Posted inଫୁରସତ

ଏମିତି ଗାଁ, ଯେଉଁଠି ପୂଜା କରାଯାଏ ନାହିଁ ହନୁମାନଜୀଙ୍କୁ, ଜାଣନ୍ତୁ କାହିଁକି

କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସଙ୍କଟମୋଚନ ଭାବରେ ଜଣାଶୁଣା ହନୁମାନଜୀ। ସମସ୍ତେ ହନୁମାନଙ୍କ ପୂଜା କରିଥାନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଗାଁ ଅଛି, ଯେଉଁଠି ହନୁମାନଙ୍କୁ ପୂଜା କରାଯାଏ ନାହିଁ। ଏପରି ଗାଁ ରହିଛି ଦେବଭୂମି ଉତ୍ତରାଖଣ୍ଡରେ। ଯେଉଁଠାରେ ବଜରଙ୍ଗବାଲିଙ୍କ ନାମ ନେବା ମଧ୍ୟ ଅପରାଧ ଭଳି। ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ସତ। ଆହୁରି ମଧ୍ୟ ସମଗ୍ର ଗାଁରେ ଗୋଟିଏ ହେଲେ ହନୁମାନ ମନ୍ଦିର ନାହିଁ। କୁହାଯାଏ, ଏହି ଗାଁର ଲୋକମାନେ ହନୁମାନଙ୍କ ଉପରେ ଏବେ ବି ରାଗିଛନ୍ତି।

ଦ୍ରୋଣଗିରି ଗ୍ରାମ ଉତ୍ତରପ୍ରଦେଶର ଚାମୋଲି ଜିଲାର ନୀତି ଉପତ୍ୟକାରେ ରହିଛି। ଯେଉଁଠାରେ ଭୋଟିଆ ଜନଜାତିର ପ୍ରାୟ ୧୦୦ ପରିବାର ବାସ କରନ୍ତି। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ଗାଁ ରହିଛି। ଯେଉଁଠାରେ ହନୁମାନ ଚେତାଶୂନ୍ୟ ଲକ୍ଷ୍ମଣଙ୍କ ଜୀବନ ବଞ୍ଚାଇବା ପାଇଁ ସଞ୍ଜୀବନୀକୁ ଆସିଥିଲେ ଏବଂ ସଞ୍ଜୀବନୀଙ୍କୁ ଚିହ୍ନି ନ ଥିବାରୁ ସେ ସମଗ୍ର ପର୍ବତକୁ ଉପାଡ଼ି ଦେଇଥିଲେ। ଏହା ମଧ୍ୟ ଗ୍ରାମବାସୀଙ୍କ କ୍ରୋଧର କାରଣ।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ଦ୍ରୋଣଗିରି ପର୍ବତ ସେମାନଙ୍କ ପାଇଁ ଏକ ଦେବତା, ଯାହା ସେମାନଙ୍କୁ ଶାରୀରିକ ରୂପରେ ଦୃଶ୍ୟମାନ ହୋଇଛି। ଯେତେବେଳେ ହନୁମାନଜୀ ସଞ୍ଜୀବନୀ ବୁଟି ସଂଗ୍ରହ କରିବାକୁ ଆସିଥିଲେ, ସେତେବେଳେ ସେ ପାର୍ବତ୍ୟ ଦେବତାଙ୍କଠାରୁ ଅନୁମତି ନେଇ ନ ଥିଲେ କିମ୍ବା ତାଙ୍କର ଧ୍ୟାନ ସମାପ୍ତ ହେବାକୁ ଅପେକ୍ଷା କରି ନ ଥିଲେ, ଯେଉଁଥିପାଇଁ ପର୍ବତ ଦେବତାଙ୍କର ଧ୍ୟାନ ବିଚଳିତ ହୋଇଯାଇଥିଲା। କେବଳ ଏତିକି ନୁହେଁ, ହନୁମାନଜୀ ମଧ୍ୟ ପର୍ବତ ଦେବତାଙ୍କ ଡାହାଣ ବାହୁକୁ ଉପାଡ଼ି ଦେଇଥିଲେ। ଦ୍ରୋଣଗିରିରେ ବିଶ୍ୱାସ କରାଯାଏ, ଆଜି ବି ପର୍ବତ ଦେବତାଙ୍କ ଡାହାଣ ହାତରୁ ରକ୍ତ ପ୍ରବାହିତ ହେଉଛି। ଏହି କାରଣରୁ ଆଜି ପର୍ଯ୍ୟନ୍ତ ଲୋକମାନେ ହନୁମାନ ଜୀଙ୍କ ଉପରେ ରାଗିଛନ୍ତି ଏବଂ ତାଙ୍କୁ ପୂଜା କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ବଢିଗଲା ଦାମ୍‌! ସିଗାରେଟ ପ୍ୟାକେଟର ଦାମ ୪୦୦, ପାନ ମସଲାର ଦାମ ହେଲା ୨୦୦ଟଙ୍କା?

ନୂଆଦିଲ୍ଲୀ,୧୦।୨: ଏହା ସତ୍ୟ ଯେ, ଫେବୃଆରୀ ୧, ୨୦୨୬ ରୁ ସରକାର ପାପ ସାମଗ୍ରୀ ଉପରେ ସମ୍ପୂର୍ଣ୍ଣ ଟିକସ ଢାଞ୍ଚାକୁ ପରିବର୍ତ୍ତନ କରିଛନ୍ତି, ଯାହା ଫଳରେ ମୂଲ୍ୟ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri