Posted inଜାତୀୟ

ଦିଲ୍ଲୀ ବିସ୍ଫୋରଣ: i20 ଚଳାଉଥିଲେ ଡାକ୍ତର ଉମର, DNA ଟେଷ୍ଟରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ,୧୩। ୧୧: ଗତ ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ i20 କାରରେ ହୋଇଥିବା ବିସ୍ଫୋରଣରେ ଉମର ମହମ୍ମଦ ନାମକ ଜଣେ ଡାକ୍ତର ହିଁ ଗାଡ଼ି ଚଳାଉଥିଲେ ବୋଲି DNA ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ସୂତ୍ରରୁ ଏହି ଖବର ଜଣାପଡିଛି। ଏହି ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।

ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଉମରଙ୍କର ହାଡ଼, ଦାନ୍ତ ଏବଂ ବିସ୍ଫୋରଣସ୍ଥଳରୁ ମିଳିଥିବା ପୋଷାକର ଅଂଶରୁ DNA ନମୁନା ସଂଗ୍ରହ କରାଯାଇଥିଲା। ଏହି DNA ତାଙ୍କ ମାଆ ଏବଂ ଭାଇଙ୍କ DNA ସହିତ ଶତ ପ୍ରତିଶତ ମେଳ ଖାଇଛି।

ପୂର୍ବରୁ ଉମରଙ୍କ ମାଆଙ୍କୁ ପୁଲୱାମାରେ DNA ପରୀକ୍ଷା ପାଇଁ ଅଟକ ରଖାଯାଇଥିଲା। ବିସ୍ଫୋରଣ ପରେ ସୋମବାର ରାତିରେ ଉମରଙ୍କ ମାଆ ଏବଂ ଦୁଇ ଭାଇଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା।

i20 ଗାଡ଼ିର ମାଲିକ ଉମର ମହମ୍ମଦ, ପୂର୍ବରୁ ଗିରଫ ହୋଇଥିବା ଡାକ୍ତର ମୁଜାମ୍ମିଲ ଶକିଲ ଓ ଆଦିଲ ରାଥରଙ୍କ ଗିରଫଦାରୀ ପରେ ଭୟଭୀତ ହୋଇ ବିସ୍ଫୋରଣ ଘଟାଇଥିବା ସୂଚନା ରହିଛି। ଶକିଲ ଓ ରାଥରଙ୍କୁ ‘ଜୈଶ-ଏ-ମହମ୍ମଦ’ ସହିତ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଥିଲା।

ସିସିଟିଭି ଫୁଟେଜ୍ ଅନୁଯାୟୀ, ବିସ୍ଫୋରଣ ପୂର୍ବରୁ ଉମର ଲାଲକିଲ୍ଲା ନିକଟରେ ଥିବା ଏକ ମସଜିଦ୍‌କୁ ଯାଇଥିଲେ। ସେ ସନ୍ଧ୍ୟା ୩.୧୯ରେ ସୁନେହେରୀ ମସଜିଦ୍ ପାର୍କିଂରେ i20 କାର୍ ପାର୍କ କରିଥିଲେ ଏବଂ ୩ ଘଣ୍ଟା ଧରି ମସଜିଦ୍‌ରେ ନମାଜ ପଢ଼ିଥିଲେ।

ଘଟଣାର ତଦନ୍ତ ଭାର ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ନେଇଛି ଏବଂ ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Budgetରେ ଜନଗଣନା ପାଇଁ କ’ଣ ରହିଛି ଜାଣନ୍ତୁ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri