ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର, ଅମିନଙ୍କୁ ନିଲମ୍ବନ କଲେ ଜିଲାପାଳ

ରେଢ଼ାଖୋଲ,୧୬ା୧୧(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ଜୋନ୍‌-୨ର ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାଏକ ଦୁର୍ବ୍ୟବହାର କରି କାର୍ଯ୍ୟାଳୟରୁ ବାହାର କରିଦେବା ଘଟଣାରେ ଜିଲାପାଳ ଅମିନଙ୍କୁ ନିଲମ୍ବନ କରିଛନ୍ତି। ତେବେ ତହସିଲଦାରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ କେବଳ କାରଣ ଦର୍ଶାଅ ନୋଟିସ୍‌ କରାଯାଇଥିବା ଜଣାପଡ଼ିଛି। ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ ଜିଲାପାଳ ତଦନ୍ତ କରି ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ରେଢାଖୋଲ ଜୋନ୍‌-୨ ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ତାଙ୍କର ଏକ ମ୍ୟୁଟେଶନ କେସ୍‌ ତହସିଲଦାର ଖାରଜ କରିଥିବା ନେଇ ତାର କାରଣ ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କ ଅଫସ ପ୍ରକୋଷ୍ଠ କୁ ଯାଇ ପଚାରିବାରେ ତହସିଲଦାର ଉତକ୍ଷିପ୍ତ ହୋଇ ମୁଁ କିଛି ଜାଣିନାହିଁ, କିଛି କହି ପାରିବିନାହିଁ ବୋଲି କହି ଗେଟ୍‌ ଆଉଟ୍‌ କହିଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ଜିଲାପରିଷଦ ସଭ୍ୟ କହିବାରୁ ତହସିଲଦାର ତାଙ୍କ ଚୌକିରୁ ଉଠିପଡ଼ି ଚପଲରେ ପିଟିବାକୁ ଉଦ୍ୟମ କରିବା ସହ ଅଫିସ କର୍ମଚାରୀ ଅମିନ କୁଳମଣି ନାଏକଙ୍କୁ ଡାକି ଅଫିସରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅମିନ କୁଳମଣି ଜିଲାପରିଷଦ ସଭ୍ୟଙ୍କୁ ଧକ୍କା ମାରି ଅଫିସରରୁ ବାହାର କରିଦେଇଥିଲେ। ଏ ନେଇ ଜିଲାପରିଷଦ ସଭ୍ୟ ରେଢ଼ାଖୋଲ ଥାନାରେ ତହସିଲଦାରଙ୍କ ବିରୋଧରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉପଜିଲାପାଳ ରଶ୍ମୀରଞ୍ଜନ ମହାନ୍ତଙ୍କୁ ମଧ୍ୟ ଅଭିଯୋଗ କରିଥିଲେ। ଉପଜିଲାପାଳ ଘଟଣାକୁ ଗୁରୁତ୍ୱ ଦେଇ ତାଙ୍କ କାର୍ଯ୍ୟାଳୟକୁ ତହସିଲଦାର ଓ ଜିଲାପରିଷଦ ସଭ୍ୟଙ୍କୁ ଡକାଇ ପୋଲିସ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସମାଧାନ ପାଇଁ ଉଦ୍ୟମ କରିଥିଲେ ତେବେ ବୈଠକରେ ଜିଲାପରିଷଦ ସଭ୍ୟ ତହସିଲଦାରଙ୍କ ଅଫିସରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାକୁ ଜିଦ୍‌ କରିବା ସହ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଓ ତାଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ଥାନାରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ଫଳରେ ସମାଧାନ ହୋଇପାରି ନ ଥିଲା। ଏ ଘଟଣାକୁ ନେଇ ଭାଜପା କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ୧୪ ତାରିଖ ଦିନ କର୍ମକର୍ତ୍ତା ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ଅଭିଯୋଗ କରିବା ପରେ ମନ୍ତ୍ରୀ ସମ୍ବଲପୁର ଜିଲାପାଳଙ୍କୁ ଗୋଟିଏ ଦିନରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶରେ ଉପଜିଲାପାଳ ତଦନ୍ତ କରି ରିପୋର୍ଟ ପ୍ରଦାନ ପରେ ଜିଲାପାଳ ସଂପୃକ୍ତ ଅମିନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ସହ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷରେ ପୋଲିସ ମାମଲା ରୁଜୁ ନ କରି ତଦନ୍ତ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri