ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକୁ ଫୁ

ନବରଙ୍ଗପୁର,୧୨।୧୧(ବି.ପ୍ର.):  ସ୍କୁଲରେ ୬ମାସ ହେବ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀଙ୍କ ତଥ୍ୟ ଦେବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶକୁ ବିତିଲା ୧୦ ଦିନ। କିନ୍ତୁ ଏହା ଏବେ ଯାଏ ପାଳନ ହୋଇପାରିଲା ନାହିଁ। ତଦନ୍ତ ରିପୋର୍ଟ ଡିଇଓଙ୍କୁ ପଠାଯାଇନି। ୩ ତାରିଖ ସୁଦ୍ଧା ସମସ୍ତ ତଥ୍ୟ ସହ ଡିଇଓ ଅଫିସରେ ପହଞ୍ଚତ୍ବା ପାଇଁ ଜିଲା ଶିକ୍ଷାଧିକାରୀ ଚଳିତ ମାସ ୨ ତାରିଖ ଦିନ ଚିଠି ନମ୍ବର ୬୩୨୬/୨୦୨୨ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବେ ଯାଏ କିନ୍ତୁ ତଥ୍ୟ ସବୁ ଜିଲା ଶିକ୍ଷା ବିଭାଗ ନିକଟରେ ଉପସ୍ଥାପନ କରାଯାଇ ନ ଥିବା ଜଣାପଡିଛି।
ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ୫ଟି ଅଧିନ ଚଚା ସରକାରୀ ୟୁଜି ହାଇସ୍କୁଲର କ୍ଲାସିକାଲ ଶିକ୍ଷୟିତ୍ରୀ ମଧୁସ୍ମିତା ଦାସ ବିନା ଦରଖାସ୍ତରେ ଚଳିତ ବର୍ଷ ମେ’ ୬ ତାରିଖରୁ ଅକ୍ଟବର ୩୧ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରଧାନ ଶିକ୍ଷୟତ୍ରୀ ବିପ୍ଲବିନୀ ମଲ୍ଲିକ ଅନୁପସ୍ଥିତ ବଦଳରେ ଶିକ୍ଷୟିତ୍ରୀ ମଧୁସ୍ମିତା ଉପସ୍ଥିତ ଥିବା ନେଇ ଡିଇଓ ଅଫସିକୁ ରିପୋର୍ଟ ଦେଇଥିଲେ। ଫଳରେ ଶିକ୍ଷୟତ୍ରୀ ମଧୁସ୍ମିତା ନିୟମିତ ଭାବେ ୬ମାସର ଦରମା ପାଇଛନ୍ତି ବୋଲି ଏସ୍‌ଏମ୍‌ସି କମିଟି ସଭାପତି ଭଗବାନ ମାଝି ଡିଇଓଙ୍କୁ ମେଲ୍‌ ଯୋଗେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ୨ ତାରିଖ ଦିନ ଡିଇଓ ପ୍ରଧାନ ଶିକ୍ଷୟିତ୍ରୀବିପ୍ଲବିନୀ ମଲ୍ଳିକଙ୍କୁ ଷ୍ଟାଫ ଉପସ୍ଥାପନ ଖାତା ମାସିକ ବିଲର ରିଟର୍ଣ୍ଣ ଫାଇଲ କରିଥିବା ସମସ୍ତ ତଥ୍ୟ ବ୍ୟକ୍ତିଗତ ଭାବେ ଗୁରୁତର ସହ ଉପସ୍ଥାପନ କରିବାକୁ ଜଣାଇଥିଲେ ମଧ୍ୟ ଏବେ ଯାଏ ତଥ୍ୟ ଉପସ୍ଥାପନ କରାଯାଇନି ବୋଲି ଡିଇଓ ଅଫିସରୁ ଜଣାପଡିଛି। ଏନେଇ ପ୍ରଧାନଶିକ୍ଷୟତ୍ରୀଙ୍କୁ ତାଙ୍କ ମୋବାଇଲ ନମ୍ବର ୮୪୮୦୧୦୨୧୦୧ରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳ ନ ଥିଲା। ଚଚା ହୟୁଜି ହଇସ୍କୁଲକୁ ଯାଇ ପଚାରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ଏକ ବୈଠକରେ ଯୋଗ ଦେବାକୁ ଯାଇଛନ୍ତି ବୋଲି ସୂଚନା ମିଳିଥିଲା। ଶିକ୍ଷୟତ୍ରୀ ମଧୁସ୍ମିତା ଜଏନ କରି ସାରିଲେଣି। ସେ ଡିଇଓଙ୍କ କାର୍ଯ୍ୟାଳୟକୁ ଯାଇଛନ୍ତି ବୋଲି ଅନ୍ୟ ଶିକ୍ଷକମାନେ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚାରିବାରୁ ଶିକ୍ଷୟିତ୍ରୀ ମଧୁସ୍ମିତା ଆସିନାହାନ୍ତି ବୋଲି କହିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ଜିଲା ପ୍ରଶାସନ ଓ ରାଜ୍ୟ ଗଣ ଶିକ୍ଷା ବିଭାଗ ସଚିବ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏହାର ତଦନ୍ତ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri