Categories: ବାଣିଜ୍ୟ

ଅର୍ଥନୈତିକ ସମ୍ଭାବନାରେ ବିବିଧତା ଜାରି

ମୁମ୍ବାଇ,୩।୭: ବିଶ୍ୱସ୍ତରୀୟ ଏବଂ ଘରୋଇ ଅର୍ଥନୈତିକ ସମ୍ଭାବନାରେ ବିବିଧତା ରହିଛି, ଘରୋଇ ଅଭିବୃଦ୍ଧି ମଜଭୁତ ସ୍ଥିତିରେ ଥିବା ମନେହେଉଥିବା ବେଳେ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦୁର୍ବଳ ରହିଛି। ସେହି ପୃଷ୍ଠଭୂମିରେ ନିବେଶ ସମ୍ପର୍କିତ ନିଷ୍ପତ୍ତି ନେବା ବେଳେ ମୂଲ୍ୟାଙ୍କନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ବିଶେଷକରି ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ ସେବା, ଯାନବାହନ ଓ ଆନୁଷଙ୍ଗିକ କ୍ଷେତ୍ର, ସ୍ବାସ୍ଥ୍ୟସେବା ଓ କିଛି ନିର୍ମାଣ ସାମଗ୍ରୀ କମ୍ପାନୀ ଆଦି ଉପରେ ସକାରାମତ୍କ ପ୍ରଭାବ ପକାଉଛି। ସେହି ସମୟରେ ଆଇଟି ଓ ଧାତୁ କ୍ଷେତ୍ର ଉପରେ ସତର୍କଦୃଷ୍ଟି ମଧ୍ୟ ବଜାୟ ରଖୁଛି ବୋଲି ଡିଏସ୍‌ପି ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜର୍ସ ପକ୍ଷରୁ କୁହାଯାଇଛି। ସେହିଭଳି ଦି ନାଭିଗେଟର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ଯେ ଘରୋଇ ଅଭିବୃଦ୍ଧିରୁ ଫାଇଦା ପାଉଥିବା ବ୍ୟବସାୟ ସଂସ୍ଥାଗୁଡିକୁ ଖରିଦ କରିବା ନିମନ୍ତେ ସମ୍ପ୍ରତି ଏକ ଉତ୍ତମ ସମୟ ହୋଇଛି।

Share