ଧ୍ୱଂସ ନ ହେଉ ମାନବାତ୍ମା

ବିଜ୍ଞାନର ଅଗ୍ରଗତି ମନୁଷ୍ୟସମାଜକୁ ସବୁ ସୁଖ ସୁବିଧା ଯୋଗାଇଛି। ଯଦି ଏହି ପୃଥିବୀରେ ପ୍ରାଣିଜଗତ ଓ ଉଦ୍ଭିଦଜଗତ ଭିତରେ ପ୍ରାକୃତିକ ଭାରସାମ୍ୟ ନ ରହେ, ତେବେ ଉଭୟ ମନୁଷ୍ୟ, ଜୀବଜନ୍ତୁ ଓ ବୃକ୍ଷଲତା ପ୍ରତି ବିପଦ ସୃଷ୍ଟି ହେବ। ଗୋଟିଏ ପଟରେ ଆମେ ଚନ୍ଦ୍ରପୃଷ୍ଠରେ ପାଦ ଥାପି ଗର୍ବରେ ଫାଟି ପଡ଼ୁଥିବା ବେଳେ ଆଉ ଗୋଟିଏ ପଟେ ମଣିଷ ପ୍ରକୃତି ମା’ ପ୍ରତି ବାରମ୍ବାର ଅତ୍ୟାଚାର କରି ଚାଲିଛି। ଆଜି ପ୍ରକୃତିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଯେମିତି ଏ ଆଧୁନିକ ମଣିଷ ପ୍ରତିଶ୍ରୁତିବଦ୍ଧ ହୋଇଛି। ମଣିଷ ଭୁଲିଯାଉଛି ଯେ ତା’ଜୀବନ ଗଢ଼ା ହୁଏ ପଞ୍ଚଭୂତରୁ। ମାଟି, ପାଣି, ପବନ, ଜଳ ଓ ଅଗ୍ନିରୁ। ପୃଥିବୀକୁ ଘେରି ରହିଥିବା ଏହି ପଞ୍ଚଭୂତ ହିଁ ପରିବେଶ। ଆମ ପରିବେଶର ପ୍ରତ୍ୟେକଟି ଉପାଦାନର ବଳିଷ୍ଠ ଭୂମିକା ରହିଛି। ଯେମିତିକି ମାଟି କୁହେ କୁମ୍ଭାରକୁ, ‘ତୁ ମୋତେ କ’ଣ ଚକଟିବୁ, ମୁଁ ତତେ ଦିନେ ମୋ ଗର୍ଭରେ ରୁନ୍ଧିଦେବି। ମୋ ସହ ଦିନେ ତୁ ବି ମିଶିଯିବୁ।’ ପାଠକ ବନ୍ଧୁ, ଆଜି ପ୍ରକୃତିର ଭାରସାମ୍ୟ ନ ରହିବାରୁ ପୃଥିବୀରେ ପରିବେଶ ସୁରକ୍ଷା ପରି ଏକ ଗୁରୁତର ପ୍ରଶ୍ନ ଆମ ସମ୍ମୁଖରେ ଦେଖାଦେଇଛି। ସାମାଜିକ, ସାଂସ୍କୃତିକ, ବୌଦ୍ଧିକ, ଆଧ୍ୟାମତ୍ିକ, ରାଜନୈତିକ, ଶିକ୍ଷାଗତ କ୍ଷେତ୍ରରେ ମଧ୍ୟ ମାନବିକ ମୂଲ୍ୟବୋଧ ହ୍ରାସ ପାଇଛି। ପ୍ରଦୂଷଣ ମଧ୍ୟ ଆମ ଭୌଗୋଳିକ ଓ ସାମାଜିକ ଜୀବନକୁ ଅଣନିଃଶ୍ୱାସୀ କରି ପକାଇଛି ।
ସହର, ଗଁା, ଜଙ୍ଗଲ, ସ୍କୁଲ, କଲେଜ, କାର୍ଯ୍ୟାଳୟ, ଅଫିସ, ରେଳଷ୍ଟେଶନ, ବସ୍‌ଷ୍ଟେଶନ, ନଦୀ, ପୋଖରୀ, ହ୍ରଦ ଆଦି ସବୁ ଆଜି ପ୍ରଦୂଷିତ। ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀ ସହରର ତାପମାତ୍ରା ଆଜି ୫୨୦ ସେଲ୍‌ସିଅସ୍‌ରେ ରହି ସବୁଠାରୁ ଉତ୍ତପ୍ତ ନଗରୀ ରୂପେ ଗଣାଯାଉଛି। ଋତୁଚକ୍ରରେ ଏବେ ଘୋର ଅନିୟମିତତା। କେବଳ ଭାରତ ନୁହେଁ, ପୃଥିବୀର ପ୍ରାୟତଃ ମରୁ ଅଞ୍ଚଳ- ଆଫ୍ରିକା, ଅଷ୍ଟ୍ରେଲିଆଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ ସବୁଆଡ଼େ ଜଳବାୟୁରେ ବିରାଟ ପରିବର୍ତ୍ତନ ।
ଏ ପୃଥିବୀ ଉତ୍ତପ୍ତ କାହିଁକି? ଆଧୁନିକ ମଣିଷ ହିଁ ଏଥିପାଇଁ ପ୍ରଥମେ ଦାୟୀ। ଏହି ଆଧୁନିକ ମଣିଷର ଜୀବନଶୈଳୀ ହିଁ ଆମର ସବୁଜ ସୁନ୍ଦର ପୃଥିବୀକୁ ଧ୍ୱଂସସ୍ତୂପରେ ପରିଣତ କରିଦେଉଛି। ଏଇଠି ମନେପଡ଼େ ବୈଜ୍ଞାନିକ ଷ୍ଟିଫେନ୍‌ ହକିନଙ୍କ କଥା। ସେ କହିଥିଲେ, ”ଆଧୁନିକ ମଣିଷ ଖୁବ୍‌ଶୀଘ୍ର ନିଜ ପାଇଁ ବିଶ୍ୱ ବ୍ରହ୍ମାଣ୍ଡର ଆଉ ଗୋଟିଏ ଗ୍ରହ ଯୋଗାଡ଼ କରୁ। ଯଦି ପୃଥିବୀ ଧ୍ୱଂସ ହେବା ପୂର୍ବରୁ ଆମେ ସଚେତନ ନ ହେବା, ତେବେ ୨୦୦ ବର୍ଷ ପୂରିବା ପୂର୍ବରୁ ଏ ମଣିଷ ଜାତିର ଭବିଷ୍ୟତ କ’ଣ ଘଟିବ କେହି କହିପାରିବେ ନାହିଁ। ଆଉ କିଛି ବର୍ଷ ପରେ ସମଗ୍ର ଜୀବଜଗତ ପୂରାପୂରି ଧ୍ୱଂସ ପାଇଯିବ। ଏହି ଧ୍ୱଂସର କାରଣଗୁଡ଼ିକ ହେଲା ମନୁଷ୍ୟ ଉପଯୋଗୀ ବାସସ୍ଥାନର ଅଭାବ, ପରମାଣୁ ଯୁଦ୍ଧ ମାଧ୍ୟମରେ ମଣିଷ ଜାତିର ଧ୍ୱଂସ, ପୃଥିବୀ ସହ ଗ୍ରହାଣୁପୁର ସଂଘର୍ଷର ସମ୍ଭାବନା।“ ଏଇଠି ପ୍ରଶ୍ନଟିଏ ଆସୁଛି। ଯଦି ପୃଥିବୀ ଆମକୁ ବଞ୍ଚେଇ ରଖିବା ପାଇଁ ଏକମାତ୍ର ସବୁଜ ଶ୍ୟାମଳ ପ୍ରାକୃତିକ ସାୈନ୍ଦର୍ଯ୍ୟରେ ଭରପୂର ଗ୍ରହ, ତେବେ ତାହାର କାହିଁକି ଆମେ ଯତ୍ନ ନ ନେବା? କାହିଁକି ତାକୁ ଆହୁରି ସବୁଜ ସବୁଜିମାରେ ଭରି ନ ଦେବା? ଆମ ସୁନ୍ଦର ପୃଥିବୀକୁ ସୁରକ୍ଷା ଦେବା କ’ଣ ଆମର ଦାୟିତ୍ୱ ନୁହେଁ କି? ସହର ହେଉ ବା ଗାଁ ରାସ୍ତାକୁ ବିସ୍ତୀର୍ଣ୍ଣ କରିବାକୁ ଯାଇ ଆମେ ନଦୀ ନାଳକୁ ପୋତି ସାରିଲୁଣି ଓ ଜଙ୍ଗଲକୁ କାଟି ସଫା କରିସାରିଲୁଣି। ଶିଳ୍ପାୟନ, ଜନସଂଖ୍ୟା ବୃଦ୍ଧି, ଅରଣ୍ୟ ସଂପଦର ଅବକ୍ଷୟ, ଯାନବାହନର ଆଶାତୀତ ବୃଦ୍ଧି, ବାରମ୍ବାର ବୈଜ୍ଞାନିକ ପରୀକ୍ଷାନିରୀକ୍ଷା ଆଦି ଆମ ପରିବେଶକୁ ସଂପୂର୍ଣ୍ଣ ଧ୍ୱଂସ କରିସାରିଲାଣି।
୧୯୭୭ ମସିହା ଅକ୍ଟୋବରରେ ରୁଷିଆଠାରେ ଆନ୍ତର୍ଜାତିକ ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ଉପରେ ପ୍ରଥମ କରି ଏକ ସମ୍ମିଳନୀ ଆରମ୍ଭ ହୋଇଥିଲା। ସ୍କୁଲ କଲେଜ ସ୍ତରରେ ବିଭିନ୍ନ ପ୍ରକାର ସେମିନାର, ପରିବେଶ ପ୍ରଦର୍ଶନୀ, ଆଲୋଚନା ଚକ୍ର, ପରିଭ୍ରମଣ, ଜୁନ୍‌ ୫ରେ ପରିବେଶ ଦିବସ ପାଳନ ଇତ୍ୟାଦି ଦ୍ୱାରା ସମସ୍ତଙ୍କୁ ସଚେତନ କରାଯାଉଛି। ଗଣମାଧ୍ୟମଗୁଡ଼ିକ ମଧ୍ୟ ଯେମିତି କି ସମ୍ବାଦପତ୍ର, ଦୂରଦର୍ଶନ, ରେଡିଓ, ଖବରକାଗଜ ଇତ୍ୟାଦିର ଭୂମିକା ମଧ୍ୟ କିଛି କମ୍‌ ନୁହେଁ। ତଥାପି କେବଳ ଗଛଟିଏ ଲଗାଇ ଦେଇ ତାର ଫଟୋଟିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଲେ ବା ପରିବେଶ ସମ୍ବନ୍ଧୀୟ ସମ୍ମିଳନୀଟିଏ ଆୟୋଜିିତ କରି ବକ୍ତାଭାବେ ଭାଷଣବାଜି କଲେ ଏ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। ଏଥିପାଇଁ ବୃକ୍ଷରୋପଣ ସହିତ ତା’ର ଯତ୍ନ ନେବା ଆବଶ୍ୟକ। ମନେ ରଖିବାକୁ ହେବ ଯେ, ଏହି ସବୁଜ ସୁନ୍ଦର ପୃଥିବୀ ସମାନ ଆଉ ଗୋଟିଏ ଗ୍ରହକୁ ଆମେ ପାଇପାରିବା ନାହିଁ। ଏହାର ସନ୍ଧାନ କରିବାକୁ ଆମକୁ ଆହୁରି କୋଟି କୋଟି ବର୍ଷ ଲାଗିଯାଇପରେ। ସେ ପର୍ଯ୍ୟନ୍ତ ଏ ମଶିଷ ତିଷ୍ଠିଲେ ତ?
ଆମେ କଦାପି ଭୁଲିଯିବା ନାହିଁ ଯେ ବଞ୍ଚତ୍ବା ପାଇଁ ଯେଉଁ ପରିବେଶ ଲୋଡ଼ା, ତାହା କେବଳ ପୃଥିବୀରେ ଅଛି। ପୃଥିବୀ ଯଦି ପ୍ରାକୃତିକ କାରଣ ଯୋଗୁଁ ଧ୍ୱଂସ ହୁଏ, ତେବେ ଆମର କିଛି କରିବାର ନାହିଁ। କିନ୍ତୁ ଯଦି ଏହା ମନୁଷ୍ୟକୃତ ହୁଏ, ତେବେ ପରବର୍ତ୍ତୀ ମାନବ ସଭ୍ୟତା ଆମକୁ କଦାପି କ୍ଷମା ଦେବ ନାହିଁ। ଅନେକ ପଶୁପକ୍ଷୀ ଏବେ ସଂପୂର୍ଣ୍ଣ ବିଲୋପ ହୋଇ ଗଲେଣି। ଘରଚଟିଆ, ବାଇଚଢ଼େଇ, ବାଦୁଡ଼ି ପ୍ରାୟତଃ ବହୁତ କମିଗଲେଣି। ମଣିଷ ଏତେ ସ୍ବାର୍ଥପର ହୋଇଯାଇଛି ଯେ ସେ ଅନେକ ପଶୁପକ୍ଷୀଙ୍କୁ ଧ୍ୱଂସ କରି ସାରିଲାଣି। ଏପରି କି ପ୍ରତି ଅଧଘଣ୍ଟାରେ ପୃଥିବୀରେ ଗୋଟିଏ ପ୍ରଜାତିର ଉଦ୍ଭିଦକୁ ଆମେ ହରାଇ ଚାଲିଛୁ। ପ୍ରତି ଏକ ଘଣ୍ଟାରେ ପୃଥିବୀ ପୃଷ୍ଠର ୪୭ କିଲୋ ମିଟର ଅଞ୍ଚଳର ଜଙ୍ଗଲ ଧ୍ୱଂସ ହେଉଛି। ଗୋଟିଏ ପଟେ ମଣିଷ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଜୀବଜନ୍ତୁ ଓ ଉଦ୍ଭିଦଜଗତ ଲୋପ ପାଉଛି। ଏପରି ପରିସ୍ଥିତିରେ ପୃଥିବୀର ଭାରସାମ୍ୟ କିପରି ସମ୍ଭବ ହେବ? ତେଣୁ ଏ ମଣିଷ ଯଦି ନିଜେ ନିଜର ମୃତ୍ୟୁର କାରଣ ହେବ, ତେବେ ଈଶ୍ୱର ବା କ’ଣ କରିବେ?
ରଘୁନାଥଜୀଉ ମହାବିଦ୍ୟାଳୟ, ଦେଉଳସାହି, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri