ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଆନ୍ଦୋଳନକୁ ଭଣ୍ଡୁର କଲା ପୋଲିସ୍ : ଆନ୍ଦୋଳନ ପୂର୍ବରୁ ଦିବ୍ୟାଙ୍ଗକୁ ଉଠାଇ ନେଲା ଥାନାକୁ

ବରଗଡ଼,୧୧।୩(ପ୍ରେମାନନ୍ଦ ଖମାରୀ):  ବରଗଡ଼ ଜିଲାର ଭିନ୍ନକ୍ଷମମାନଙ୍କୁ ନେଇ ଗଠିତ ପେରେଣ୍ଟସ୍‌ ଆସୋସିଏଶନ ସେମାନଙ୍କ ୮ଦଫା ଉପରେ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ରାସ୍ତା ଅବରୋଧ ପାଇଁ ବରଗଡ଼ ସହର ଉପକଣ୍ଠ ହଲଦିପାଲି ଛକକୁ ପହଞ୍ଚିଥିଲା। ଅନେକ ଦିବ୍ୟାଙ୍ଗ ସେଠାରେ ସମବେତ ହୋଇଥିଲେ। ମାତ୍ର ସେମାନେ ରାସ୍ତା ଅବରୋଧ କରିବା ପୂର୍ବରୁ ପୋଲିସ ସେମାନଙ୍କୁ ସେଠାରୁ ଉଠାଇ ନେଇଥିଲା। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆସୋସିଏସନର ସଭାପତି ସାନନ୍ଦ ନାଗ କଡା ସମାଲୋଚନା କରିଛନ୍ତି। ପୋଲିସ୍ ସେମାନଙ୍କ ଅଧିକାରକୁ ଅବରୋଧ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ସମୟରେ ଏଭଳି ସ୍ଥିତି ଉପୁଜୁ ନଥିଲା। ମାତ୍ର ଲୋକଙ୍କ ଦାବି, ଅଧିକାର ପୂରଣ ବଦଳରେ ହକ୍ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ନୂଆ ଭାଜପା ସରକାର ତାକୁ ଭଣ୍ଡୁର କରିବାକୁ ପୋଲିସ ଲଗାଉଥିବା ସେ କହିଛନ୍ତି। ପ୍ରକାଶ ଥାଉକି, ବୟସ୍କ ଭିନ୍ନକ୍ଷମ, ବିଧବା ଏବଂ ନିରାଶ୍ରୟମାନଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ, ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଗୁଡ଼ିକୁ ଠିକ୍‌ଭାବେ ଧ୍ୟାନ ଦେବା, ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଭିନ୍ନକ୍ଷମ ମାନଙ୍କ ପାଇଁ ବାଧାମୁକ୍ତ ରାସ୍ତା କରାଯିବା, ବସୁନ୍ଧରା ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯିବା, ଦିବ୍ୟାଙ୍ଗମାନଙ୍କ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ସରକାରୀ ଜାଗା ପ୍ରଦାନ ସହିତ ଭିନ୍ନକ୍ଷମ ମାନଙ୍କ କାର୍ଯ୍ୟାଳୟ ନିର୍ମାଣ, ପୂର୍ବରୁ ଆସୋସିଏଶନ କରି ଆସୁଥିବା ଦାବି ସମୂହର ପୂରଣ, ବରଗଡ଼ ସଦର ବ୍ଲକରେ ଭିନ୍ନକ୍ଷମମାନଙ୍କ ପାଇଁ ରହିଥିବା ସ୍ବଚ୍ଛ ଭାରତ ମିଶନ ପାଇଖାନା ଯୋଜନାର ଯନ୍ତ୍ରୀ ଏବଂ କିରାଣିଙ୍କୁ ବଦଳି ଦାବିରେ ଉକ୍ତ ଆସୋସିଏସନ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଦାବି ପୂରଣ ନ ହେଲେ ମଙ୍ଗଳବାର ରାସ୍ତା ଅବରୋଧ କରିବା ପାଇଁ ଆସୋସିଏସନ ଦାବିପତ୍ରରେ ଚେତାବନୀ ଦେଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଫସଲଵୀମା କ୍ଷତିପୂରଣ ଦାବିରେ ଚାଷୀଙ୍କ ରେଲରୋକୋ ଆନ୍ଦୋଳନକୁ ପୋଲିସ ଭଣ୍ଡୁର କରି ଦେଇଥିଲା। ଚାଷୀଙ୍କ ପରେ ଦିବ୍ୟାଙ୍ଗଙ୍କ ଉପରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri