ଧ୍ୱଂସ ନ ହେଉ ମାନବାତ୍ମା

ବିଜ୍ଞାନର ଅଗ୍ରଗତି ମନୁଷ୍ୟସମାଜକୁ ସବୁ ସୁଖ ସୁବିଧା ଯୋଗାଇଛି। ଯଦି ଏହି ପୃଥିବୀରେ ପ୍ରାଣିଜଗତ ଓ ଉଦ୍ଭିଦଜଗତ ଭିତରେ ପ୍ରାକୃତିକ ଭାରସାମ୍ୟ ନ ରହେ, ତେବେ ଉଭୟ ମନୁଷ୍ୟ, ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତି ବିପଦ ସୃଷ୍ଟି ହେବ। ଗୋଟିଏ ପଟରେ ଆମେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଗର୍ବରେ ଫାଟି ପଡ଼ୁଥିବା ବେଳେ ଆଉ ଗୋଟିଏ ପଟେ ମଣିଷ ପ୍ରକୃତି ମା’ ପ୍ରତି ବାରମ୍ବାର ଅତ୍ୟାଚାର କରି ଚାଲିଛି। ଆଜି ପ୍ରକୃତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଯେମିତି ଏ ଆଧୁନିକ ମଣିଷ ପ୍ରତିଶ୍ରୁତିବଦ୍ଧ ହୋଇଛି। ମଣିଷ ଭୁଲିଯାଉଛି ଯେ ତା’ଜୀବନ ଗଢ଼ା ହୁଏ ପଞ୍ଚଭୂତରୁ। ମାଟି, ପାଣି, ପବନ, ଜଳ ଓ ଅଗ୍ନିରୁ। ପୃଥିବୀକୁ ଘେରି ରହିଥିବା ଏହି ପଞ୍ଚଭୂତ ହିଁ ପରିବେଶ। ଆମ ପରିବେଶର ପ୍ରତ୍ୟେକଟି ଉପାଦାନର ବଳିଷ୍ଠ ଭୂମିକା ରହିଛି। ଯେମିତିକି ମାଟି କୁହେ କୁମ୍ଭାରକୁ, ‘ତୁ ମୋତେ କ’ଣ ଚକଟିବୁ, ମୁଁ ତତେ ଦିନେ ମୋ ଗର୍ଭରେ ରୁନ୍ଧିଦେବି। ମୋ ସହ ଦିନେ ତୁ ବି ମିଶିଯିବୁ।’ ପାଠକ ବନ୍ଧୁ, ଆଜି ପ୍ରକୃତିର ଭାରସାମ୍ୟ ନ ରହିବାରୁ ପୃଥିବୀରେ ପରିବେଶ ସୁରକ୍ଷା ପରି ଏକ ଗୁରୁତର ପ୍ରଶ୍ନ ଆମ ସମ୍ମୁଖରେ ଦେଖାଦେଇଛି। ସାମାଜିକ, ସାଂସ୍କୃତିକ, ବୌଦ୍ଧିକ, ଆଧ୍ୟାମତ୍ିକ, ରାଜନୈତିକ, ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ମାନବିକ ମୂଲ୍ୟବୋଧ ହ୍ରାସ ପାଇଛି। ପ୍ରଦୂଷଣ ମଧ୍ୟ ଆମ ଭୌଗୋଳିକ ଓ ସାମାଜିକ ଜୀବନକୁ ଅଣନିଃଶ୍ୱାସୀ କରି ପକାଇଛି ।
ସହର, ଗଁା, ଜଙ୍ଗଲ, ସ୍କୁଲ, କଲେଜ, କାର୍ଯ୍ୟାଳୟ, ଅଫିସ, ରେଳଷ୍ଟେଶନ, ବସ୍‌ଷ୍ଟେଶନ, ନଦୀ, ପୋଖରୀ, ହ୍ରଦ ଆଦି ସବୁ ଆଜି ପ୍ରଦୂଷିତ। ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀ ସହରର ତାପମାତ୍ରା ଆଜି ୫୨୦ ସେଲ୍‌ସିଅସ୍‌ରେ ରହି ସବୁଠାରୁ ଉତ୍ତପ୍ତ ନଗରୀ ରୂପେ ଗଣାଯାଉଛି। ଋତୁଚକ୍ରରେ ଏବେ ଘୋର ଅନିୟମିତତା। କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟତଃ ମରୁ ଅଞ୍ଚଳ- ଆଫ୍ରିକା, ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ସବୁଆଡ଼େ ଜଳବାୟୁରେ ବିରାଟ ପରିବର୍ତ୍ତନ ।
