ଭସାଣିରେ ଡିଜେ ମନା

04 2

ବ୍ରହ୍ମପୁର,୨।୧୦(ସ୍ମୃତି ରଞ୍ଜନ ମହାଲିକ): ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତଗିରଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ନିର୍ଦ୍ଦେଶକୁ ବିଭିନ୍ନ ପୂଜା କମିଟି ସମର୍ଥନ କରିଛନ୍ତି। ବୈଠକରେ ସହରର ୪୨ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ଚଳିତ ବର୍ଷା ଭସାଣିରେ ଡିଜେକୁ ବାରଣ କରାଯାଇଛି। ଶୃଙ୍ଖଳିତ ପୂଜା ଉପରେ ଗୁରୁତ୍ୱ ଦିଆଯାଇଛି। କମିଟିମାନେ ପୂଜା କରୁଥିବା ସ୍ଥାନ ସଂପର୍କରେ ତଥ୍ୟ ଦେବେ। ଅଷ୍ଟମୀରୁ ଦଶମୀ ସନ୍ଧ୍ୟା ୫ଟା ପରେ ମଦ ଦୋକାନ ବନ୍ଦ ରହିବ। ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯିବ। ନିୟମ ଖିଲାପ କଲେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭସାଣି ଦିନ ମଦ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ସମୟରେ ଏକ କଣ୍ଟ୍ରୋଲ ରୁମ ରହିବ। କଣ୍ଟ୍ରୋଲ ରୁମରେ ହେଲ୍ପ ଲାଇନ ନଂ. ଜାରି କରାଯିବ। ଆବଶ୍ୟକ ହେଲେ ଲୋକଙ୍କ ଏହି ନଂ. ଜରିଆରେ ସହଯୋଗ କରାଯିବ। ଏହି ନଂ. ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ଘୋଷଣା କରାଯିବ। ଟିପିଏସଓଡିଏଲର ଏକ ଟିମ ବୁଲିବେ। କାୈଣସି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ହେଲେ ସଙ୍ଗେ ସଙ୍ଗେ ସମାଧାନ କରାଯିବ। କାୈଣସି କମିଟି ହୁକ ପକାଇ ବିଦ୍ୟୁତ ଚୋରି କରିବେ ନାହିଁ। ପୂଜା ମଣ୍ଡପରେ ମିଟର ବସାଯିବ। ତଦନୁଯାୟୀ କମିଟି ଦେୟ ପୈଠ କରିବେ। ଅଗ୍ନିଶମ ବିଭାଗ ନିକଟରୁ ଅଗ୍ନି ନିରାପତ୍ତାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁରକ୍ଷା ସମ୍ବନ୍ଧିତ ଆବେଦନ କମିଟି ଆଣିବେ। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ସିଙ୍ଗଲ ୱିଣ୍ଡୋ ଖୋଲାଯିବ। ଗୋଟିଏ ସ୍ଥାନରେ ସମସ୍ତ ଆବେଦନ ସୁବିଧା ଉପଲବ୍ଧ ରହିବ ବୋଲି ଉପଜିଲାପାଳ କହିଛନ୍ତିି। ୧୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଭସାଣିରେ ଡିଜେ ବାରଣ କରାଯିବା ସହ ପୂଜା ମଣ୍ଡପରେ ୧୬ ଡେସିମିଲ ଶବ୍ଦ ରହିବା ପାଇଁ କମିଟି ଗୁଡିକୁ କୁହାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ନ ଆସିବା ଭଳି କମ ଉଚ୍ଚତା ବିଶିଷ୍ଟ ତୋରଣ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ। ସହର ମଧ୍ୟରେ ୱାନ ୱେ ଟ୍ରାଫିକ ମଧ୍ୟ କରାଯିବ। ରାସ୍ତା ପାର୍ଶ୍ୱ ଉଠା ଦୋକାନୀଙ୍କୁ ଉଚ୍ଛେଦ ନେଇ ପଦକ୍ଷେପ ଗ୍ରହଣ କରାଯିବ। ରାତି ୧୦ରୁ ସକାଳ ୭ ଯାଏଁ ପାଟ୍ରୋଲିଂ ହେବ। ପୂଜା କମିଟି ସିସିଟିଭି କ୍ୟାମେରା ଲଗାଇବେ ନଚେତ ବିଇଏମସି ପକ୍ଷରୁ ସହରର ସିସିିଟିଭି କ୍ୟାମେରାକୁ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଡେପୁଟି କଲେକ୍ଟର କସ୍ତୁରବା ସ୍ବାଇଁ, ତହସିିଲଦାର କ୍ଷୀରୋଦ ପ୍ରସାଦ ନାଗ, ଅବକାରୀ ସୁପରିନଟେଣ୍ଡେଣ୍ଟ୍‌ ପ୍ରବୀଣ କୁମାର ପ୍ରଧାନ, ଟାଉନ ଥାନାଧିକାରୀ ସାୈଭାଗ୍ୟ କୁମାର ସ୍ବାଇଁ, ଟାଉନ ଏସଡିପିଓ ଦେବୀ ଶଙ୍କର ପ୍ରତାପ ଓ ସଦର ଏସଡିପିଓ ଶୁଭ୍ରାଶୁଂ ଶେଖର ପରିଡାଙ୍କ ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Your Paragraph Text 1 1

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨: ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

Your Paragraph Text 1

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

13131313

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

U0k3o5c8 Jasprit Bumrah 625x300 14 December 25

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

90 3

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

78 1

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

Aaa

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

3232 1

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives

Dharitri Rashifala2
Model This Week
ମଣ୍ଟୁ

ପିଲାଙ୍କ ଧରିତ୍ରୀ

PILANKA DHARITRI
Why Dharitri