ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ ରହୁ ନ ଥିବାରୁ ଦଲାଲଙ୍କ ହାବୁଡ଼ରେ ପଡ଼ି ଉଚିତ ମୂଲ୍ୟ ପାଉନାହାନ୍ତି ଆଦିବାସୀ। ମହୁଲର ସର୍ବନିମ୍ନ ସହାୟକ ଦର ୨୯ ଟଙ୍କା ହିସାବରେ ମହୁଲ ଫଳ ବା ଟୋଲ ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟର ମାତ୍ର ୭ଟି ଜିଲାକୁ ଏଥିରେ ସାମିଲ କରାଯାଇଛି। ଅନ୍ୟପକ୍ଷେ ଟ୍ରାଇବାଲ ଡେଭଲପମେଣ୍ଟ କୋଅପରେଟିଭ କର୍ପୋରେଶନ (ଟିଡିସିସି) ଏହାକୁ ତାଲିକାଭୁକ୍ତ କରି ନ ଥିବାରୁ ଏହାର ଫାଇଦା ନେଉଛନ୍ତି ବାହାର ରାଜ୍ୟର ବେପାରୀ । ବେପାରୀମାନେ ଦଲାଲ ଲଗାଇ ଗାଁରୁ ଲୋକଙ୍କଠାରୁ କମ୍‌ ଦାମ୍‌ରେ ମହୁଲ କିଣିନେଉଛନ୍ତି । ବର୍ତ୍ତମାନ ବିହାରୀ ଦଲାଲମାନେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇଛନ୍ତି।
ଚଳିତବର୍ଷ ରାଜ୍ୟର ସମସ୍ତ ଆଦିବାସୀ ବହୁଳ ଜିଲାରେ ମହୁଲ ଉତ୍ପାଦନ ଭଲ ହୋଇଛି। ଏହି ହିସାବରେ ଟୋଲ ଉତ୍ପାଦନ ବି ଅନୁରୂପ ଭାବେ ହେବ ବୋଲି ଆଦିବାସୀ ଚାଷୀ ଆଶା ରଖିଛନ୍ତି। କିନ୍ତୁ ମହୁଲକୁ ଟିଡିସିସି ତାଲିକାଭୁକ୍ତ ନ କରିବା ଯୋଗୁ ଆଦିବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ଫଳରେ ଶତାଧିକ ବନବାସୀ ମହୁଲ ଦ୍ୱାରା ବାର୍ଷିକ ଆୟରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଏହି ସମୟରେ ଗାଁ ଗାଁରେ ମହୁଲ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଗଲାଣି । ସ୍ଥାନୀୟ ବଜାରରେ ବର୍ତ୍ତମାନ ମହୁଲ କିଲୋ ପିଛା ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି । ହେଲେ ଦାମ କମାଇବା ପାଇଁ ଟ୍ରେଡରଙ୍କ ମନମୁଖି କାର୍ଯ୍ୟ ମହୁଲ ସଂଗ୍ରହକାରୀଙ୍କୁ ଅସୁବିଧାରେ ପକାଇଛି ।
ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟର ପ୍ରାୟ ୧୦ଟି ଜିଲା ମହୁଲ ଉତ୍ପାଦନରେ ସବୁଠାରୁ ଆଗୁଆ ରହିଛି । ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର ସମେତ ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର ଜିଲାରେ ମହୁଲ ଉତ୍ପାଦନ ଭଲ ହୋଇଥାଏ। ଯଦି କେବଳ ମହୁଲ ଓ ଟୋଲରୁ ଆଦିବାସୀ ଉତ୍ପାଦନକୁ ଆକଳନ କରାଯିବ, ତେବେ ବଲାଙ୍ଗୀର ଜିଲାର ଏହା ସର୍ବାଧିକ ୯୫.୪୫ ପ୍ରତିଶତ ଓ ନୂଆପଡ଼ା ଜିଲାରେ ସର୍ବନିମ୍ନ ୬୦.୨୩ ପ୍ରତିଶତ ରହିଛି । ଆଦିବାସୀ ଓ ଦଳିତ ସମ୍ପ୍ରଦାୟ ସମେତ ଅନ୍ୟମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ସମୁଦାୟ ଲଘୁ ବନଜାତ ଦ୍ରବ୍ୟର ଏକ ସିଂହଭାଗ ଅର୍ଥ ମହୁଲରୁ ଆସିଥାଏ । ଓଡ଼ିଶାରୁ ପ୍ରତିବର୍ଷ ୨୦ ହଜାର କୁଇଣ୍ଟାଲ ମହୁଲ ସଂଗ୍ରହ କରାଯାଇ ବିକ୍ରି ହେଉଥିବା ବେଳେ ସଂଗ୍ରହକାରୀମାନେ କିଲୋ ପ୍ରତି ୨୫ରୁ ୩୫ ଟଙ୍କା ପାଇଥାନ୍ତି। ମହୁଲକୁ ବ୍ୟବହାରକରି ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ କିଲୋ ପ୍ରତି ୧୪୦ ରୁ ୧୬୦ ଟଙ୍କାରେ ବିକ୍ରି ହେଉଛି । ମଦ ପ୍ରସ୍ତୁତିରେ ମଧ୍ୟ ମହୁଲ ବ୍ୟବହାର କରାଯାଉଛି। ଏବେ ଖାଦ୍ୟ ନିରାପତ୍ତ ତାଲିକାରେ ମଧ୍ୟ ଏହାକୁ ସାମିଲ କରାଯାଇଛି । ମହୁଲରୁ ପାରମ୍ପରିକ ଖାଦ୍ୟ ତିଆରି କରାଯାଉଛି । ଆଗାମୀ ଦିନରେ ଏହାର ବଜାର ପ୍ରବେଶ ପାଇଁ ଓଡ଼ିଶା ପକ୍ଷରୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଛି । କେବଳ ମହୁଲ ନୁହେଁ ବରଂ ମହୁଲରୁ ପ୍ରସ୍ତୁତ ଜାମ୍‌, ଜେଲି, କୁକିଜ୍‌, ପାଚକ ଗୋଲି, ହାଲୱା, ଗୁଲାବଯାମୁନ, କେକ୍‌, ଚକୋଲେଟ, ଲଡୁ ଆଦି ତିଆରି ହୋଇ ବ୍ୟବସାୟ କରାଯିବା ନେଇ ପ୍ରୟାସ ଆରମ୍ଭ ହୋଇଛି । ପରୀକ୍ଷାମୂଳକ ଭାବେ ଏବେ ମହୁଲରୁ ହ୍ୟାଣ୍ଡ ସାନିଟାଇଜର ଓ ଫ୍ଲୋର କ୍ଲିନିଂ ତିଆରି କରାଯାଉଛି। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ସଂଗ୍ରହକାରୀ ମୂଲ୍ୟ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ସମ୍ପର୍କରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର କହିଛନ୍ତି, ୨୦୧୫-୧୬ ବର୍ଷରେ ମହୁଲ ସଂଗ୍ରହ ଓ ଦର ଧାର୍ଯ୍ୟ ଦାୟିତ୍ୱ ଲ୍ୟାମ୍ପସକୁ ସରକାର ହସ୍ତାନ୍ତର କରିଛନ୍ତି। ଏ ନେଇ ସେ ଅଧିକ ତଦନ୍ତକରି ଜିଲାରେ ମହୁଲ ଗୋଟାଳି କିଭଳି ଲାଭବାନ୍‌ ହୋଇପାରିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ ସମବାୟ ବିଭାଗକୁ ସରକାରଙ୍କ ସେହିଭଳି କୌଣସି ନିର୍ଦ୍ଦେଶ ମିଳି ନ ଥିବାରୁ ଏହାର ଦାୟିତ୍ୱ କେହି ନିର୍ବାହ କରୁନାହାନ୍ତି। ଏହିଭଳି ସ୍ଥିତିରେ ମହୁଲକୁ ଉପଯୁକ୍ତ ମୂଲ୍ୟ ମିଳିବା ପାଇଁ ରାଜ୍ୟ ସରକାର ସମବାୟ ବିଭାଗ କିମ୍ବା ଜିଲା ପରିଷଦ ମାଧ୍ୟମରେ ପ୍ରୟାସ କରିବା ଆବଶ୍ୟକ । ନଚେତ୍‌ ସଂଗ୍ରହକାରୀ ଚାଷୀ ଏଭଳି ଅଭାବୀ ବିକ୍ରିର ଶିକାରହେବା ନିଶ୍ଚିତ ବୋଲି ବୃଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri