କଟକଣା ନାହିଁ, ଜିଲାରେ ମାତିଛନ୍ତି କ୍ୱାକ୍‌

ରାୟଗଡ଼ା,୧୭।୧୨(ସ୍ବ.ପ୍ର.): ରାୟଗଡ଼ାରେ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ପ୍ରତ୍ୟେକ ବ୍ଲକ ଏବଂ ଗ୍ରାମାଞ୍ଚଳରେ ରହିଛି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ତଥାପି ମାତି ଚାଲିଛନ୍ତି କ୍ୱାକ୍‌। ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା ସୁବିଧା ରହିଥିଲେ ମଧ୍ୟ କ୍ୱାକ୍‌ଙ୍କ ପାଖକୁ ଛୁଟୁଛି ରୋଗୀଙ୍କ ସୁଅ। ସାମାନ୍ୟ ଜର, ଥଣ୍ଡା, କାଶ ହେଲେ ଗ୍ରାମାଞ୍ଚଳରେ ସମସ୍ତଙ୍କ ପ୍ରଥମ ଭରସା କ୍ୱାକ୍‌। ଜଣେ ରୋଗୀ କ୍ୱାକ୍‌ ନିକଟକୁ ଗଲେ ତା’ର ସର୍ବସ୍ବ ସମ୍ପତ୍ତି ଲୁଟିବାକୁ ପ୍ରସ୍ତୁତ ରହିଥାନ୍ତି କ୍ୱାକ୍‌ମାନେ। ଶିକ୍ଷିତ ହୁଅନ୍ତୁ କି ଅଶିକ୍ଷିତ, ଜୀବନ ଗଲେ ପଛେ ଯାଉ ଡାକ୍ତର ବଦଳରେ କ୍ୱାକ୍‌ଙ୍କୁ ବାଛିଥାନ୍ତି ରୋଗୀ। ଏହାର ମୁଖ୍ୟ କାରଣ ହେଉଛି ଚିକିତ୍ସା ବିଭାଗ ପକ୍ଷରୁ ଉପଯୁକ୍ତ ସଚେତନତାର ଅଭାବ। ଏପରି କି କିଛି ସ୍ବାସ୍ଥ୍ୟକେନ୍ଦ୍ରକୁ ଡାକ୍ତର ନିୟମିତ ଆସୁ ନ ଥିବାରୁ ଏଭଳି ସମସ୍ୟା ଉପଜୁଛି ବୋଲି କହିଛନ୍ତି କେତେଜଣ ସାମାଜିକ କର୍ମୀ। ଏବେ କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ମଧ୍ୟ କ୍ୱାକ୍‌ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ରୋଗୀ କ୍ୱାକ୍‌ଙ୍କ ଦ୍ୱାରା ଚିକିତ୍ସିତ ହୋଇ ପରବର୍ତ୍ତୀ ସମୟରେ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ପ୍ରାଣ ହରାଇଥିବା ଉଦାହରଣ ମଧ୍ୟ ରହିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ଆଜିବି ସେଠାରେ ଡାକ୍ତରଙ୍କ ଅପେକ୍ଷା କ୍ୱାକ୍‌ଙ୍କ ସଂଖ୍ୟା ଅଧିକ ଥିବା ସୂଚନା ମିଳିଛି। ପୂର୍ବରୁ ଏ ନେଇ ଆର୍‌ଏମ୍‌ଆର୍‌ସି କର୍ତ୍ତୃପକ୍ଷ ନିୟନ୍ତ୍ରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ଏଥିପ୍ରତି କାହାରି ଆନ୍ତରିକତା ନ ଥିବା ଅଭିଯୋଗ କରିଛନ୍ତି କେତେଜଣ ସାମାଜିକ କର୍ମୀ।
ପ୍ରକାଶ ଯେ, ଗତ ଜୁଲାଇରେ କାଶୀପୁର ବ୍ଲକରେ ହଇଜା ବ୍ୟାପିଥିଲା। ସେ ସମୟରେ ଆର୍‌ଏମ୍‌ଆର୍‌ସି ଟିମ୍‌ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ପାଳ କାଶୀପୁର ଗସ୍ତରେ ଆସି ବିଭିନ୍ନ ଗାଁ ବୁଲି ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେଠାକାର ସ୍ଥିତି ଦେଖିଥିଲେ। ସେ ସବୁ ଅଞ୍ଚଳରେ କ୍ୱାକ୍‌ଙ୍କ ରାଜ୍‌ ଚାଲିଥିବା ନେଇ ସେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଇଥିଲେ।
ହେଲେ କ୍ୱାକ୍‌ଙ୍କୁ ଧରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ନିକଟରେ ଜେକେପୁରରେ ଜଣେ କ୍ୱାକ୍‌ଙ୍କ ପାଖରେ ଚିକିତ୍ସିତ ହୋଇ ଚାନ୍ଦିଲି ଗ୍ରାମର ପ୍ରଶାନ୍ତ କୌଶଲ୍ୟାଙ୍କ ମୃତ୍ୟୁ ଘଟଣା । ତାଙ୍କ ମୃତ୍ୟୁ ପରେ ପୋଲିସରେ ମାମଲା ରୁଜୁ ହୋଇଛି। କ୍ୱାକ୍‌ ଜଣକ କେଇବର୍ଷ ହେଲାଣି ସେଠାରେ କ୍ଲିନିକ୍‌ କରି ଚିକିତ୍ସା କରୁଛନ୍ତି। ହେଲେ ଜିଲା ସଦର ମହକୁମାରୁ ମାତ୍ର ୧୦ କି.ମି. ଦୂର ଜେକେପୁରରେ ଜାତୀୟ ରାଜପଥ କଡ଼ରେ ବେଆଇନ କ୍ଲିନିକ୍‌ ଥାଇ ମଧ୍ୟ ସ୍ବାସ୍ଥ୍ୟାଧିକାରୀଙ୍କ ନଜର ନ ପଡ଼ିବା ଆଶ୍ଚର୍ଯ୍ୟର ବିଷୟ। କାଶୀପୁର, ମୁନିଗୁଡ଼ା, ରାମନାଗୁଡ଼ା, କୋଲନରା, ରାୟଗଡ଼ା, ଗୁଡ଼ାରି ସମେତ ଜିଲାର ୧୧ଗୋଟି ବ୍ଲକ୍‌ରେ କ୍ୱାକ୍‌ମାନେ ଖୋଲାଖୋଲି ଭାବେ ଚିକିତ୍ସା ଚଳାଇଛନ୍ତି। ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ନ ଥିବା ଆଶ୍ଚର୍ଯ୍ୟଜନକ ବୋଲି ସାମାଜିକ କର୍ମୀମାନେ କହିଛନ୍ତି। ଗତ ଦିନରେ ରାୟଗଡ଼ା ସହରର ମେନ୍‌ରୋଡ୍‌ରେ ଜଣେ କ୍ୱାକ୍‌ କ୍ଲିନିକ ଖୋଲି ରୋଗୀଙ୍କ ଚିକିତ୍ସା କରୁଥିବା ସମୟରେ ଧରାପଡ଼ିଥିଲେ। ତଥାପି ଜାଣିପାରି ନ ଥିଲା ସ୍ବାସ୍ଥ୍ୟ ବିଭାଗ। ଜିଲାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା ଏବଂ କ୍ୱାକ୍‌ମାନଙ୍କ ପ୍ରତି କଠୋରତା ଅଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । କ୍ୱାକ୍‌ମାନଙ୍କ ପାଇଁ କିଭଳି ନିୟମାବଳୀ ରହିଛି ସେ ନେଇ ସିଡିଏମ୍‌ଓ ଡା. ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ, ଆମ ନଜରକୁ ଯାହା ଆସୁଛି ତାହା ଉପରେ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନିକଟରେ ଜେକେପୁରରେ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ଉକ୍ତ ନକଲି ଡାକ୍ତରଙ୍କ ବିରୋଧରେ ତଦନ୍ତ କରୁଛି ସ୍ବାସ୍ଥ୍ୟ ବିଭାଗ। ଉକ୍ତ କ୍ୱାକ୍‌ଙ୍କ ବିରୋଧରେ ମାନବାଧିକାର କର୍ମୀ ଏନ୍‌ଏଚ୍‌ଆର୍‌ସିରେ ମାମଲା ରୁଜୁ କରିଥିବା ବେଳେ ଜିଲା ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri