କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍‌ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି

ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଏହାର ଉନ୍ନତିକରଣ ଜରୁରୀ। ଏହାକୁ ଉପଲବ୍ଧି କରି ଜିଲା ନାଗରିକ କମିଟି, ଦେବଗଡ଼ ଜିଲା ଶୁକ୍ରବାର ଡିଏଫ୍‌ଓ ମଗର ଧାନାଜୀ ରାଓସୋଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ପର୍ଯ୍ୟଟକମାନଙ୍କ ରହଣି ପାଇଁ ଗୃହ, ରୋଷେଇ ଗୃହ, ଆଲୋକୀକରଣ, ରାସ୍ତା ନିର୍ମାଣ ଆଦି ଦାବି କରିଛନ୍ତି। ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପାଦନର ସ୍ମାରକୀ ପାଇଁ ଏକ ମଡେଲ ଓ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ପାଇଁ ମଧ୍ୟ ଦାବି କରାଯାଇଛି। ଏହା ବାଦ୍‌ ପ୍ରଧାନପଟେଶ୍ୱରୀଙ୍କ ବିଜେସ୍ଥଳୀର ଉନ୍ନତିକରଣ ପାଇଁ ଦାବି କରାଯାଇଛି। ସର୍ବୋପରି ମାଙ୍କଡ଼ ଉପଦ୍ରବକୁ ହ୍ରାସ କରିବା ନିମନ୍ତେ ଜଙ୍ଗଲ ବିଭାଗ ପଦକ୍ଷେପ ନେବା ପାଇଁ କୁହାଯାଇଛି। କୁରଡୋକୋଟ ଜଳ ପ୍ରପାତର ଜଳକୁ ଯଥାଶୀଘ୍ର ନୂତନ ଭାବେ ନିର୍ମାଣ ହେଉଥିବା, ଜିଲା ଡାକ୍ତରଖାନା ତଥା ସହରକୁ ଜଳଯୋଗାଣ ପାଇଁ ସହଯୋଗ କରିବାକୁ ଦାବି କରାଯାଇଛି। ଏସବୁ ଶୁଣିବା ପରେ ଡିଏଫ୍‌ଓ ସକାରାତ୍ମକ ଉତ୍ତର ରଖିଥିଲେ। କୁରଡୋକୋଟର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ସହଯୋଗରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ, ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପ୍ରେରିତ କରାଯିବ ବୋଲି ଡିଏଫ୍‌ଓ ପ୍ରତିନିଧି ଦଳଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଓ ମାଙ୍କଡ଼ ଉପଦ୍ରବ ରୋକିବା ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ଏହି ପ୍ରତିନିଧି ଦଳରେ କମିଟି ସଭାପତି ସୁଶୀଲ କୁମାର କପରଦାର, ଉପନଗରପାଳ ପ୍ରଜିତ ଭୋଜ, ଶଶାଙ୍କ ଶେଖର ଝାଙ୍କର, ଟିକେଶ୍ୱର ଗୁରୁ, ଲକ୍ଷ୍ମଣ ପ୍ରଧାନ, ସୁଧୀର କପରଦାର, କୋମଲ ଗୁପ୍ତା, ନରୋତ୍ତମ ସାହୁ, ସୁଶୀଲ କର, ଜନ୍ମେଜୟ ନାୟକ, ଈଶ୍ୱର ପ୍ରସାଦ ଦାସ ଓ ଶ୍ରବଣ କୁମାର ନାୟକ ପ୍ରମୁଖ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri