Categories: ବାଣିଜ୍ୟ

ରିଲାଏନ୍ସ ଡିଜିଟାଲରେ ଦୀପାବଳି ସ୍ବତନ୍ତ୍ର ଅଫର

ନୂଆଦିଲ୍ଲୀ,୨୨ା୧୦: ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍‌ଟ୍ରୋନିକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ ମାଧ୍ୟମରେ ଗ୍ରାହକ ୧୦%ର ତୁରନ୍ତ ଡିସ୍‌କାଉଣ୍ଟ ସହ ଅଗ୍ରଣୀ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ଉପରେ ରିହାତି ସୁବିଧା ସାଙ୍ଗକୁ ସହଜ ଇଏମ୍‌ଆଇ ଓ ଇନ୍‌ଷ୍ଟା ଡେଲିଭରି ସୁବିଧା ରହିଛି। ସେହିପରି ଏହା ସହିତ ଅତିରିକ୍ତ ୧୦% ଡିସ୍‌କାଉଣ୍ଟ ଭାଉଚର ମଧ୍ୟ ଗ୍ରାହକଙ୍କୁ ଦିଆଯାଉଛି ଯାହାକୁ ପରବର୍ତ୍ତୀ କ୍ରୟରେ ମଧ୍ୟ ରିଡେମ୍‌ କରାଯାଇପାରିବ। ପାର୍ବଣର ଶୁଭ ଅବସରରେ ନୂତନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀକୁ ରିଲାଏନ୍ସ ଡିଜିଟାଲ ଷ୍ଟୋର, ମାଇଁ ଜିଓ ଷ୍ଟୋର ଓ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ରିଲାଏନ୍ସ ଡିଜିଟାଲ.ଇନ୍‌ରେ ମଧ୍ୟ ଗ୍ରାହକ ସେମାନଙ୍କର ପସନ୍ଦର ସାମଗ୍ରୀକୁ ଫେଷ୍ଟିଭ ଅଫର ସହ କାରବାର କରିପାରିବେ ବୋଲି କୁହାଯାଇଛି। ଅପରପକ୍ଷରେ ଦୀପାବଳି ପାଇଁ ସ୍ବତନ୍ତ୍ର ଭାବେ ମଧ୍ୟ ବିଭିନ୍ନ ଉତ୍ପାଦ ଯଥା ଆକର୍ଷଣୀୟ ଗେମିଂ ଲାପ୍‌ଟପ୍‌, ଫ୍ରଣ୍ଟ ଲୋଡ୍‌- ୱାଶିଂମେଶିନ, ଜେବିଏଲ୍‌ ସାଉଣ୍ଡ ବାର୍‌, ଆଇଫୋନ୍‌, ସ୍ମାର୍ଟୱାଚ, ସ୍ମାର୍ଟଫୋନ୍‌, ଟାବ୍‌ଲେଟ୍‌, ଭାକ୍ୟୁମ କ୍ଲିନର ଓ ସିଙ୍ଗିଲ ଡୋର ରେଫ୍ରିଜରେଟର, ଟିଭି ଏବଂ ସାଇଡ-ବାଏ-ସାଇଡ୍‌ ରେଫ୍ରିଜରେଟର ଭଳି ଅନେକ ପ୍ରକାର ଗୃହୋପକରଣ ସାମଗ୍ରୀ ରିଲାଏନ୍ସ ଡିଜିଟାଲରେ ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share