ଏ ପୃଥିବୀ ଉତ୍ତପ୍ତ କାହିଁକି? ଆଧୁନିକ ମଣିଷ ହିଁ ଏଥିପାଇଁ ପ୍ରଥମେ ଦାୟୀ। ଏହି ଆଧୁନିକ ମଣିଷର ଜୀବନଶୈଳୀ ହିଁ ଆମର ସବୁଜ ସୁନ୍ଦର ପୃଥିବୀକୁ ଧ୍ୱଂସସ୍ତୂପରେ ପରିଣତ କରିଦେଉଛି। ଏଇଠି ମନେପଡ଼େ ବୈଜ୍ଞାନିକ ଷ୍ଟିଫେନ୍‌ ହକିନଙ୍କ କଥା। ସେ କହିଥିଲେ, ”ଆଧୁନିକ ମଣିଷ ଖୁବ୍‌ଶୀଘ୍ର ନିଜ ପାଇଁ ବିଶ୍ୱ ବ୍ରହ୍ମାଣ୍ଡର ଆଉ ଗୋଟିଏ ଗ୍ରହ ଯୋଗାଡ଼ କରୁ। ଯଦି ପୃଥିବୀ ଧ୍ୱଂସ ହେବା ପୂର୍ବରୁ ଆମେ ସଚେତନ ନ ହେବା, ତେବେ ୨୦୦ ବର୍ଷ ପୂରିବା ପୂର୍ବରୁ ଏ ମଣିଷ ଜାତିର ଭବିଷ୍ୟତ କ’ଣ ଘଟିବ କେହି କହିପାରିବେ ନାହିଁ। ଆଉ କିଛି ବର୍ଷ ପରେ ସମଗ୍ର ଜୀବଜଗତ ପୂରାପୂରି ଧ୍ୱଂସ ପାଇଯିବ। ଏହି ଧ୍ୱଂସର କାରଣଗୁଡ଼ିକ ହେଲା ମନୁଷ୍ୟ ଉପଯୋଗୀ ବାସସ୍ଥାନର ଅଭାବ, ପରମାଣୁ ଯୁଦ୍ଧ ମାଧ୍ୟମରେ ମଣିଷ ଜାତିର ଧ୍ୱଂସ, ପୃଥିବୀ ସହ ଗ୍ରହାଣୁପୁର ସଂଘର୍ଷର ସମ୍ଭାବନା।“ ଏଇଠି ପ୍ରଶ୍ନଟିଏ ଆସୁଛି। ଯଦି ପୃଥିବୀ ଆମକୁ ବଞ୍ଚେଇ ରଖିବା ପାଇଁ ଏକମାତ୍ର ସବୁଜ ଶ୍ୟାମଳ ପ୍ରାକୃତିକ ସାୈନ୍ଦର୍ଯ୍ୟରେ ଭରପୂର ଗ୍ରହ, ତେବେ ତାହାର କାହିଁକି ଆମେ ଯତ୍ନ ନ ନେବା? କାହିଁକି ତାକୁ ଆହୁରି ସବୁଜ ସବୁଜିମାରେ ଭରି ନ ଦେବା? ଆମ ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବା କ’ଣ ଆମର ଦାୟିତ୍ୱ ନୁହେଁ କି? ସହର ହେଉ ବା ଗାଁ ରାସ୍ତାକୁ ବିସ୍ତୀର୍ଣ୍ଣ କରିବାକୁ ଯାଇ ଆମେ ନଦୀ ନାଳକୁ ପୋତି ସାରିଲୁଣି ଓ ଜଙ୍ଗଲକୁ କାଟି ସଫା କରିସାରିଲୁଣି। ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି, ଅରଣ୍ୟ ସଂପଦର ଅବକ୍ଷୟ, ଯାନବାହନର ଆଶାତୀତ ବୃଦ୍ଧି, ବାରମ୍ବାର ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ଆଦି ଆମ ପରିବେଶକୁ ସଂପୂର୍ଣ୍ଣ ଧ୍ୱଂସ କରିସାରିଲାଣି।
୧୯୭୭ ମସିହା ଅକ୍ଟୋବରରେ ରୁଷିଆଠାରେ ଆନ୍ତର୍ଜାତିକ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଉପରେ ପ୍ରଥମ କରି ଏକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସ୍କୁଲ କଲେଜ ସ୍ତରରେ ବିଭିନ୍ନ ପ୍ରକାର ସେମିନାର, ପରିବେଶ ପ୍ରଦର୍ଶନୀ, ଆଲୋଚନା