
ଭୁବନେଶ୍ୱର,୧୮।୧: ବର୍ତ୍ତମାନ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏପରିକି ବିବାହ ସାଙ୍ଗକୁ ଅନ୍ୟାନ୍ୟ ଶୁଭକାର୍ଯ୍ୟରେ ସବୁବର୍ଗର ଲୋକ ଅଳ୍ପ ବହୁତ ସୁନା ଓ ରୁପା ଓ ମୂଲ୍ୟବାନ ଧାତୁ କିଣିଥାନ୍ତି। ହେଲେ ବିବାହ ଋତୁ ଆରମ୍ଭରୁ ଓଡିଶା ବଜାରରେ ସୁନା ଦର ୮୧,୦୦୦ ଉପରେ ଥିଲାବେଳେ ରୁପା ଦର ମଧ୍ୟ ଲକ୍ଷେ ଟପି ଯାଇଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଭୁବନେଶ୍ୱର ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮୧,୧୯୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୪,୫୦୦ ଟଙ୍କା ରହିଛି। ଏପରିକି ରୁପା କିଲୋଗ୍ରାମ ପିଛା ୧,୦୪,୦୦୦ଟଙ୍କାରେ କାରବାର ହେଉଛି।
ଅପରପକ୍ଷରେ ନୂଆଦିଲ୍ଲୀ ବଜାରରେ ସୁନା ଦର ପ୍ରତି ୧୦ ଗ୍ରାମ ୨୪କ୍ୟାରେଟ ସୁନାର ମୂଲ୍ୟ ୮୦,୮୦୩ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୭୪,୦୮୩ ଟଙ୍କା ରହିଛି। ଏପରିକି ଉକ୍ତ ବଜାରରେ ରୁପା ଦର କିଲୋଗ୍ରାମ ପିଛା ୯୮,୭୦୦ ଟଙ୍କାରେ କାରବାର ହେଉଛି।
ସେହିପରି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲାକାତା ଏବଂ ଚେନ୍ନାଇ ବଜାରରେ ପ୍ରତି ୧୦ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୯,୬୬୭ ଟଙ୍କା, ୭୯,୬୬୫ ଟଙ୍କା ଏବଂ ୭୯,୬୬୧ ଟଙ୍କା ଥିଲାବେଳେ ଉପରୋକ୍ତ ବଜାରଗୁଡିକର ରୁପା ଦର କିଲୋଗ୍ରାମ ପିଛା ୯୫,୯୦୦ ଟଙ୍କା, ୯୭,୪୦୦ ଟଙ୍କା ଏବଂ ୧,୦୩,୭୦୦ ଟଙ୍କାରେ କାରବାର ହେଉଛି।
ସେହିଭଳି ପାର୍ବଣ ପରଠାରୁ ସୁନା ଓ ରୁପା ଦର କିଛି ପରିମାଣରେ କମିଥିଲାବେଳେ ଗ୍ରାହକଙ୍କ ଆବଶ୍ୟକତା ଓ ପାର୍ବଣ ଖର୍ଚ୍ଚ ଯୋଗୁ ଅଧିକକାଂଶ ପରିବାର ସୁନା ଓ ରୂପା କିଣିପାରି ନ ଥିଲେ। ଏହାରି ମଧ୍ୟରେ ସୁନା ଦର ପୁଣି ଥରେ ବଢିବାରେ ଲାଗିଛି। ଆଗାକୁ ବିବାହ କାର୍ଯ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ଶୁଭକାର୍ଯ୍ୟ ଅନୁଷ୍ଠିତ ହେବାକୁ ଥିଲାବେଳେ ବର୍ତ୍ତମାନ ଘରୋଇ ବଜାରରେ ସୁନା ଦର ୭୪,୦୦୦ ରୁ ୮୧,୨୦୦ ଟଙ୍କା ମଧ୍ୟରେ କାରବାର ହେଉଛି।