ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର ସଫଳତାର ସହ ଉଦଯାପିତ ହୋଇଯାଇଛି। ସ୍କୁଲ ଅଧ୍ୟକ୍ଷ ଏନ୍. ରାଜକିଶୋରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ କ୍ରୀଡ଼ା ଓ ଆଧ୍ୟାତ୍ମିକତାର ସମନ୍ୱୟ ଦେଖିବାକୁ ମିଳିଥିଲା।
ବଡ଼ଖେମୁଣ୍ଡି ରାଜପୁତ୍ର ତଥା ଓଡ଼ିଶା ଅଣ୍ଡର-୧୯ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସିଦ୍ଧାନ୍ତ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ସେ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ କ୍ୟାରିଅର୍ ଗଢ଼ିବାକୁ ଉତ୍ସାହିତ କରିଥିଲେ। ପରିଚାଳନା କମିଟି ସଭାପତି ବିଶ୍ୱନାଥ ପାତ୍ର ଓ ସମ୍ପାଦିକା ଶୁଭଶ୍ରୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୌଡ଼, ଲମ୍ଫ ଡିଆଁ, ଉଚ୍ଚ ଡିଆଁ ଏବଂ କବାଡ଼ି ଭଳି ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ଶିକ୍ଷକ ସିମାଞ୍ଚଳ ମହାନ୍ତି ସମସ୍ତ ଖେଳ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷା ସୁଷମା ଗୌଡ଼ ଓ ଶିକ୍ଷକ ରାକେଶ ନାୟକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଶିକ୍ଷକ ସିଲୁ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ସ୍ମିତାରାଣୀ ରାଓ, ରଞ୍ଜିତା ପାତ୍ର, ସ୍ନେହଲତା ବେହେରା, ଉଷାରାଣୀ ପଣ୍ଡା, ସୁପ୍ରଭା ମହାରଣା, ତୃପ୍ତି ପୁରୋହିତ, ଇତିଶ୍ରୀ ପଣ୍ଡା, ଅଳକା ଦେବଦାସ ଏବଂ ଶିକ୍ଷକ ଆଲୋକ ପ୍ରଧାନ, ସନ୍ତୋଷ ବେହେରା ପ୍ରମୁଖ ସହଯୋଗ କରିଥିଲେ।


