Posted inଖେଳ

ଏହି ମିଷ୍ଟ୍ରିଗର୍ଲଙ୍କ ପାଇଁ ଚହଲ-ଧନଶ୍ରୀ ମଧ୍ୟରେ ହେବାକୁ ଯାଉଛି ଛାଡପତ୍ର!

ମୁମ୍ବାଇ,୬।୧:ଦୀର୍ଘ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିବା ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ ଚାଲିନାହିଁ। ତାଙ୍କ ସ୍ତ୍ରୀ ଧନଶ୍ରୀ ଧର୍ମେନ୍ଦ୍ରଙ୍କ ସହ ଚହଲଙ୍କ ସମ୍ପର୍କରେ ମତଭେଦ ଥିବା ଚର୍ଚ୍ଚା ହେଉଛି। ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କରିଛନ୍ତି। କେବଳ ଏତିକି ନୁହେଁ, ଚହଲ ସୋସିଆଲ ମିଡିଆରୁ ଧନଶ୍ରୀଙ୍କ ସହ ଜଡିତ ଫଟୋଗୁଡ଼ିକୁ ମଧ୍ୟ ହଟାଇ ଦେଇଛନ୍ତି। ସେବେଠାରୁ ସେମାନଙ୍କ ଛାଡପତ୍ରକୁ ନେଇ ଅନେକ ଆଲୋଚନା ହେଉଛି। ତେବେ ସେମାନଙ୍କ ମଧ୍ୟରୁ କେହି ଏ ବିଷୟରେ କିଛି କହି ନାହାଁନ୍ତି। ଏହି ସମୟରେ ଚହଲଙ୍କୁ ମିଷ୍ଟ୍ରି ଗର୍ଲ ସହିତ ଦେଖିବାକୁ ମିଳିଛି। ଚହଲ କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇ ରଖିଥିଲେ।
ଚହାଲ ମୁମ୍ବାଇର ଜୁହୁରେ ମିଷ୍ଟ୍ରି ଗର୍ଲ ସହିତ ନଜର ଆସିଥିଲେ। ମିଷ୍ଟ୍ରିଗର୍ଲଙ୍କ ସହିତ କାରରେ ଚହଲଙ୍କୁ ଦେଖିବାକୁ ମିଳିଥିଲା। କ୍ୟାମେରା ଉଭୟଙ୍କୁ କଏଦ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ଭାରତୀୟ କ୍ରିକେଟର ତାଙ୍କ ମୁହଁ ଲୁଚାଇ ରଖିଥିଲେ। ସେବେଠାରୁ ଏହି ମିଷ୍ଟ୍ରି ଗର୍ଲ ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ଖବରର କାରଣ ବୋଲି ଆଲୋଚନା ହେଉଛି।

ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଧର୍ମର ପ୍ରଥମ ସାକ୍ଷାତ ଲକ ଡାଉନ ସମୟରେ ହୋଇଥିଲା। ଧନଶ୍ରୀ ଏକ ରିଆଲିଟି ଶୋ’ରେ କହିଥିଲେ ଯେ, ନୃତ୍ୟ ଶିଖିବା ପାଇଁ ଚହଲ ତାଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଏବଂ ପରେ ସମ୍ପର୍କ ପ୍ରେମରେ ପରିଣତ ହେଲା। ଡିସେମ୍ବର ୨୦୨୦ରେ ଚହଲ ଏବଂ ଧନଶ୍ରୀ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri