ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ ରହୁ ନ ଥିବାରୁ ଦଲାଲଙ୍କ ହାବୁଡ଼ରେ ପଡ଼ି ଉଚିତ ମୂଲ୍ୟ ପାଉନାହାନ୍ତି ଆଦିବାସୀ। ମହୁଲର ସର୍ବନିମ୍ନ ସହାୟକ ଦର ୨୯ ଟଙ୍କା ହିସାବରେ ମହୁଲ ଫଳ ବା ଟୋଲ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟର ମାତ୍ର ୭ଟି ଜିଲାକୁ ଏଥିରେ ସାମିଲ କରାଯାଇଛି। ଅନ୍ୟପକ୍ଷେ ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ (ଟିଡିସିସି) ଏହାକୁ ତାଲିକାଭୁକ୍ତ କରି ନ ଥିବାରୁ ଏହାର ଫାଇଦା ନେଉଛନ୍ତି ବାହାର ରାଜ୍ୟର ବେପାରୀ । ବେପାରୀମାନେ ଦଲାଲ ଲଗାଇ ଗାଁରୁ ଲୋକଙ୍କଠାରୁ କମ୍‌ ଦାମ୍‌ରେ ମହୁଲ କିଣିନେଉଛନ୍ତି । ବର୍ତ୍ତମାନ ବିହାରୀ ଦଲାଲମାନେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇଛନ୍ତି।
ଚଳିତବର୍ଷ ରାଜ୍ୟର ସମସ୍ତ ଆଦିବାସୀ ବହୁଳ ଜିଲାରେ ମହୁଲ ଉତ୍ପାଦନ ଭଲ ହୋଇଛି। ଏହି ହିସାବରେ ଟୋଲ ଉତ୍ପାଦନ ବି ଅନୁରୂପ ଭାବେ ହେବ ବୋଲି ଆଦିବାସୀ ଚାଷୀ ଆଶା ରଖିଛନ୍ତି। କିନ୍ତୁ ମହୁଲକୁ ଟିଡିସିସି ତାଲିକାଭୁକ୍ତ ନ କରିବା ଯୋଗୁ ଆଦିବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଫଳରେ ଶତାଧିକ ବନବାସୀ ମହୁଲ ଦ୍ୱାରା ବାର୍ଷିକ ଆୟରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଏହି ସମୟରେ ଗାଁ ଗାଁରେ ମହୁଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଗଲାଣି । ସ୍ଥାନୀୟ ବଜାରରେ ବର୍ତ୍ତମାନ ମହୁଲ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ହେଲେ ଦାମ କମାଇବା ପାଇଁ ଟ୍ରେଡରଙ୍କ ମନମୁଖି କାର୍ଯ୍ୟ ମହୁଲ ସଂଗ୍ରହକାରୀଙ୍କୁ ଅସୁବିଧାରେ ପକାଇଛି ।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟର ପ୍ରାୟ ୧୦ଟି ଜିଲା ମହୁଲ ଉତ୍ପାଦନରେ ସବୁଠାରୁ ଆଗୁଆ ରହିଛି । ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର ସମେତ ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର ଜିଲାରେ ମହୁଲ ଉତ୍ପାଦନ ଭଲ ହୋଇଥାଏ। ଯଦି କେବଳ ମହୁଲ ଓ ଟୋଲରୁ ଆଦିବାସୀ ଉତ୍ପାଦନକୁ ଆକଳନ କରାଯିବ, ତେବେ ବଲାଙ୍ଗୀର ଜିଲାର ଏହା ସର୍ବାଧିକ ୯୫.୪୫ ପ୍ରତିଶତ ଓ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୨୩ ପ୍ରତିଶତ ରହିଛି । ଆଦିବାସୀ ଓ ଦଳିତ ସମ୍ପ୍ରଦାୟ ସମେତ ଅନ୍ୟମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ସମୁଦାୟ ଲଘୁ ବନଜାତ ଦ୍ରବ୍ୟର ଏକ ସିଂହଭାଗ ଅର୍ଥ ମହୁଲରୁ ଆସିଥାଏ । ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୁଇଣ୍ଟାଲ ମହୁଲ ସଂଗ୍ରହ କରାଯାଇ ବିକ୍ରି ହେଉଥିବା ବେଳେ ସଂଗ୍ରହକାରୀମାନେ କିଲୋ ପ୍ରତି ୨୫ରୁ ୩୫ ଟଙ୍କା ପାଇଥାନ୍ତି। ମହୁଲକୁ ବ୍ୟବହାରକରି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଲୋ ପ୍ରତି ୧୪୦ ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି । ମଦ ପ୍ରସ୍ତୁତିରେ ମଧ୍ୟ ମହୁଲ ବ୍ୟବହାର କରାଯାଉଛି। ଏବେ ଖାଦ୍ୟ ନିରାପତ୍ତ ତାଲିକାରେ ମଧ୍ୟ ଏହାକୁ ସାମିଲ କରାଯାଇଛି । ମହୁଲରୁ ପାରମ୍ପରିକ ଖାଦ୍ୟ ତିଆରି କରାଯାଉଛି । ଆଗାମୀ ଦିନରେ ଏହାର ବଜାର ପ୍ରବେଶ ପାଇଁ ଓଡ଼ିଶା ପକ୍ଷରୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି । କେବଳ ମହୁଲ ନୁହେଁ ବରଂ ମହୁଲରୁ ପ୍ରସ୍ତୁତ ଜାମ୍‌, ଜେଲି, କୁକିଜ୍‌, ପାଚକ ଗୋଲି, ହାଲୱା, ଗୁଲାବଯାମୁନ, କେକ୍‌, ଚକୋଲେଟ, ଲଡୁ ଆଦି ତିଆରି ହୋଇ ବ୍ୟବସାୟ କରାଯିବା ନେଇ ପ୍ରୟାସ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଏବେ ମହୁଲରୁ ହ୍ୟାଣ୍ଡ ସାନିଟାଇଜର ଓ ଫ୍ଲୋର କ୍ଲିନିଂ ତିଆରି କରାଯାଉଛି। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ସଂଗ୍ରହକାରୀ ମୂଲ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର କହିଛନ୍ତି, ୨୦୧୫-୧୬ ବର୍ଷରେ ମହୁଲ ସଂଗ୍ରହ ଓ ଦର ଧାର୍ଯ୍ୟ ଦାୟିତ୍ୱ ଲ୍ୟାମ୍ପସକୁ ସରକାର ହସ୍ତାନ୍ତର କରିଛନ୍ତି। ଏ ନେଇ ସେ ଅଧିକ ତଦନ୍ତକରି ଜିଲାରେ ମହୁଲ ଗୋଟାଳି କିଭଳି ଲାଭବାନ୍‌ ହୋଇପାରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ସମବାୟ ବିଭାଗକୁ ସରକାରଙ୍କ ସେହିଭଳି କୌଣସି ନିର୍ଦ୍ଦେଶ ମିଳି ନ ଥିବାରୁ ଏହାର ଦାୟିତ୍ୱ କେହି ନିର୍ବାହ କରୁନାହାନ୍ତି। ଏହିଭଳି ସ୍ଥିତିରେ ମହୁଲକୁ ଉପଯୁକ୍ତ ମୂଲ୍ୟ ମିଳିବା ପାଇଁ ରାଜ୍ୟ ସରକାର ସମବାୟ ବିଭାଗ କିମ୍ବା ଜିଲା ପରିଷଦ ମାଧ୍ୟମରେ ପ୍ରୟାସ କରିବା ଆବଶ୍ୟକ । ନଚେତ୍‌ ସଂଗ୍ରହକାରୀ ଚାଷୀ ଏଭଳି ଅଭାବୀ ବିକ୍ରିର ଶିକାରହେବା ନିଶ୍ଚିତ ବୋଲି ବୃଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?