ଚକ୍ର, ପରିଭ୍ରମଣ, ଜୁନ୍‌ ୫ରେ ପରିବେଶ ଦିବସ ପାଳନ ଇତ୍ୟାଦି ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି। ଗଣମାଧ୍ୟମଗୁଡ଼ିକ ମଧ୍ୟ ଯେମିତି କି ସମ୍ବାଦପତ୍ର, ଦୂରଦର୍ଶନ, ରେଡିଓ, ଖବରକାଗଜ ଇତ୍ୟାଦିର ଭୂମିକା ମଧ୍ୟ କିଛି କମ୍‌ ନୁହେଁ। ତଥାପି କେବଳ ଗଛଟିଏ ଲଗାଇ ଦେଇ ତାର ଫଟୋଟିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଲେ ବା ପରିବେଶ ସମ୍ବନ୍ଧୀୟ ସମ୍ମିଳନୀଟିଏ ଆୟୋଜିିତ କରି ବକ୍ତାଭାବେ ଭାଷଣବାଜି କଲେ ଏ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। ଏଥିପାଇଁ ବୃକ୍ଷରୋପଣ ସହିତ ତା’ର ଯତ୍ନ ନେବା ଆବଶ୍ୟକ। ମନେ ରଖିବାକୁ ହେବ ଯେ, ଏହି ସବୁଜ ସୁନ୍ଦର ପୃଥିବୀ ସମାନ ଆଉ ଗୋଟିଏ ଗ୍ରହକୁ ଆମେ ପାଇପାରିବା ନାହିଁ। ଏହାର ସନ୍ଧାନ କରିବାକୁ ଆମକୁ ଆହୁରି କୋଟି କୋଟି ବର୍ଷ ଲାଗିଯାଇପରେ। ସେ ପର୍ଯ୍ୟନ୍ତ ଏ ମଶିଷ ତିଷ୍ଠିଲେ ତ?
ଆମେ କଦାପି ଭୁଲିଯିବା ନାହିଁ ଯେ ବଞ୍ଚତ୍ବା ପାଇଁ ଯେଉଁ ପରିବେଶ ଲୋଡ଼ା, ତାହା କେବଳ ପୃଥିବୀରେ ଅଛି। ପୃଥିବୀ ଯଦି ପ୍ରାକୃତିକ କାରଣ ଯୋଗୁଁ ଧ୍ୱଂସ ହୁଏ, ତେବେ ଆମର କିଛି କରିବାର ନାହିଁ। କିନ୍ତୁ ଯଦି ଏହା ମନୁଷ୍ୟକୃତ ହୁଏ, ତେବେ ପରବର୍ତ୍ତୀ ମାନବ ସଭ୍ୟତା ଆମକୁ କଦାପି କ୍ଷମା ଦେବ ନାହିଁ। ଅନେକ ପଶୁପକ୍ଷୀ ଏବେ ସଂପୂର୍ଣ୍ଣ ବିଲୋପ ହୋଇ ଗଲେଣି। ଘରଚଟିଆ, ବାଇଚଢ଼େଇ, ବାଦୁଡ଼ି ପ୍ରାୟତଃ ବହୁତ କମିଗଲେଣି। ମଣିଷ ଏତେ ସ୍ବାର୍ଥପର ହୋଇଯାଇଛି ଯେ ସେ ଅନେକ ପଶୁପକ୍ଷୀଙ୍କୁ ଧ୍ୱଂସ କରି ସାରିଲାଣି। ଏପରି କି ପ୍ରତି ଅଧଘଣ୍ଟାରେ ପୃଥିବୀରେ ଗୋଟିଏ ପ୍ରଜାତିର ଉଦ୍ଭିଦକୁ ଆମେ ହରାଇ ଚାଲିଛୁ। ପ୍ରତି ଏକ ଘଣ୍ଟାରେ ପୃଥିବୀ ପୃଷ୍ଠର ୪୭ କିଲୋ ମିଟର ଅଞ୍ଚଳର ଜଙ୍ଗଲ ଧ୍ୱଂସ ହେଉଛି। ଗୋଟିଏ ପଟେ ମଣିଷ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଜୀବଜନ୍ତୁ ଓ ଉଦ୍ଭିଦଜଗତ ଲୋପ ପାଉଛି। ଏପରି ପରିସ୍ଥିତିରେ ପୃଥିବୀର ଭାରସାମ୍ୟ କିପରି ସମ୍ଭବ ହେବ? ତେଣୁ ଏ ମଣିଷ ଯଦି ନିଜେ ନିଜର ମୃତ୍ୟୁର କାରଣ ହେବ, ତେବେ ଈଶ୍ୱର ବା କ’ଣ କରିବେ?
ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri