ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ନେଇ ବିକ୍ଷୋଭ

ବାରିପଦା,୧୨ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ମନମୁଖି କାର୍ଯ୍ୟ ଓ ଚରମ ଅବହେଳା ପ୍ରତିବାଦରେ ବୁଧବାର ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଲୋକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ୭ଦିନ ମଧ୍ୟରେ ଦାବିଗୁଡ଼ିକୁ ପୂରଣ କରିବା ପାଇଁ ସରକାର ସରକାରୀ ସ୍ତରରେ ଘୋଷଣା କରିବାକୁ ନିବେଦନ କରିଛନ୍ତି। ଦାବିଗୁଡ଼ିକ ବାବଦରେ ବାରମ୍ବାର ବିଭାଗକୁ ଅବଗତ କରିବା ସତ୍ତ୍ୱେ ଜନହିତ କାର୍ଯ୍ୟରେ ନିଦାବିଷ୍ଣୁ ସାଜି ବସିଥିବା ବେଳେ ଠିକାଦାର ପ୍ରୀତିକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ସାମାନ୍ୟ ଟିକେ ବର୍ଷାରେ ମଧ୍ୟ ସହରର ଅନେକ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ସହିତ ନାଳ ନର୍ଦ୍ଦମା ପାଣି ଲୋକଙ୍କ ଘରେ ଓ ଦୋକାନ ବଜାରରେ ପଶୁଛି। ଏହି ପାଣି ଅନେକ ସ୍ଥାନରେ ଜମି ରହିବାରୁ ମଶାବଂଶ ବୃଦ୍ଧି ପରେ ପ୍ରାଦୁର୍ଭାବ ମଧ୍ୟ ବଢ଼ି ଚାଲିଛି। ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳଗୁଡିକରୁ ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ପଙ୍କ ଉଦ୍ଧାର ଓ ଦଳ ସଫେଇ ନ ହେବା ସହିତ
ନଦୀର ଉଭୟ ପାଶର୍‌ବକୁ ପଥର ପ୍ୟାକିଙ୍ଗ ନ ହେବା ଦ୍ବାରା ଛୋଟ ଛୋଟ ବର୍ଷାରେ ପାଣି ନିଷ୍କାସନ ନ ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୁଣି ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁ ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ, ଖୁଣ୍ଟା ବ୍ଲକ ଏରିଆରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଛି।
ଦାବିଗୁଡ଼ିକ ମଧ୍ୟରେ ଯୁଦ୍ଧକାଳୀନ ଭିଭିରେ ବାରିପଦା ସହର ମଧ୍ୟରେ ଯାଇଥିବା ନଦୀ ନାଳଗୁଡ଼ିକରୁ ପଙ୍କ ଉଦ୍ଧାର ସହିତ ଦଳ ସଫେଇ କାର୍ଯ୍ୟ କରିବା, ନଦୀ ନାଳଗୁଡ଼ିକର ଉଭୟ ପାଶର୍‌ବରେ ଠିକାଦାରଙ୍କୁ ସୁହାଇଲା ଭଳିଆ କଂକ୍ରିଟ ଓ୍ବାଲ୍‌ ବଦଳରେ ପଥର ପ୍ୟାକିଂ କରିବା, ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ବାରିପଦା ସହର, ଶ୍ୟାମାଖୁଣ୍ଟା ବ୍ଲକ ଓ ଖୁଣ୍ଟା ବ୍ଲକରେ ହୋଇଥିବା ନିମ୍ନମାନର କାର୍ଯ୍ୟ, କାର୍ଯ୍ୟ ନ ହୋଇ ଉଠିଥିବା ବିଲ୍‌, ଅନ୍ୟାନ୍ୟ ଅସାଧୁ କାର୍ଯ୍ୟ ଏବଂ ଏହିଭଳି ବେନିୟମ କାର୍ଯ୍ୟକୁ ସମର୍ଥନ ଦେଇଥିବା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଧାରା ଓ ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri