Posted inଫୁରସତ

ମୋଗଲ ସମୟରେ ଦୀପାବଳି ପାଳନ

ନୂଆଦିଲ୍ଲୀ: ମୋଗଲ ଶାସନ କାଳରେ ଦିଓ୍ବାଲି ବା ଦୀପାବଳି ପର୍ବ ଜଶ୍ନ-ଇ-ଚିରାଗନ ଭାବରେ ପରିଚିତ ଥିଲା ଓ ଏହା ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ପାଳନ କରାଯାଉଥିଲା। ଦୀପାବଳିରେ ଲାଲ୍‌କିଲ୍ଲାର ରଙ୍ଗ ମହଲ ଦୀପମାଳାରେ ସଜ୍ଜିତ ହେଉଥିଲା। ସମ୍ରାଟ ମହମ୍ମଦ ଶାହା ରାଜପ୍ରାସାଦ ବାହାରେ ମହିଳାମାନଙ୍କ ସହ ଦିଓ୍ବାଲି ପାଳନ କରୁଥିବା ଏକ ପେଣ୍ଟିଂରୁ ଦେଖିବାକୁ ମିଳିଛି। ଦିଓ୍ବାଲିରେ ମୋଗଲ ସମ୍ରାଟଙ୍କୁ ସୁନା ଓ ରୁପାରେ ଓଜନ କରାଯାଉଥିଲା। ଉକ୍ତ ସୁନା ରୁପାକୁ ଗରିବଙ୍କ ମଧ୍ୟରେ ବାଣ୍ଟିଦିଆଯାଉଥିଲା। କେତେଜଣ ମୋଗଲ ମହିଳା କୁତବ୍‌ମିନାର ଉପରେ ଚଢ଼ି ଆଲୋକ ସଜ୍ଜା ଓ ବାଣ ରୋଶଣି ଦେଖୁଥିଲେ। ଏଥିସହିତ ସ୍ବତନ୍ତ୍ର ଆକାଶ ଦୀପ ୪୦ ଗଜ ଉଚ୍ଚତା ବିଶିଷ୍ଟ ଏକ ସ୍ତମ୍ଭ ଉପରେ ଜଳାଯାଉଥିଲା। ଉକ୍ତ ସ୍ତମ୍ଭକୁ ୧୬ଟି ଦଉଡ଼ିରେ ଚାରିପଟୁ ବାନ୍ଧି ରଖାଯାଉଥିବାବେଳେ ବହୁ ପରିମାଣର କପାମଞ୍ଜି ତେଲରେ ଏହା ଜଳୁଥିଲା ଓ ଦରବାରକୁ ଆଲୋକିତ କରୁଥିଲା।
ଉର୍ଦ୍ଦୁ ଏକାଡେମୀ ଦ୍ୱାରା ୧୯୮୭ରେ ପ୍ରକାଶିତ ମହେଶ୍ୱର ଦୟାଲଙ୍କ ପୁସ୍ତକ ‘ଆଲମ ମେ ଇନ୍ତେଖାବ୍‌: ଦିଲ୍ଲି’ରେ ମୋଗଲ ସମୟରେ ଦିଲ୍ଲୀର ଇତିହାସ, ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏଥିରେ ଦଶହରା, ରାମଲୀଳା, ଦୀପାବଳି ସମ୍ପର୍କରେ ଉଲ୍ଲେଖ ରହିଛି। ସମ୍ରାଟ ଶାହାଜାହାନ ରାଜଧାନୀକୁ ଆଗ୍ରାରୁ ଦିଲ୍ଲୀ ସ୍ଥାନାନ୍ତର କରିବା ପରେ ସେଠାରେ ପ୍ରାଚୀର ଘେରା ସହର ଶାହାଜାହାନବାଦ ପ୍ରତିଷ୍ଠା କରିଥିଲେ। ତାଙ୍କ ସୈନ୍ୟ ଓ ଜନସାଧାରଣ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ପାଳନ କରିବା ଲାଗି ଶାହାଜାହାନ ପୃଷ୍ଠପୋଷକତା ଯୋଗାଇଦେଉଥିଲେ। ଲାଲ୍‌କିଲ୍ଲା ପଛପାର୍ଶ୍ୱ ଯମୁନା ନଦୀ କୂଳରେ ହିନ୍ଦୁ ସୈନ୍ୟମାନେ ଦଶହରା ପାଳନ କରୁଥିଲେ। ରମଲୀଳା ଦଶହରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଦିଲ୍ଲୀରେ ପ୍ରଥମ ରାମଲୀଳା କମିଟି ସମ୍ରାଟ ବାହାଦୁର ଶାହା ଜାଫରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା, ଯାହା ଆଜିପର୍ଯ୍ୟନ୍ତ ରହିଛି। ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁ ମୁସଲମାନମାନେ ଏକାଠି ଦଶହରା ଓ ରାମଲୀଳା ଖୁବ୍‌ ଉତ୍ସାହ ଉଦ୍ଦୀପନାର ସହ ପାଳନ କରୁଥିଲେ ବୋଲି ମିର୍ଜା କାତିଲଙ୍କ ପାର୍ସି ପୁସ୍ତକ ‘ହାଫ୍‌ତ ତମାଶା’ରେ ଉଲ୍ଲେଖ ରହିଛି। ଦିଲ୍ଲୀର ବଜାର ଓ ଛକ ସ୍ଥାନରେ କାର୍ଡବୋର୍ଡ ଏବଂ କାଗଜରେ ରାବଣର ବିରାଟ ମୂର୍ତ୍ତି ନିର୍ମାଣ ହେଉଥିଲା ଓ ଏହାର ପେଟରେ ସରବତର ଏକ ମାଟିପାତ୍ର ରଖାଯାଉଥିଲା। ଭଗବାନ ରାମ ବେଶଧାରୀ ପିଲାମାନେ ଉକ୍ତ ମାଟିପାତ୍ରକୁ ତୀର ମାରି ଭାଙ୍ଗୁଥିଲେ। ଉକ୍ତ ମାଟିପାତ୍ରର ସରବତକୁ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ବଣ୍ଟାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri