ଜିଲା ସ୍ତରୀୟ ଖେଳ ଉଦ୍‌ଯାପିତ: ସାନଖେମୁଣ୍ଡି  ଚମ୍ପିୟାନ, ବାଳିକା ବିଭାଗରେ…

ଗଞ୍ଜାମ,୧୮।୧୦(ବିଦ୍ୟାଧର ସାହୁ ): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଅନୁଷ୍ଠିତ ଗଞ୍ଜାମ ଜିଲା ସ୍ତରୀୟ ଖୋ ଖୋ ଚାମ୍ପିୟାନସିପ୍‌ ୨୦୨୫ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି । ଏଥିରେ୧୭ ବର୍ଷରୁ କମ ବାଳିକା ବିଭାଗରେ ଚିକିଟି ବ୍ଲକ ଏବଂ ବାଳକ ବିଭାଗରେ ସାନଖେମୁଣ୍ଡି ବ୍ଲକ ଚମ୍ପିୟାନ ହୋଇଥିବl ବେଳେ ୧୪ ବର୍ଷରୁ କମ ବିଭାଗରେ ଉଭୟ ବର୍ଗ (ବାଳିକା /ବାଳକ ) ଚମ୍ପିୟାନ ହୋଇଥିଲା । ସମସ୍ତ ଚମ୍ପିୟାନ ଟିମକୁ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବଡିଓ ଅଚ୍ୟୁତାନନ୍ଦ ଯାନୀ ଓ ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ଟ୍ରଫି ପ୍ରଦାନ କରିଥିଲେ।
ଆସନ୍ତା ମାସରେ ହେବାକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିନିତା ମିଶ୍ର, ବିଇଓ ପ୍ରଶନ କୁମାର ବେହେରା,ଏବିଇଓ ସଂଯୁକ୍ତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ୨୨ ବ୍ଲକର ବିଭିନ୍ନ ସ୍କୁଲର ୧୪ ବର୍ଷରୁ ୧୭ ବର୍ଷ କମ ବାଳିକା/ବାଳକଙ୍କୁ ନେଇ ୯୫ଟି ଦଳର ୪୮୪ ଛାତ୍ରୀଛାତ୍ର ଏହି ଜଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏଥିପାଇଁ ପାଞ୍ଚଟି ପିଚ ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ଥର ପାଇଁ ଏହି ବ୍ଲକରେ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଥର ପାଇଁ ଖୋ ଖୋ ଭଳି ପ୍ରତିଯୋଗିତା ଫ୍ରଡ ଲାଇଟ ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲା ଶିକ୍ଷାଧିକାରୀ ଅଜୟ କୁମାର ପତ୍ର, ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ, ଡିଡିଓ ସୁଚିତ୍ରା ପାଣିଗ୍ରାହୀ, ଭାରତୀ ବିଦ୍ୟlପୀଠ କ୍ରୀଡା ଶିକ୍ଷକ ପ୍ରୀତି ରଞ୍ଜନ ପ୍ରଧାନ, ପିଇଟି ସୀତାରାମ ବ୍ୟବର୍ତ୍ତାଙ୍କ ସମେତ ସମସ୍ତ ପିଇଟି, ସିଆରସିସି, ପ୍ରଧାନ ଶିକ୍ଷକ ମାନେ ସହଯୋଗ ପରିଚାଳନା କରୁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri