ଲକ୍ଷେ ଟପିଲା ରୁପା ଦର

ଭୁବନେଶ୍ୱର,୧୮।୧: ବର୍ତ୍ତମାନ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏପରିକି ବିବାହ ସାଙ୍ଗକୁ ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ସବୁବର୍ଗର ଲୋକ ଅଳ୍ପ ବହୁତ ସୁନା ଓ ରୁପା ଓ ମୂଲ୍ୟବାନ ଧାତୁ କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭରୁ ଓଡିଶା ବଜାରରେ ସୁନା ଦର ୮୧,୦୦୦ ଉପରେ ଥିଲାବେଳେ ରୁପା ଦର ମଧ୍ୟ ଲକ୍ଷେ ଟପି ଯାଇଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଭୁବନେଶ୍ୱର ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮୧,୧୯୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୪,୫୦୦ ଟଙ୍କା ରହିଛି। ଏପରିକି ରୁପା କିଲୋଗ୍ରାମ ପିଛା ୧,୦୪,୦୦୦ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୨୪କ୍ୟାରେଟ ସୁନାର ମୂଲ୍ୟ ୮୦,୮୦୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୪,୦୮୩ ଟଙ୍କା ରହିଛି। ଏପରିକି ଉକ୍ତ ବଜାରରେ ରୁପା ଦର କିଲୋଗ୍ରାମ ପିଛା ୯୮,୭୦୦ ଟଙ୍କାରେ କାରବାର ହେଉଛି।
ସେହିପରି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲାକାତା ଏବଂ ଚେନ୍ନାଇ ବଜାରରେ ପ୍ରତି ୧୦ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୯,୬୬୭ ଟଙ୍କା, ୭୯,୬୬୫ ଟଙ୍କା ଏବଂ ୭୯,୬୬୧ ଟଙ୍କା ଥିଲାବେଳେ ଉପରୋକ୍ତ ବଜାରଗୁଡିକର ରୁପା ଦର କିଲୋଗ୍ରାମ ପିଛା ୯୫,୯୦୦ ଟଙ୍କା, ୯୭,୪୦୦ ଟଙ୍କା ଏବଂ ୧,୦୩,୭୦୦ ଟଙ୍କାରେ କାରବାର ହେଉଛି।
ସେହିଭଳି ପାର୍ବଣ ପରଠାରୁ ସୁନା ଓ ରୁପା ଦର କିଛି ପରିମାଣରେ କମିଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ପାର୍ବଣ ଖର୍ଚ୍ଚ ଯୋଗୁ ଅଧିକକାଂଶ ପରିବାର ସୁନା ଓ ରୂପା କିଣିପାରି ନ ଥିଲେ। ଏହାରି ମଧ୍ୟରେ ସୁନା ଦର ପୁଣି ଥରେ ବଢିବାରେ ଲାଗିଛି। ଆଗାକୁ ବିବାହ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୁଭକାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିଲାବେଳେ ବର୍ତ୍ତମାନ ଘରୋଇ ବଜାରରେ ସୁନା ଦର ୭୪,୦୦୦ ରୁ ୮୧,୨୦୦ ଟଙ୍କା ମଧ୍ୟରେ କାରବାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

ଭିକ୍ଷା ମାଗି ଜମା କରିଥିଲେ ଲକ୍ଷ ଲକ୍ଷ ଟଙ୍କା; ଘରୁ ମିଳିଲା ୩୦ରୁ ଅଧିକ ବସ୍ତା ନୋଟ୍, ଗଣିଗଣି ସବୁ ହାଲିଆ

ବେଙ୍ଗାଲୁରୁ,୨୪ା୮: କର୍ନାଟକରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସାରା ଜୀବନ ଭିକ୍ଷା ମାଗି ଜୀବନ ବିତାଇଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି…

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri