ଢେଙ୍କାନାଳରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ,୧୫।୮-ଢେଙ୍କାନାଳ ଷ୍ଟାଡିୟମଠାରେ ଶନିବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଜିଲାର କୋଭିଡ ଯୋଦ୍ଧାମାନଙ୍କୁ ଜିଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସପି ଅନୁପମା ଜେମ୍ସଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।