ବିଭାଜନକାରୀ ଆଇନ

ଚଳିତ ସପ୍ତାହରେ ଗୁଜରାଟ ଭଳି ରାଜସ୍ଥାନ ଏକ ପୃଥକୀକରଣ ବା ବିଭାଜନକାରୀ ଆଇନ ପାସ୍‌ କରିବାକୁ ଯାଉଛି। ଅଧିକାଂଶ ଭାରତୀୟ ଏହାର ଅସ୍ତିତ୍ୱ ବିଷୟରେ ଜାଣିପାରିବେ ନାହିଁ, କାରଣ ଗଣମାଧ୍ୟମ ଏହାକୁ ରିପୋର୍ଟ କରିବାର ସମ୍ଭାବନା କମ୍‌। ଆସନ୍ତୁ ଦେଖିବା ଏହା କ’ଣ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଗରିବ ଲୋକଙ୍କୁ ଯେଉଁଠି ଏକାଠି ରହିବାକୁ ବାଧ୍ୟ କରାଯାଏ ତାହାକୁ ଆମେ ବସ୍ତି ବୋଲି କହୁ। ଏକ ଜାତିଗତ ଗୋଷ୍ଠୀକୁ ଜୋରଜବରଦସ୍ତ ସହର ସମୀପବର୍ତ୍ତୀ ଏକ ଅନୁନ୍ନତ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଏ। ବସ୍ତି ଲୋକଙ୍କର ଅନ୍ୟତ୍ର ଯିବାର କୌଣସି ବାଟ ନାହିଁ। ଜାତିଗତ ଗୋଷ୍ଠୀର ଲୋକଙ୍କ ପାଖରେ ସାଧନ ଥିଲେ ମଧ୍ୟ ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ବର୍ଣ୍ଣବୈଷମ୍ୟ ଅର୍ଥ ପୃଥକତା ଏବଂ ଏହି ନୀତି ଦକ୍ଷିଣ ଆଫ୍ରିକାର କଳା ଆଫ୍ରିକୀୟଙ୍କୁ ଅଲଗା କରି ସ୍ବତନ୍ତ୍ର ଅଞ୍ଚଳରେ ଗୋଷ୍ଠୀଗତ ଭାବେ ରହିବା ପାଇଁ ବାଧ୍ୟ କରେ। ଯେତେବେଳେ ୧୯୬୦ ଦଶକରେ ଆମେରିକାରେ କଳା-ଗୋରା ପୃଥକୀକରଣ ଆଇନଗତ ଭାବରେ ଶେଷ ହୋଇଥିଲା, ସେତେବେଳେ ସରକାର ଜାତିଗୁଡ଼ିକୁ ଏକାଠି କରିବା ପାଇଁ ଫେୟାର ହାଉସିଂ ଆକ୍ଟ ଭଳି ଆଇନ ପ୍ରଣୟନ କରିଥିଲେ। ଏହି ଆଇନ ସମ୍ପତ୍ତିର କିଣାବିକାରେ ଥିବା ଜାତିଗତ ଭେଦଭାବକୁ ରୋକିଥିଲା। ସମଗ୍ର ଗୁଜରାଟରେ, ସବୁ ପ୍ରମୁଖ ସହର ଏବଂ ଅନେକ ଛୋଟବଡ଼ ସହରରେ ଭାଜପା ସରକାର ଏହାର ବିପରୀତ କାର୍ଯ୍ୟ କରିଛି। ଗୁଜରାଟ ପ୍ରୋହିବିଶନ ଅଫ୍‌ ଟ୍ରାନ୍ସଫର ଅଫ୍‌ ଇମୋଭେବଲ ପ୍ରପର୍ଟି ଆଣ୍ଡ୍‌ ପ୍ରୋଭିଜନ ଫର୍‌ ପ୍ରୋଟେକ୍‌ଶନ ଅଫ୍‌ ଟେନାଣ୍ଟସ୍‌ ଫ୍ରମ୍‌ ଏଭିକ୍‌ଶନ ଆଇନ ମାଧ୍ୟମରେ ମୁସଲମାନମାନଙ୍କୁ ଜାଣିଶୁଣି ସହର ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ବାଧ୍ୟ କରାଯାଇଛି। ଏହି ଆଇନ ଅନୁଯାୟୀ ସହରଗୁଡ଼ିକର ନିର୍ଦ୍ଦିଷ୍ଟ ଭାଗରେ ଥିବା ନାଗରିକଙ୍କୁ ସେମାନଙ୍କର ସମ୍ପତ୍ତି ବିକ୍ରୟ କରିବା କିମ୍ବା ଭଡ଼ାଟିଆ ପରିବର୍ତ୍ତନ କରିବା ପୂର୍ବରୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ଆବେଦନପତ୍ରରେ କ୍ରେତା ଏବଂ ବିକ୍ରେତାଙ୍କ ନାମ ତାଲିକାଭୁକ୍ତ କରାଯିବା ଉଚିତ ଏବଂ ଜୋରଜବରଦସ୍ତ ବିକ୍ରୟ କରାଯାଇ ନାହିଁ ଓ ବଜାର ମୂଲ୍ୟରେ ହୋଇଛି ବୋଲି ଏକ ଶପଥପାଠ ଦେବା ଆବଶ୍ୟକ।
ଏହି ଆଇନ ୨୦୦୯ରେ ପ୍ରଥମେ କଂଗ୍ରେସ ଦ୍ୱାରା ଗୃହୀତ ହୋଇଥିଲା ଏବଂ ମୋଦି ସରକାର ଆଇନରେ ସଂଶୋଧନ କରି କଲେକ୍ଟରଙ୍କୁ ତଦନ୍ତ ଏବଂ ଆଇନ ଅନୁଯାୟୀ ସମ୍ପତ୍ତି ଦଖଲ କରିବା ପାଇଁ ଅତିରିକ୍ତ କ୍ଷମତା ଦେଇଥିଲେ। ଜୁଲାଇ ୨୦୧୯ରେ ଆଉ ଏକ ପରିବର୍ତ୍ତନ କରାଯାଇଥିଲା। ପୂର୍ବରୁ ସମ୍ପତ୍ତି ବିକ୍ରେତାଙ୍କୁ ସେମାନଙ୍କର ସମ୍ପତ୍ତି ହସ୍ତାନ୍ତର ପାଇଁ ଅନୁମତି ଲାଗି ଆବେଦନ କରିବାକୁ ଏବଂ ସତ୍ୟପାଠରେ ସେମାନଙ୍କ ସମ୍ମତି ପଞ୍ଜୀକୃତ କରିବାକୁ ପଡ଼ୁଥିଲା। ବର୍ତ୍ତମାନ ବିକ୍ରୟ ସ୍ପଷ୍ଟ ସମ୍ମତିରେ ହେଉଥିଲେ ଏବଂ ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯାଉଥିଲେ ମଧ୍ୟ ତାହା ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ। ଯଦି ଜିଲାପାଳ ଜନସଂଖ୍ୟାଗତ ସନ୍ତୁଳନରେ କୌଣସି ବିଭ୍ରାଟ କିମ୍ବା ସମ୍ପ୍ରଦାୟର ବ୍ୟକ୍ତିଙ୍କ ବେଆଇନ ଗୋଷ୍ଠୀକରଣ କିମ୍ବା ଧ୍ରୁବୀକରଣର ସମ୍ଭାବନା ଥିବା ଅନୁଭବ କରନ୍ତି, ତେବେ ହସ୍ତାନ୍ତର ହୋଇଥିଲେ ମଧ୍ୟ ସେ ସମ୍ପତ୍ତିର ବିକ୍ରୟ ବନ୍ଦ କରିପାରିବେ। ଏହି ଆଧାରରେ ମୂଲ୍ୟାଙ୍କନ କରିବା ପରେ କଲେକ୍ଟର ସମ୍ପତ୍ତିର ଆଇନଗତ ହସ୍ତାନ୍ତର ପାଇଁ ଆବେଦନକୁ ରଦ୍ଦ ବି କରିପାରିବେ। ବିନା ସ୍ବୀକୃତିରେ ସମ୍ପତ୍ତି ହସ୍ତାନ୍ତର ପାଇଁ ଜେଲଦଣ୍ଡକୁ ୬ ବର୍ଷ ବୃଦ୍ଧି କରାଯାଇଛି (ଆଇନ ପ୍ରଥମେ ଲାଗୁହେବା ସମୟରେ ଦଣ୍ଡ ୬ ମାସ ଥିଲା)। ଏହି ଆଇନ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ସହର ନିକଟରେ ଥିବା ନିର୍ଦ୍ଦିଷ୍ଟ ଅଞ୍ଚଳ ଜନସଂଖ୍ୟା ଉପରେ ନଜର ରଖିବା ପାଇଁ ଏକ ‘ନିରୀକ୍ଷଣ ଏବଂ ପରାମର୍ଶଦାତା କମିଟି’ ଗଠନ କରିବାକୁ ଅନୁମତି ଦେଇଥିଲା। ବିକ୍ରୟକୁ ଅନୁମତି ଦିଆଯାଇପାରିବ କି ନାହିଁ ସେ ବିଷୟରେ ଏହି କମିଟି ଜିଲାପାଳଙ୍କୁ ପରାମର୍ଶ ଦେବ। ଏହି ଆଇନ ବର୍ତ୍ତମାନ ଗୁଜରାଟର ତିନୋଟି ବୃହତ୍ତମ ସହର ଅହମଦାବାଦ, ଭଦୋଦରା ଓ ସୁରଟର ବଡ଼ ଅଂଶ ଏବଂ ଭରୁଚ, କପାଡ଼ଭଞ୍ଜ, ଆନନ୍ଦ ଏବଂ ଗୋଧ୍ରାରେ ବଳବତ୍ତର ରହିଛି। ଅବଶ୍ୟ ବିଦେଶୀମାନେ ଗୁଜରାଟରେ ସମ୍ପତ୍ତି ଲିଜ୍‌ ଏବଂ କିଣିପାରିବେ, ଯାହା ଭାରତୀୟ ମୁସଲମାନ କରିପାରିବେ ନାହିଁ। ଗତ ସପ୍ତାହରେ ରାଜସ୍ଥାନ କ୍ୟାବିନେଟ ଗୁଜରାଟ ଭଳି ସମାନ କାର୍ଯ୍ୟ କରୁଥିବା ଏକ ଆଇନକୁ ମଞ୍ଜୁରୀ ଦେଇଛି। ଆଇନ ମନ୍ତ୍ରୀ ଯୋଗରାମ ପଟେଲ କହିଛନ୍ତି ଯେ, ଅବୈଧଭାବେ ଗୋଷ୍ଠୀକରି ରହିଥିବା ପଡ଼ୋଶୀଙ୍କୁ ଟାର୍ଗେଟ୍‌ କରାଯିବ। ସରକାରଙ୍କ ଅନୁମତି ବିନା ଏହି ଅଞ୍ଚଳଗୁଡ଼ିକରେ ସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଅବୈଧ ହେବ।
ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେଉଥିବା ଅନ୍ୟ ଆଇନ ପରି ଏହାର ମଧ୍ୟ ଏକ ନାମ ଦିଆଯାଇଛି: ରାଜସ୍ଥାନ ପ୍ରୋହିବିଶନ ଅଫ୍‌ ଟ୍ରାନ୍ସଫର ଅଫ୍‌ ଇମୋଭେବଲ ପ୍ରପର୍ଟି ଆଣ୍ଡ୍‌ ପ୍ରୋଭିଜନ ଫର୍‌ ପ୍ରୋଟେକ୍‌ଶନ ଅଫ୍‌ ଟେନାଣ୍ଟସ୍‌ ଫ୍ରମ୍‌ ଏଭିକ୍‌ଶନ ଫ୍ରମ୍‌ ଦି ପ୍ରେମିସେସ୍‌୍‌ ଇନ୍‌ ଡିଷ୍ଟର୍ବ ଏରିୟାଜ୍‌ ବିଲ୍‌ ୨୦୨୬। ଏହାର ପ୍ରଭାବ ନିଶ୍ଚିତ ଭାବରେ ଗୁଜରାଟ ଭଳି ହେବ। ରାଜସ୍ଥାନ ଆଇନରେ ଥିବା ପ୍ରାବଧାନର ଉଲ୍ଲଂଘନ ଜାମିନଯୋଗ୍ୟ ନୁହେଁ; ଏହା ବିଚାରଯୋଗ୍ୟ ଓ ୫ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ତଥା ଜରିମାନା ସହିତ ଦଣ୍ଡନୀୟ। ରାଜ୍ୟରେ ଆଇନ ପାସ୍‌କୁ କଂଗ୍ରେସ ବିରୋଧ କରେ କିନ୍ତୁ ତାହା ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାରୁ ଏହାକୁ ବନ୍ଦ କରିପାରିବ ନାହିଁ। ଏହାର ରାଜ୍ୟ ମୁଖ୍ୟ କହିଛନ୍ତି, ଭାଜପା ଗୁଜରାଟ ମଡେଲକୁ ଅନୁସରଣ କରି କ୍ଷମତାରେ ରହିବାକୁ ଚାହେଁ। ଏହା ସତ୍ୟ। ଭାରତ ଅନେକ ଆଇନ ମାଧ୍ୟମରେ ସମ୍ବିଧାନର ଧର୍ମନିରପେକ୍ଷତାର ଅଧୋଗତି ଘଟାଇଛି, ଯାହା ବିରୋଧରେ କୌଣସି ପ୍ରତିରୋଧ ହୋଇନାହିଁ। ନ୍ୟାୟାଳୟଗୁଡ଼ିକ ମଧ୍ୟ ଏଗୁଡ଼ିକୁ ଅଣଦେଖା କରିଛନ୍ତି, ବିରୋଧୀ ଦଳ ପ୍ରତିବାଦ କରିବାରେ ବହୁତ ଦୁର୍ବଳ ଏବଂ ଗଣମାଧ୍ୟମ ମଧ୍ୟ ଏଥିରେ ସାମିଲ। ଗୋମାଂସ ରଖିବାର ଅପରାଧୀକରଣ ୨୦୧୫ରେ ମହାରାଷ୍ଟ୍ର ଏବଂ ହରିୟାଣାରୁ ଆରମ୍ଭ ହୋଇଥିଲା। ଆନ୍ତଃଧର୍ମ ବିବାହର ଅପରାଧୀକରଣ ୨୦୧୮ରେ ଉତ୍ତରାଖଣ୍ଡରୁ ଆରମ୍ଭ ହେବାସହ ମୁସ୍‌ଲିମ ଛାଡ଼ପତ୍ରର ଅପରାଧୀକରଣ ୨୦୧୯ରେ ହୋଇଥିଲା, ଯେପରି ନାଗରିକତା ସଂଶୋଧନ ଆଇନରୁ ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କୁ ବାଦ୍‌ ଦିଆଯାଇଥିଲା। ଏବେ ରାଜସ୍ଥାନ ଆଇନ ଏହି ଧାରାକୁ ଆଗକୁ ବଢ଼ାଉଛି। ପର୍ଯ୍ୟାୟକ୍ରମେ ଆଇନ ପରେ ଆଇନ ଗଢ଼ି ଆମେ ସଂଖ୍ୟାବହୁଳ ଦେଶ ନୂତନ ଭାରତରେ ପ୍ରବେଶ କରିଛୁ, ଯାହା ଧର୍ମନିରପେକ୍ଷତାର ଆବରଣକୁ ହଟାଇବା ପାଇଁ ଚେଷ୍ଟା କରୁଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

ମିଳିଲାନି ସୁଭଦ୍ରା ଟଙ୍କା: ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ଗୁଡାରି,୧୨।୩ (ପ୍ରମୋଦ କୁମାର ପତି): ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଯୋଗ୍ୟ ମହିଳାଙ୍କୁ ମହିଳା ଦିବସ ଅବସରରେ ଚତୁର୍ଥ କିସ୍ତି ଟଙ୍କା ମିଳିଛି। କିନ୍ତୁ ରାୟଗଡା ଜିଲା…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri