କେନ୍ଦୁଝର ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ଡିଏମ୍‌ଏଫ୍‌

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍‌.ଏଫ୍‌) ପୋଷ୍ୟ ଭାବେ ଗ୍ରହଣ କରିଛି। କାର୍ଯ୍ୟକ୍ରମର ଅଂଶସ୍ବରୂପ ସମସ୍ତ ଚିକିତ୍ସାଧୀନ ଯକ୍ଷ୍ମାରୋଗୀଙ୍କୁ ଡିଏମ୍‌ଏଫ୍‌ ତରଫରୁ ମଙ୍ଗଳବାର ପୁଷ୍ଟିସାର ଖାଦ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି। ଜିଲାପାଳ ଆଶିଷ ଠାକ୍‌ରେଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝର ସହର ଉପକଣ୍ଠ ନରଣପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରଠାରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ. କିଶୋର ପୃଷ୍ଟି ଖାଦ୍ୟ ପୁଡ଼ିଆ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଜିଲାର ସମସ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ମାସକୁ ଥରେ ସୁଷମ ପୁଷ୍ଟିସାର ଖାଦ୍ୟ ଯକ୍ଷ୍ମାରୋଗୀଙ୍କୁ ଯୋଗାଇଦିଆଯିବ ବୋଲି କୁହାଯାଇଥିଲା।

ଏହି ଅବସରରେ ପୃଷ୍ଟି କହିଥିଲେ, କେନ୍ଦୁଝର ଜିଲା ୨୦୨୫ ସୁଦ୍ଧା ଯକ୍ଷ୍ମା (ଟିବି) ମୁକ୍ତ ଭାରତ ଅଭିଯାନରେ ସାମିଲ୍‌ ହୋଇଛି। ବର୍ତ୍ତମାନ ଜିଲାରେ ୧୩୫୪ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯକ୍ଷ୍ମାରୋଗୀଙ୍କୁ ସର୍ବନିମ୍ନ ଛଅ ମାସ ପର୍ଯ୍ୟନ୍ତ ପୁଷ୍ଟିସାର ଖାଦ୍ୟ ଯୋଗାଇଦେବା ପାଇଁ ଡିଏମ୍‌ଏଫରୁ ବାର୍ଷକ ୪ ଶହ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଖାଦ୍ୟ ବଣ୍ଟନ ପାଇଁ ମିଶନ ଶକ୍ତିର ଜିଲାସ୍ତରୀୟ ମହାସଂଘକୁ ଦାୟିତ୍ୱ ଦିଆଯାଇଛି। ଯକ୍ଷ୍ମା ଦୂରୀକରଣ ନିମନ୍ତେ ଏକ ସାମଗ୍ରୀକ ସହଯୋଗର ଆବଶ୍ୟକତା ରହିଛି। ଦେଶର ସମସ୍ତ କ୍ଷେତ୍ରରେ ଏହା ଏକ ଜନ ଆନ୍ଦୋଳନର ରୂପ ନେଲେ ହିଁ ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ଟିବି) ଡ. ଦେବେନ ଦାସ, ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ୍‌ ଡ. ଶିବ ଚରଣ ବାଗ୍‌, ଡିପିଏମ୍‌ ଏନ୍‌ଏଚ୍‌ଏମ୍‌ ନିତ୍ୟରଞ୍ଜନ ବରାଳ, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ସଞ୍ଜୀବ ବାରିକ, ଡିପିସି (ଟିବି) ଏନ୍‌ଏଚ୍‌ଏମ୍‌ ତାପସ ରଞ୍ଜନ ଜେନା, ପିପିସି (ଟିବି) ବିଶ୍ୱଜିତ୍‌ ନନ୍ଦ, ଡିଏମ୍‌ଏଫର ସିନିୟର ପ୍ରୋଜେକ୍ଟ୍‌ ଅଫିସର ଡ. ମୃଣାଳିନୀ ମନ୍ୟତ୍‌କର, ସିନିୟର ପ୍ରୋଜେକ୍ଟ୍‌ ଅଫିସର ଡ. ରୀନା ନାୟକ, ଡିପିସି ମିଶନ ଶକ୍ତି ଶିଶିର ଷଡ଼ଙ୍ଗି, ଜିଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସହିତ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଏଏନ୍‌ଏମ୍‌, ସିଏଚ୍‌ଓ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri