ଜିଲା ପରିଷଦ ସଦସ୍ୟ-ସରପଞ୍ଚ ମୁହାଁମୁହିଁ, ଥାନାରେ ମାମଲା

ହାଟଡ଼ିହୀ/ଛେନାପଦି,୧୮ା୧(ଶୁଭକାନ୍ତ ନାୟକ/ ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ବିଧାୟକ ଭାବେ ଗଡ଼ ଦଖଲ କରିଛନ୍ତି। ହେଲେ ନିର୍ବାଚନମଣ୍ଡଳୀରେ ଏବେ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି। ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳୁଛି। ଗତ ୨ ଦିନ ପୂର୍ବେ ହାଟଡ଼ିହୀ ବ୍ଲକ୍‌ ପରିସରରେ ୩୬ ନଂ. ଜୋନ୍‌ ଜିଲା ପରିଷଦ ସଦସ୍ୟ କୌଶଲ୍ୟା ସେଠୀ, ଅକରୁଆ ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ହେମଲତା ବେହେରାଙ୍କ ମଧ୍ୟରେ କନ୍ଦଳ ଉଗ୍ରରୂପ ନେଇଛି। ଉଭୟଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ମାମଲା ଏବେ ଥାନାରେ ପହଞ୍ଚତ୍ଛି।
ଅଭିଯୋଗ ଅନୁଯାୟୀ, ବୁଧବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଅକରୁଆ ପଞ୍ଚାୟତ ଠିକ୍‌ଭାବେ ଚାଲୁ ନ ଥିବା ନେଇ ଜିଲା ପରିଷଦ ସଦସ୍ୟ ପ୍ରଶ୍ନ ଉଠାଇଥିଲେ। ଉକ୍ତ ପ୍ରସଙ୍ଗକୁ ନେଇ ବୈଠକ ପରେ ବ୍ଲକ୍‌ ପରିସରରେ ସରପଞ୍ଚ ଏବଂ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାରେ ଉପସ୍ଥିତ କେତେଜଣ ସରକାରୀ କର୍ମଚାରୀ, ଜନପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ପରେ ଜିଲା ପରିଷଦ ସଦସ୍ୟ ନନ୍ଦିପଦା ଥାନାରେ ସରପଞ୍ଚ ଓ ତାଙ୍କ ସ୍ବାମୀ ଚତୁର୍ଭୁଜ ସ୍ବାଇଁଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କୁ ଜାତିଆଣ ଆକ୍ଷେପ ଏବଂ ଗାଳିଗୁଲଜ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି l ପୋଲିସ ଏକ ମାମଲା(ନଂ .୧୩/୨୦୨୫) ରୁଜୁକରି ତଦନ୍ତ କରୁଥିବା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି। ଘଟଣାକୁ ନେଇ ଶୁକ୍ରବାର ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ବ୍ଲକ୍‌କୁ ଯାଇ ତଦନ୍ତ କରିଥିବା ଜଣାଯାଇଛି।
ଅକରୁଆ ସରପଞ୍ଚ କହିଛନ୍ତି, ଜିଲା ପରିଷଦ ସଦସ୍ୟ ପୂର୍ବରୁ ଅକରୁଆ ସରପଞ୍ଚ ଥିଲେ। ତେଣୁ ପଞ୍ଚାୟତକୁ ନିଜ ଆୟତରେ ରଖିବା ଲାଗି ବିଭିନ୍ନ କ୍ଷେତ୍ରରେ ଅଯଥା ହସ୍ତକ୍ଷେପ କରି ବ୍ୟାଘାତ ସୃଷ୍ଟି କରୁଛନ୍ତି। ପୂର୍ବରୁ ସେ ଏକ ଡ୍ରେନ୍‌ କାର୍ଯ୍ୟରେ ଚଞ୍ଚକତାକରି ଅର୍ଥ ଉଠାଇଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଛି। ଜିଲା ପରିଷଦ ସଦସ୍ୟ କହିଛନ୍ତି, ପଞ୍ଚାୟତ କାର୍ଯ୍ୟାଳୟ ଠିକ୍‌ ଭାବେ ଚାଲୁନାହିଁ। ଏ ବାବଦରେ ପ୍ରଶ୍ନ ଉଠାଇବାରୁ ସରପଞ୍ଚ ଓ ତାଙ୍କ ସ୍ବାମୀ ଅଶାନ୍ତି ସୃଷ୍ଟି କରୁଛନ୍ତି। ମୋ ନାମରେ କରୁଥିବା ଅଭିଯୋଗର ସତ୍ୟତା ନାହିଁ। ବିଜେଡିିର ଜଣେ ବରିଷ୍ଠ କର୍ମୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବିଧାୟକ ଠିକ୍‌ ଭାବେ ଭୂମିକା ନିର୍ବାହ କରୁନାହାନ୍ତି। ଦଳୀୟ ସଙ୍ଗଠନକୁ ସକ୍ରିୟ କରିବା ପାଇଁ କୌଣସି କାର୍ଯ୍ୟ ହେଉନାହିଁ। ଆଗ ଧାଡ଼ିର ନେତା, କର୍ମୀଙ୍କୁ ଅଣଦେଖାକରି ମନମୁଖି କାର୍ଯ୍ୟ କରୁଛନ୍ତି। ଫଳରେ ନିରୁତ୍ସାହ ଭାବନା ସୃଷ୍ଟି ହେଉଛି। ବିଧାୟକ ଅଭିମନ୍ୟୁ ସେଠୀ କହିଛନ୍ତି, ଦଳର ସ୍ଥିତି ଠିକ୍‌ ଅଛି।
ଅପରପକ୍ଷେ ବିଜେଡି କର୍ମୀମାନେ ଆଗ ଭଳି ଆଉ ସକ୍ରିୟ ନଥିବା ଏବଂ ଦଳ ଦୁର୍ବଳ ହେଉଥିବା ଚର୍ଚ୍ଚା ଚାଲିଛି। ଗତ ସାଧାରଣ ନିର୍ବାଚନ ପରେ ଭାଜପା କର୍ମୀ, ନେତା, ମନ୍ତ୍ରୀ, ଏମ୍‌ପିଙ୍କୁ ବିଭିନ୍ନ ସଭାସମିତି, ଉଦ୍‌ଘାଟନ, ଆଧ୍ୟାତ୍ମିକ ଉତ୍ସବରେ ଅଧିକ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri