ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲାରେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକମାନେ ଗାଁଠାରୁ ସହର ଓ ପଡାକୁ ଯାଇ ଜନ ଗଣନା କରୁଛନ୍ତି। ଏପରିସ୍ଥଳେ ମଙ୍ଗଳବାର ଭବାନୀପାଟଣା ପୌରପାଳିକାର ବିବିଶି ପଡ଼ା, ହନୁମାନ ମନ୍ଦିର ପଡ଼ାରେ ଚାଲୁଥିବା ଜନଗଣନାରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ସାମିଲ ହୋଇ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।

Dharitri – Odisha’s No.1 Odia Daily

Share