ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ଜିଲାପାଳ ଓ କେଭି ଆନନ୍ଦପୁରର ଅଧ୍ୟକ୍ଷ ବିଶାଳ ସିଂହଙ୍କ ନେତୃତ୍ୱରେ ଅଧିକାରୀମାନେ ନିର୍ମାଣସ୍ଥଳ ପରିଦର୍ଶନ କରି କାର୍ଯ୍ୟର ପ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ସାଇଟ ଭିଜିଟ ସମୟରେ ଉପ-ଜିଲାପାଳ ଆନନ୍ଦପୁର ଓ କେଭି ଆନନ୍ଦପୁରର ନମିନୀ ଅଧ୍ୟକ୍ଷ ନୀଳମାଧବ ସୁନା, ତହସିଲଦାର ଆନନ୍ଦପୁର ଡା. ପଲ୍ଲବୀ ପ୍ରିୟଦର୍ଶିନୀ, କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବେଶ୍ୱର ସାହୁ, ଆର୍‌ ଆଣ୍ଡ୍‌ ଡିଏମ୍‌ ବିଭାଗର ଅଧିକାରୀମାନେ ଓ ସିପିଡବ୍ଲ୍ୟୁଡିର ଜୁନିଅର ଇଞ୍ଜିନିୟର ଉପସ୍ଥିତ ଥିଲେ।

ଏହି ଅବସରରେ ସିପିଡବ୍ଲ୍ୟୁଡି ଜୁନିଅର ଇଞ୍ଜିନିୟର ନୂତନ ଭବନ ନିର୍ମାଣ କାର୍ଯ୍ୟର ବର୍ତ୍ତମାନ ଅବସ୍ଥା ଓ ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହାସହ ବିଦ୍ୟାଳୟ ଭବନ ନିର୍ମାଣ, ବିଦ୍ୟୁତ ସଂଯୋଗ ଓ ସଂଯୋଗ ସଡ଼କ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ବିଷୟରେ ଆଲୋଚନା ହୋଇଥିଲା।
ଜିଲାପାଳ ବିଶାଳ ସିଂହ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ଅବଲୋକନ କରି ସମ୍ପୃକ୍ତ ସମସ୍ତ ବିଭାଗକୁ କାମକୁ ତ୍ୱରାନ୍ବିତ କରି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରକଳ୍ପକୁ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଭବନ ନିର୍ମାଣ ସମାପ୍ତ ହେଲେ ଛାତ୍ରୀଛାତ୍ର ଉନ୍ନତ ଶିକ୍ଷା ପରିବେଶ ଓ ସୁବିଧା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୂଟନୈତିକ ‘ଚୌକା’ ଲଗାଇଲେ ଜୟଶଙ୍କର: ଗ୍ୟାସ୍‌ ସଙ୍କଟ ମଧ୍ୟରେ ଇରାନକୁ ଫୋନ କରି…

ନୂଆଦିଲ୍ଲୀ,୧୩।୩: ଇରାନ ସହିତ ଜଡିତ ବିବାଦ ସମ୍ପର୍କରେ ଭାରତ ଏବେ ଅତ୍ୟନ୍ତ ସକ୍ରିୟ ହୋଇଛି। ଗ୍ୟାସ ସଙ୍କଟ ଏବଂ ଫସି ରହିଥିବା ଜାହାଜର ସମସ୍ୟା ମଧ୍ୟରେ ଇରାନ…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଲୋକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି! ଯୁଦ୍ଧ ଭିତରେ ଭାରତ ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୩।୩: ଇରାନ ଯୁଦ୍ଧର ପ୍ରଭାବ ଭାରତରେ ମଧ୍ୟ ଅନୁଭୂତ ହେଉଛି। ଏଲପିଜି ସିଲିଣ୍ଡରକୁ ନେଇ ବ୍ୟାପକ ଆତଙ୍କ ଦେଖାଦେଇଛି। ଗ୍ୟାସର କଳାବଜାରୀ ଶୀର୍ଷରେ ପହଞ୍ଚିଛି। ସାଧାରଣ ଜନତା…

ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁସାରେ, ଭାରତୀୟ ଦଳ ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡ ଗସ୍ତ କରି ଟି-୨୦…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri