରି ବୋଲିଂରେ ଦୁଇ ଦକ୍ଷିଣ ଆଫ୍ରିକା ତାରକା କାଗିସୋ ରାବାଡ଼ା (୨୩ ଉଇକେଟ) ଓ ଅନରିଚ ନୋର୍ଜ (୧୫ ଉଇକେଟ)ଙ୍କୁ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପଡିବ। ସେହିପରି ତୁଷାର ଦେଶପାଣ୍ଡେ ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମଧ୍ୟ ଭଲ ବୋଲିଂ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri