ଜିଲା ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ୍‌ ବ୍ଲୋୟର ପ୍ରଦାନ

ଭୁବନେଶ୍ୱର,୮।୧୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିକଟରେ ଝାରସୁଗୁଡ଼ା ଜିଲା ଜଙ୍ଗଲ କାର୍ଯ୍ୟାଳୟକୁ ଲିଫ୍‌ ବ୍ଲୋୟର ପ୍ରଦାନ କରାଯାଇଛି। ଏପରିକି ବେଦାନ୍ତ ଲିଃ’ର ସିଇଓ ସୁନୀଲ ଗୁପ୍ତା ଉକ୍ତ ଯନ୍ତ୍ରପାତି (ଲିଫ ବ୍ଲୋୟର) କୁ ଜିଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ରଙ୍କୁ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ପ୍ରତି ବର୍ଷ ଶୀତଋତୁରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଜଙ୍ଗଲଜାତ ସମ୍ପତ୍ତି ସାଙ୍ଗକୁ ପାରିପାର୍ଶ୍ୱିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ବିଶେଷ କରି ଜଙ୍ଗଲରେ ଶୁଖିଲା ଡାଳପତ୍ର ଭଳି ଦହନଶୀଳ ପଦାର୍ଥ ଗଦା ହେବା ଦ୍ୱାରା ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ଥାଏ। ତେଣୁ ଉକ୍ତ ନିଆଁକୁ ରୋକିବା ପାଇଁ ଲିଫ୍‌ ବ୍ଲୋୟର ବେଶ୍‌ ସହାୟତା ପ୍ରଦାନ କରିବ। ଫଳରେ ଜଙ୍ଗଲର ନିଆଁକୁ ସହଜରେ ରୋକା ଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଏ ସମ୍ପର୍କରେ ସୁନୀଲ କହିଛନ୍ତି, କମ୍ପାନୀର ଏଭଳି ପଦକ୍ଷେପ ଦ୍ୱାରା ଆମେ ସ୍ଥାନୀୟ ପ୍ରଶାସନକୁ ସମର୍ଥନ ଜାରି ରଖିଛୁ, ଯାହା ମାଧ୍ୟମରେ ଆମେ ଆମ ଗୋଷ୍ଠୀଙ୍କୁ ସୁରକ୍ଷା ଦେଇପାରିବୁ। ଜିରୋ ହାର୍ମ, ଜିରୋ ବର୍ଜ୍ୟ ଓ ଜିରୋ ଡିସଚାର୍ଜ ନୀତିକୁ ଆପଣାଇ ଆମେ ସର୍ବଦା ଗୋଷ୍ଠୀ ସହ କାର୍ଯ୍ୟ କରୁଛୁ। ସେହିଭଳି ଝାରସୁଗୁଡା ଜିଲା ଜଙ୍ଗଲ ଅଧିକାରୀ ଲଳିତ କୁମାର ପାତ୍ର କହିଛନ୍ତି, ବିଶେଷ କରି ଶରତ ଓ ଶୀତ ଋତୁରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥାଏ। କାରଣ ଜଙ୍ଗଲର ଶୁଖିଲା ଡାଳ ପତ୍ର ଯୋଗୁ ନିଆଁ ଲାଗିବାର ଅଧିକ ସମ୍ଭାବନା ଥାଏ। ଉକ୍ତ ନିଆଁକୁ ରୋକିବା ପାଇଁ ଜିଲା ପ୍ରଶାସନକୁ ବେଦାନ୍ତ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଇଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri