Posted inଜାତୀୟ

ମଣିପୁରକୁ ୩ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କଲେ ହିଂସା ବନ୍ଦ ହେବ: ଭାଜପା ବିଧାୟକ…

ଇମ୍ଫାଲ,୩୦।୭ : କୁକି ନେତା ତଥା ଭାଜପା ବିଧାୟକ ପାଉଲେନଲାଲ ହାକିପ କହିଛନ୍ତି ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଜ୍ୟକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେରେ ବିଭକ୍ତ କରାଯିବା ଉଚିତ। ଦେଇଥିବା ଏକ ସାକ୍ଷାତକାରରେ ହାକିପ ମଣିପୁରର ଜାତିଗତ ବିଚ୍ଛିନ୍ନତାକୁ ରାଜନୈତିକ ଏବଂ ପ୍ରଶାସନିକ ସ୍ବୀକୃତି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

କୁକି ସମ୍ପ୍ରଦାୟର ନେତାମାନେ କୁକି ଜନଜାତିର ଲୋକଙ୍କ ପାଇଁ ଅଲଗା ପ୍ରଶାସନ ଦାବି କରିସାରିଛନ୍ତି। ଭାଜପା ବିଧାୟକଙ୍କ ଏହି ଦାବି ମଧ୍ୟ କୁକି ନେତାଙ୍କ ଦ୍ୱାରା ପୃଥକ ରାଜ୍ୟ ଦାବିର ଏକ ସମର୍ଥନ।
ମଣିପୁରର ବିଭାଜନ ପାଇଁ ଦାବିକୁ ବିରୋଧ କରି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏବଂ କୋକୋମି (ମଣିପୁର ଅଖଣ୍ଡତା ଉପରେ ସମନ୍ବୟ କମିଟି) ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, କେନ୍ଦ୍ର ସରକାର ମଧ୍ୟ ରାଜ୍ୟର ବିଭାଜନକୁ ସମର୍ଥନ କରୁନାହାଁନ୍ତି।

ହାକିପଙ୍କ ପରାମର୍ଶକୁ ନେଇ ସମାଲୋଚକମାନେ କହିଛନ୍ତି ଏହି ପ୍ରସ୍ତାବ ରାଜ୍ୟରେ କୁକି, ମେତେଇ ଏବଂ ନାଗା ଜନଜାତିଙ୍କ ପାଇଁ ପୃଥକ ପୃଥକ ଅଞ୍ଚଳ ସୃଷ୍ଟି କରିବ। କିନ୍ତୁ ମିଶ୍ରିତ ଜନସଂଖ୍ୟା ଥିବା ସ୍ଥାନଗୁଡିକରେ ସମସ୍ୟା ସୃଷ୍ଟି କରିବ।

ଭାଜପା ବିଧାୟକ କହିଛନ୍ତି ଚଳିତ ବର୍ଷ ମଣିପୁର ସରକାର ଜଙ୍ଗଲ ଅଧିନିୟମ ଅନୁଯାୟୀ ଜଙ୍ଗଲର ସୁରକ୍ଷା ନାଁରେ ଅନେକ କୁକି ଗ୍ରାମ ଉପରେ ବୁଲଡୋଜର ଚଳାଇଥିଲେ। ପରିସିମନ ରିପୋର୍ଟ ଉପରେ ପ୍ରତିବନ୍ଧକ ଲଗାଯାଇ ଥିବାରୁ କୁକି ସମ୍ପ୍ରଦାୟରେ ମଧ୍ୟ ଅସନ୍ତୋଷ ରହିଛି। କୁକି ନେତାମାନେ ବିଶ୍ୱାସ କରନ୍ତି ସେମାନଙ୍କ ସମ୍ପ୍ରଦାୟର ଜନସଂଖ୍ୟାକୁ ବିଚାରକୁ ନେଲେ ପରିସିମନ ପରେ ସେମାନଙ୍କର ସିଟ ସଂଖ୍ୟା ବଢ଼ିପାରେ।

ମେତେଇ ସଂଗଠନ ମଧ୍ୟ କୁକି ସମ୍ପ୍ରଦାୟ ବିରୋଧରେ ମ୍ୟାନମାରରୁ ଡ୍ରଗ ଚୋରା ଚାଲାଣ ଏବଂ ଭାରତରେ ଅନୁପ୍ରବେଶ କରାଯାଉଥିବା ଅଭିଯୋଗ କରିଛି। ତେବେ କୁକି ସମ୍ପ୍ରଦାୟ ଏହି ଅଭିଯୋଗକୁ ଖଣ୍ଡନ କରିଛି। କୁକି ବିଧାୟକ ହାକିପ କହିଛନ୍ତି କୁକି ସମ୍ପ୍ରଦାୟ ବ୍ରିଟିଶମାନଙ୍କ ସହ ମଧ୍ୟ ଯୁଦ୍ଧ କରିଥିଲେ ଏବଂ କୁକି ସମ୍ପ୍ରଦାୟର ଲୋକମାନେ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

ଗୋଟିଏ ଦିନରେ କେତେ ପେଟ୍ରୋଲ କିଣିପାରିବେ? ଯୁଦ୍ଧ ଭିତରେ ଜାଣିନିଅନ୍ତୁ ନିୟମ…

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଏବଂ ଇନ୍ଧନ ଯୋଗାଣ ସମ୍ପର୍କରେ ଚିନ୍ତା ଜାରି ରହିଥିବାରୁ, ଭାରତର କିଛି ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲର ଆତଙ୍କ କ୍ରୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri