Posted inଫୁରସତ

ମୋଗଲ ସମୟରେ ଦୀପାବଳି ପାଳନ

ନୂଆଦିଲ୍ଲୀ: ମୋଗଲ ଶାସନ କାଳରେ ଦିଓ୍ବାଲି ବା ଦୀପାବଳି ପର୍ବ ଜଶ୍ନ-ଇ-ଚିରାଗନ ଭାବରେ ପରିଚିତ ଥିଲା ଓ ଏହା ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଥିଲା। ଦୀପାବଳିରେ ଲାଲ୍‌କିଲ୍ଲାର ରଙ୍ଗ ମହଲ ଦୀପମାଳାରେ ସଜ୍ଜିତ ହେଉଥିଲା। ସମ୍ରାଟ ମହମ୍ମଦ ଶାହା ରାଜପ୍ରାସାଦ ବାହାରେ ମହିଳାମାନଙ୍କ ସହ ଦିଓ୍ବାଲି ପାଳନ କରୁଥିବା ଏକ ପେଣ୍ଟିଂରୁ ଦେଖିବାକୁ ମିଳିଛି। ଦିଓ୍ବାଲିରେ ମୋଗଲ ସମ୍ରାଟଙ୍କୁ ସୁନା ଓ ରୁପାରେ ଓଜନ କରାଯାଉଥିଲା। ଉକ୍ତ ସୁନା ରୁପାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଆଯାଉଥିଲା। କେତେଜଣ ମୋଗଲ ମହିଳା କୁତବ୍‌ମିନାର ଉପରେ ଚଢ଼ି ଆଲୋକ ସଜ୍ଜା ଓ ବାଣ ରୋଶଣି ଦେଖୁଥିଲେ। ଏଥିସହିତ ସ୍ବତନ୍ତ୍ର ଆକାଶ ଦୀପ ୪୦ ଗଜ ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ଉପରେ ଜଳାଯାଉଥିଲା। ଉକ୍ତ ସ୍ତମ୍ଭକୁ ୧୬ଟି ଦଉଡ଼ିରେ ଚାରିପଟୁ ବାନ୍ଧି ରଖାଯାଉଥିବାବେଳେ ବହୁ ପରିମାଣର କପାମଞ୍ଜି ତେଲରେ ଏହା ଜଳୁଥିଲା ଓ ଦରବାରକୁ ଆଲୋକିତ କରୁଥିଲା।
ଉର୍ଦ୍ଦୁ ଏକାଡେମୀ ଦ୍ୱାରା ୧୯୮୭ରେ ପ୍ରକାଶିତ ମହେଶ୍ୱର ଦୟାଲଙ୍କ ପୁସ୍ତକ ‘ଆଲମ ମେ ଇନ୍ତେଖାବ୍‌: ଦିଲ୍ଲି’ରେ ମୋଗଲ ସମୟରେ ଦିଲ୍ଲୀର ଇତିହାସ, ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥିରେ ଦଶହରା, ରାମଲୀଳା, ଦୀପାବଳି ସମ୍ପର୍କରେ ଉଲ୍ଲେଖ ରହିଛି। ସମ୍ରାଟ ଶାହାଜାହାନ ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ ସେଠାରେ ପ୍ରାଚୀର ଘେରା ସହର ଶାହାଜାହାନବାଦ ପ୍ରତିଷ୍ଠା କରିଥିଲେ। ତାଙ୍କ ସୈନ୍ୟ ଓ ଜନସାଧାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ପାଳନ କରିବା ଲାଗି ଶାହାଜାହାନ ପୃଷ୍ଠପୋଷକତା ଯୋଗାଇଦେଉଥିଲେ। ଲାଲ୍‌କିଲ୍ଲା ପଛପାର୍ଶ୍ୱ ଯମୁନା ନଦୀ କୂଳରେ ହିନ୍ଦୁ ସୈନ୍ୟମାନେ ଦଶହରା ପାଳନ କରୁଥିଲେ। ରମଲୀଳା ଦଶହରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଦିଲ୍ଲୀରେ ପ୍ରଥମ ରାମଲୀଳା କମିଟି ସମ୍ରାଟ ବାହାଦୁର ଶାହା ଜାଫରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ଯାହା ଆଜିପର୍ଯ୍ୟନ୍ତ ରହିଛି। ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁ ମୁସଲମାନମାନେ ଏକାଠି ଦଶହରା ଓ ରାମଲୀଳା ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଥିଲେ ବୋଲି ମିର୍ଜା କାତିଲଙ୍କ ପାର୍ସି ପୁସ୍ତକ ‘ହାଫ୍‌ତ ତମାଶା’ରେ ଉଲ୍ଲେଖ ରହିଛି। ଦିଲ୍ଲୀର ବଜାର ଓ ଛକ ସ୍ଥାନରେ କାର୍ଡବୋର୍ଡ ଏବଂ କାଗଜରେ ରାବଣର ବିରାଟ ମୂର୍ତ୍ତି ନିର୍ମାଣ ହେଉଥିଲା ଓ ଏହାର ପେଟରେ ସରବତର ଏକ ମାଟିପାତ୍ର ରଖାଯାଉଥିଲା। ଭଗବାନ ରାମ ବେଶଧାରୀ ପିଲାମାନେ ଉକ୍ତ ମାଟିପାତ୍ରକୁ ତୀର ମାରି ଭାଙ୍ଗୁଥିଲେ। ଉକ୍ତ ମାଟିପାତ୍ରର ସରବତକୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ବଣ୍ଟାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri